ବିବାହ ପୂର୍ବରୁ ପିତା ହୋଇଛନ୍ତି ଏହି ସବୁ କ୍ରିକେଟର, କେଉଁ ଭାରତୀୟ ଖେଳାଳୀଙ୍କ ନାମ ଅଛି ଜାଣନ୍ତୁ…

ଓଡ଼ିଆ ଗସିପ୍ ବ୍ୟୁରୋ: ଭାରତୀୟ କ୍ରିିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପିତା ହେବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ଫଟୋ ଶେୟାର କରି ଏହି ଖୁସି ଖବର ନିଜ ଫ୍ୟାନଙ୍କୁ ଜଣାଇଛନ୍ତି । ହାର୍ଦ୍ଦିକ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଷ୍ଟାନକୋଭିକ୍ ରେ ଉଭୟ ନୂଆବର୍ଷରେ ନିର୍ବନ୍ଧ କରିଥିବା ଫଟୋ ଶେୟାର କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ସେ ବିବାହ କରିଥିବା କଥା କୌଣସି ଯାଗାରେ ଉଲ୍ଲେଖ କରିନାହାନ୍ତି । ହଠାତ୍ ହାର୍ଦ୍ଦିକ ପିତା
 

ଓଡ଼ିଆ ଗସିପ୍ ବ୍ୟୁରୋ: ଭାରତୀୟ କ୍ରିିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପିତା ହେବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ଫଟୋ ଶେୟାର କରି ଏହି ଖୁସି ଖବର ନିଜ ଫ୍ୟାନଙ୍କୁ ଜଣାଇଛନ୍ତି ।

ହାର୍ଦ୍ଦିକ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଷ୍ଟାନକୋଭିକ୍ ରେ ଉଭୟ ନୂଆବର୍ଷରେ ନିର୍ବନ୍ଧ କରିଥିବା ଫଟୋ ଶେୟାର କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ସେ ବିବାହ କରିଥିବା କଥା କୌଣସି ଯାଗାରେ ଉଲ୍ଲେଖ କରିନାହାନ୍ତି ।

ହଠାତ୍ ହାର୍ଦ୍ଦିକ ପିତା ହେବା ଖବର ତାଙ୍କ ଫ୍ୟାନ୍ ଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ହାର୍ଦ୍ଦିକଙ୍କ ପୂର୍ବରୁ ୪ କ୍ରିକେଟର ମଧ୍ୟ ବିବାହ ପୂର୍ବରୁ ପିତା ହେବାର ସୌଭାଗ୍ୟ ଲାଭ କରିଥିଲେ ।

ୱେଷ୍ଟଇଣ୍ଡିଜର ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ୍ ଭିଭିଆନ୍ ରିଚାର୍ଡସ ବିବାହ ପୂର୍ବରୁ ପିତା ହୋଇଥିଲେ । ଭାରତୀୟ ଅଭିନେତ୍ରୀ ନିନା ଗୁପ୍ତାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା । ଉଭୟଙ୍କ ଔରସକୁ ମସାବା ଗୁପ୍ତା ନାମ୍ନୀ ଏକ କନ୍ୟା ସନ୍ତାନ ମଧ୍ୟ ଅଛି ।

ଇଂଲଣ୍ଡ କ୍ରିକେଟର ଜୋ ରୁଟ୍ ମଧ୍ୟ ଏହି ତାଲିକାରେ ଆସୁଛନ୍ତି । ବିବାହ ପୂର୍ବରୁ ତାଙ୍କ ଗର୍ଲଫ୍ରେଣ୍ଡ୍ କେରି କୋଟରେଲ୍ ଗର୍ଭବତୀ ହୋଇଥିଲେ । ଭାରତୀୟ କ୍ରିକେଟର ବିନୋଦ କାମ୍ବଲୀ ବିନା ବିବାହରେ ପିତା ହୋଇଥିଲେ । ସେ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେବା ପରେ ତାଙ୍କ ଆଫୟେର ଫ୍ୟାଶନ୍ ଡିଜାଇନର ଆଣ୍ଡିୟା ହୈୱିଟ୍ ଙ୍କ ସହ ହୋଇଥିଲା ।

ତେବେ ବିବାହ ପୂର୍ବରୁ କାମ୍ବଲୀ ପିତା ହୋଇଥିଲେ । ଅଷ୍ଟ୍ରେଲିଆ କ୍ରିକେଟର ଡେଭିଡ୍ ୱାର୍ଣ୍ଣରଙ୍କ ପତ୍ନୀ କ୍ୟାଣ୍ଡିସ୍ ବିବାହ ପୂର୍ବରୁ ୨୦୧୪ରେ ଝିଅ ଇଭିଙ୍କୁ ଜନ୍ମ ଦେଇଥିଲେ । ୨୦୧୫ରେ ଉଭୟ ବିବାହ କରିଥିଲେ ।