ଦୂତୀଙ୍କ ଇସ୍କ ପୁଣି ଥରେ, ବୁଝୁନି କି ଅବୁଝା ମନ?

ଓଡ଼ିଆ ଗସିପ ବ୍ୟୁରୋ: ପୁଅ ନୁହେଁ ଝିଅ ଯାହାର ପସନ୍ଦ । ନିଜେ ସାବିତ୍ରୀ ନୁହେଁ, ସତ୍ୟବାନ ହେବାକୁ ଯାହାର ଆଗ୍ରହ । କହିଲେ କିଏ ସେ ? ସେ ଆଉ କେହି ନୁହନ୍ତି ଆଥଲେଟ୍ ଦୂତୀ ଚାନ୍ଦ । ହଁ, ଏଥିରେ ବଡ଼ କଥା କିଛି ନୁହେଁ କାହିଁକିନା ସେ ବହୁ ଆଗରୁ ନିଜର ସମଲିଙ୍ଗି ସମ୍ପର୍କରେ ଖୁଲାସା କରିସାରିଛନ୍ତି । ଆଉ ଏବେ ସେ କୌଣସି ପ୍ରକାର ଗସିପ ଟାହି ଟାପରାକୁ ଖାତିର କରୁନାହାନ୍ତି । ଯାହା ଆଜି
 

ଓଡ଼ିଆ ଗସିପ ବ୍ୟୁରୋ: ପୁଅ ନୁହେଁ ଝିଅ ଯାହାର ପସନ୍ଦ । ନିଜେ ସାବିତ୍ରୀ ନୁହେଁ, ସତ୍ୟବାନ ହେବାକୁ ଯାହାର ଆଗ୍ରହ । କହିଲେ କିଏ ସେ ?  ସେ ଆଉ କେହି ନୁହନ୍ତି ଆଥଲେଟ୍ ଦୂତୀ ଚାନ୍ଦ ।

ହଁ, ଏଥିରେ ବଡ଼ କଥା କିଛି ନୁହେଁ କାହିଁକିନା ସେ ବହୁ ଆଗରୁ ନିଜର ସମଲିଙ୍ଗି ସମ୍ପର୍କରେ ଖୁଲାସା କରିସାରିଛନ୍ତି । ଆଉ ଏବେ ସେ କୌଣସି ପ୍ରକାର ଗସିପ ଟାହି ଟାପରାକୁ ଖାତିର କରୁନାହାନ୍ତି । ଯାହା ଆଜି ପୁଣି ଥରେ ପ୍ରମାଣିତ ହୋଇଛି ।

ଆଜି ଥିଲା ପବିତ୍ର ସାବିତ୍ରୀ ବ୍ରତ । ସାରା ଓଡ଼ିଶାର ବିବାହିତ ମହିଳାମାନେ ନିଜ ସ୍ୱାମୀଙ୍କ ଶୁଭମନାସୀ ସାବିତ୍ରୀ ବ୍ରତ ପାଳନ କରିଥିଲେ । କିଛି କିଛି ନବବିବାହିତ ଦମ୍ପତ୍ତି ନିଜ ପ୍ରଥମ ସାବିତ୍ରୀ ବ୍ରତ ବେଳର ଫଟୋ ପୋଷ୍ଟ କରିଥିଲେ । ଏ ସବୁ ଭିତରେ କିନ୍ତୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଦୂତୀ ଚାନ୍ଦ ।

ସେ ଏମିତି ଆଜି କିଛି ଫଟୋଗ୍ରାଫ ସୋସିଆଲ ମିଡିଆରେ ସେୟାର କରିଥିଲେ । ମୁଁ ତା ସତ୍ୟବାନ ସେ ମୋ ସାବିତ୍ରୀ ବୋଲି ଉଲ୍ଲେଖ କରିଥିଲେ ।

ମଜାଦାର କଥା ହେଉଛି ଯେ, ଦୂତୀ ନିଜ ତଥାକଥିତ ସମଲିଙ୍ଗି ସାଥୀଙ୍କ ସହ ଉଠାଇଥିବା ଫୋଟ ସେୟାର କରିଛନ୍ତି, ଯାହା ପୂର୍ବରୁ ଭାଇରାଲ ହୋଇଥିଲା ଏବଂ ଦୂତୀଙ୍କ ଲେସବିଆନ୍ ଷ୍ଟାଟସକୁ ସତ ବୋଲି ପ୍ରମାଣିତ କରିଥିଲା ।