ଫେସବୁକରେ ଦୂତୀଙ୍କ ଯୌନ ସମ୍ପର୍କିତ କଥା: ସଟଡାଉନ ସମୟରେ ଉଠାଇଲେ ସମଲିଙ୍ଗି ସମ୍ପର୍କ, ଇଶାରାରେ ବଡ଼ ଉଭଣୀକୁ ଟାର୍ଗେଟ…

ଓଡ଼ିଆ ଗସିପ୍ ବ୍ୟୁରୋ: ସଟଡାଉନ ସମୟରେ ଫେସବୁକ୍ ରେ ଝଡ଼ ସୃଷ୍ଟି କରିଛି ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ଏକ ଫେସବୁକ୍ ପୋଷ୍ଟ । ଯେଉଁଥିରେ ସେ ପୁଣି ଥରେ ସମଲିଙ୍ଗି ସମ୍ପର୍କ ଉଠାଇଛନ୍ତି । ସବୁବେଳେ ନିଜ ପ୍ରେମ ସମ୍ପର୍କକୁ ନେଇ ବିତର୍କିତ ଥିବା ଦୂତୀ ଏବେ ଆଉ ଥରେ ସେମ୍ ସେକ୍ସ କଥାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ସେ ବିତିଲା ଦିନର କଥା ଦୋହରାଇଛନ୍ତି ଦୂତୀ । ଏହା ସହ ସିଧାସଳଖ
 

ଓଡ଼ିଆ ଗସିପ୍ ବ୍ୟୁରୋ: ସଟଡାଉନ ସମୟରେ ଫେସବୁକ୍ ରେ ଝଡ଼ ସୃଷ୍ଟି କରିଛି ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ଏକ ଫେସବୁକ୍ ପୋଷ୍ଟ । ଯେଉଁଥିରେ ସେ ପୁଣି ଥରେ ସମଲିଙ୍ଗି ସମ୍ପର୍କ ଉଠାଇଛନ୍ତି ।

ସବୁବେଳେ ନିଜ ପ୍ରେମ ସମ୍ପର୍କକୁ ନେଇ ବିତର୍କିତ ଥିବା ଦୂତୀ ଏବେ ଆଉ ଥରେ ସେମ୍ ସେକ୍ସ କଥାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ସେ ବିତିଲା ଦିନର କଥା ଦୋହରାଇଛନ୍ତି ଦୂତୀ ।

ଏହା ସହ ସିଧାସଳଖ ସେ ନିଜ ଭଉଣୀ ସରସ୍ୱତୀ ଚାନ୍ଦଙ୍କୁ ନିଶାନା ସାଧିଥିବା କୁହାଯାଉଛି । କାହିଁକିନା ଫେସବୁକ୍ ପୋଷ୍ଟରେ ଦୂତୀ ଲେଖିଛନ୍ତି ‘‘ଯିଏ ଦିନେ ମୋର ସେମ୍ ସେକ୍ସ (ସମଲିଙ୍ଗି) ପ୍ରେମ ସମ୍ପର୍କକୁ ବିରୋଧ କରୁଥିଲେ ଆଜି ସେ ନିଜେ ସେହି ପ୍ରେମ ସମ୍ପର୍କରେ ଜଡ଼ିତ ’ ।

କେବଳେ ସେତିକି ନୁହେଁ ନିଜ ସମଲିଙ୍ଗି ସମ୍ପର୍କକୁ ନେଇ ଜାତୀୟ ଗଣମାଧ୍ୟମରେ ଖୋଲା ଖୋଲି ଚର୍ଚ୍ଚା କରିସାରିଥିବା ଦୂତୀ ଆଗକୁ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ‘ଚାଲୁଣି କହୁଛି ଛୁଞ୍ଚିକୁ ତୋର ପଛରେ ଗୋଟିଏ କଣା’’ ।

