ଦୁତୀ ଚାନ୍ଦଙ୍କ ସାବିତ୍ରୀ ବ୍ରତ; ବିବାହକୁ ଅପେକ୍ଷା

ଓଡ଼ିଆ ଗସିପ୍ ବ୍ୟୁରୋ: ସାବିତ୍ରୀ ପାଳିଲେ ଓଡ଼ିଶାର ତାରକା ଧାବିକା ଦୂତୀ ଚାନ୍ଦ । ଆଜି ସାବିତ୍ରୀ ଅବସରରେ ନିଜର ସମଲିଙ୍ଗୀ ସାଥୀଙ୍କ ସହ କିଛି ଫୋଟ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ‘ମୁଁ ସତ୍ୟବାନ ଓ ସେ ମୋ ସାବିତ୍ରୀ’ ବୋଲି ପୋଷ୍ଟ କରିଛନ୍ତି ଦୂତୀ । ପୂର୍ବରୁ ଅନେକ ଥର ନିଜର ସମଲିଙ୍ଗୀ ସମ୍ପର୍କକୁ ନେଇ ଚର୍ଚ୍ଚାକୁ ଆସିଥିଲେ ଏହି ତାରକା ଧାବିକା । ଯାହାକୁ ନେଇ ସୋସିଆଲ ମିଡିଆରେ ଢେର ସାରା ଗସିପ ଶୁଣିବାକୁ ମିଳିଥିଲା
 

ଓଡ଼ିଆ ଗସିପ୍ ବ୍ୟୁରୋ: ସାବିତ୍ରୀ ପାଳିଲେ ଓଡ଼ିଶାର ତାରକା ଧାବିକା ଦୂତୀ ଚାନ୍ଦ । ଆଜି ସାବିତ୍ରୀ ଅବସରରେ ନିଜର ସମଲିଙ୍ଗୀ ସାଥୀଙ୍କ ସହ କିଛି ଫୋଟ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ‘ମୁଁ ସତ୍ୟବାନ ଓ ସେ ମୋ ସାବିତ୍ରୀ’ ବୋଲି ପୋଷ୍ଟ କରିଛନ୍ତି ଦୂତୀ ।

ପୂର୍ବରୁ ଅନେକ ଥର ନିଜର ସମଲିଙ୍ଗୀ ସମ୍ପର୍କକୁ ନେଇ ଚର୍ଚ୍ଚାକୁ ଆସିଥିଲେ ଏହି ତାରକା ଧାବିକା । ଯାହାକୁ ନେଇ ସୋସିଆଲ ମିଡିଆରେ ଢେର ସାରା ଗସିପ ଶୁଣିବାକୁ ମିଳିଥିଲା ।

ଆଉ ଆଜି ବି ଦୂତୀଙ୍କ ଏହି ପୋଷ୍ଟକୁ ନେଇ ସମାନ ଭାବେ ଗସିପ ଆରମ୍ଭ ହୋଇଛି । ଏବେ ତ ସାବିତ୍ରୀ ପାଳିଲେ ବିବାହ କେବେ କରିବେ ବୋଲି ମଧ୍ୟ ଅନେକ ପ୍ରଶ୍ନ ଉଠାଇଛନ୍ତି ।

ଦୂତୀଙ୍କ ଏହି ପୋଷ୍ଟରେ 2ଶହ ପାଖାପାଖି ସୋସିଆଲ ମିଡିଆ ୟୁଜର୍ସ କମେଣ୍ଟ ଦେଇଥିବା ବେଳେ 10ରୁ ଅଧିକ ସେୟାର ହୋଇଛି ।