ବାପା ହେବେ ବିରାଟ; ଆସନ୍ତା ବର୍ଷ ଘରକୁ ଆସିବ କୁନି ଅତିଥି

ଓଡ଼ିଆ ଗସିପ ବ୍ୟୁରୋ: କୋହଲି ପରିବାର ପାଇଁ ଖୁସି ଖବର । ଆଜି ସାରା ଦେଶକୁ ନିଜ ପରିବାରର ଖୁସିକୁ ସେୟାର କରିଛନ୍ତି ଟିମ୍ ଇଣ୍ଡିଆର ଷ୍ଟାଇଲିସେ କ୍ୟାପଟେନ୍ ବିରାଟ କୋହଲୀ ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା । ଆସନ୍ତା ବର୍ଷ ଜାନୁଆରୀ ପହିଲାରେ ସେମାନେ ବାପା ମା ହେବାକୁ ଯାଉଥିବା କଥା ସୋସିଆଲ ମିଡିଆ (ଇନଷ୍ଟାଗ୍ରାମ)ରେ ଜଣାଇଛନ୍ତି । ଯେଉଁଥିରେ ବିରାଟ ଲେଖିଛନ୍ତି ଯେ, ‘ଆମ ଘରକୁ ନୂଆ ଅତିଥି ଆସୁଛନ୍ତି ।
 

ଓଡ଼ିଆ ଗସିପ ବ୍ୟୁରୋ: କୋହଲି ପରିବାର ପାଇଁ ଖୁସି ଖବର । ଆଜି ସାରା ଦେଶକୁ ନିଜ ପରିବାରର ଖୁସିକୁ ସେୟାର କରିଛନ୍ତି ଟିମ୍ ଇଣ୍ଡିଆର ଷ୍ଟାଇଲିସେ କ୍ୟାପଟେନ୍ ବିରାଟ କୋହଲୀ ଏବଂ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ।

ଆସନ୍ତା ବର୍ଷ ଜାନୁଆରୀ ପହିଲାରେ ସେମାନେ ବାପା ମା ହେବାକୁ ଯାଉଥିବା କଥା ସୋସିଆଲ ମିଡିଆ (ଇନଷ୍ଟାଗ୍ରାମ)ରେ ଜଣାଇଛନ୍ତି ।

ଯେଉଁଥିରେ ବିରାଟ ଲେଖିଛନ୍ତି ଯେ, ‘ଆମ ଘରକୁ ନୂଆ ଅତିଥି ଆସୁଛନ୍ତି । ଆସନ୍ତା 2021 ମସହି ଜାନୁଆରୀ ପହିଲାରେ ଘରକୁ ନୂଆ ଅତିଥି ଆସିବେ ।’

ସୂଚନା ଥାଉ କି ଅନୁଷ୍କାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଅନୁଷ୍କା ଗର୍ଭବତୀ ରହିଥିବା ଜଣାପଡ଼ିଛି । ଉଭୟ କପୁଲ ନିଜ ପରିବାରକୁ ନେଇ ବେଶ୍ ଖୁସି ଥିବା ବେଳେ ସୋସିଆଲ ମିଡିଆରେ ମଧ୍ୟ ବିରୁଷ୍କାଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ବିରାଟ କୋହଲି ନିଜ ଅଫିସିଆଲ ଇନଷ୍ଟାଗ୍ରାମ ପେଜ୍ ରେ ଫଟୋ ସହ ଏହି ଖବର ସେୟାର କରିବା ପରେ ଏହା ଭାଇରାଲ ହୋଇଛି ।

ଖବର ଲେଖା ହେଲା ବେଳକୁ 31 ଲକ୍ଷ 99 ହଜାରରୁ ଅଧିକ ୟୁଜର୍ସ ଏହାକୁ ଲାଇକ କରିବା ସେୟାର ମଧ୍ୟ କରିଛନ୍ତି । 2 ଲକ୍ଷରୁ ଅଧିକ ଶୁଭେଚ୍ଛା ବାର୍ତ୍ତା ମଧ୍ୟ ଉଭୟ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କୁ ଦେଇଛନ୍ତି ।