ଆପଣଙ୍କର ମନେ ଥିବା ଦୂତୀଙ୍କ ସମଲିଙ୍ଗି ସମ୍ପର୍କକୁ ନେଇ ଅଧିକ ପ୍ରଶ୍ନ ଉଠାଇଥିଲେ ସରସ୍ୱତୀ ଚାନ୍ଦ । ଏପରିକି ଆର୍ଥିକ ପ୍ରସଙ୍ଗକୁ ନେଇ ଦୁଇ ଭଉଣୀ ତୁତୁ ମେଁ ମେଁ ହୋଇଥିଲେ ।

ସମଲିଙ୍ଗୀ ବିବାହ କରିବାକୁ ଦୂତି ନେଇଥିବା ନିଷ୍ପତ୍ତି ଆମ ମୁ୍ଣ୍ଡ ତଳକୁ କରିଛି ବୋଲି ତାଙ୍କ ମା’ ମଧ୍ୟ କହିଥିଲେ । ଏପରିକି ଏହାକୁ ବିରୋଧ କରିବାରୁ ଗତ କିଛି ମାସ ହେଲା ଦୂତୀ ମୋ ସହ କଥା ହେଉନାହାନ୍ତି ଏବଂ ପରିବାର ଠାରୁ ଦୂରେଇ ଯାଇଛନ୍ତି । ଦୂତୀଙ୍କ ବାପା ଓ ଭଉଣୀ ମଧ୍ୟ ଏଭଳି ପିଷ୍ପତ୍ତିକୁ ବିରୋଧ କରିଥିଲେ । ଦୂତୀ କିନ୍ତୁ ପରିବାର ଲୋକଙ୍କ ଅଭିଯୋଗକୁ ଖଣ୍ଡନ କରି ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ ।

ସୂଚନା ଥାଉ କି, ଦେଶର ପ୍ରଥମ ଆଥଲେଟ୍ ଭାବେ ସମଲିଙ୍ଗୀ ସଂପର୍କରେ ଥିବା ନେଇ ଘୋଷଣା କରିଛନ୍ତି ଦୂତୀ ଚାନ୍ଦ । ଜାତୀୟ ଗଣମାଧ୍ୟମକୁ ଦୂତୀ କହିଥିଲେ ସେ ତାଙ୍କ ଜୀବନର ଜଣେ ସାଥୀଙ୍କୁ ପାଇଛନ୍ତି । ସମସ୍ତେ ନିଜ ନିଜ ଜୀବନ ସାଥୀ ଚୟନରେ ସ୍ୱାଧୀନତା ପାଇବା ଦରକାର ବୋଲି ସେ କହିଛନ୍ତି ।

ଏହାସହ ସମଲିଙ୍ଗୀ ଅଧିକାରକୁ ନେଇ ଯେଉଁମାନେ ସଂଘର୍ଷ କରୁଛନ୍ତି ସେମାନଙ୍କୁ ସେ ସମର୍ଥନ କରୁଥିବା ଜଣାଇଛନ୍ତି । ଏହା ଏକ ବ୍ୟକ୍ତିଗତ ଜୀବନର କଥା ।

ଅଲମ୍ପିଆନ୍ ଆଥଲେଟ୍ ଦୂତୀ ଚାନ୍ଦ ୨୦୧୮ ମସିହାରେ ଏସିଆନ୍ ଗେମସରେ ୧୦୦ ମିଟର ଓ ୨୦୦ ମିଟରରେ ୨ଟି ସିଲଭର ମେଡାଲ ଜିତିଥିଲେ । ଏସିଆନ୍ ଗେମ୍ସରେ ୧୦୦ ମିଟରରେ ୨୦ ବର୍ଷ ପରେ ସେ ଦେଶକୁ ଦେଇଥିଲେ ସିଲଭର ମେଡାଲ । ସେହିପରି ୨୦୦ ମିଟରରେ ଦେଶକୁ ୧୬ ବର୍ଷ ପରେ ସେ ଦେଇଥିଲେ ମେଡାଲ । ତେବେ ସମଲିଙ୍ଗି ସଂପର୍କର ଖୁଲାସା କରିବା ପରେ ସାରା ଦେଶରେ ଏବେ ଚର୍ଚାର କେନ୍ଦ୍ରକୁ ଆସିଛନ୍ତି ଏହି ଓଡିଆ ଆଥଲେଟ୍ ।