ଧୋନୀଙ୍କ ୭.୨୯ ମିନିଟ୍‌ରେ ସନ୍ନ୍ୟାସ ପଛର ରହସ୍ୟ, ଠିକ୍ ଏହି ସମୟରେ କ୍ରିକେଟ ଛାଡିବା ନେଇ ଆସିଲା ଚମ୍‌କେଇଲା ଭଳି ଖବର…

ଓଡ଼ିଆ ଗସିପ୍ ବ୍ୟୁରୋ: ଭାରତୀୟ ସମୟରେ ସନ୍ଧ୍ୟା ୭ଟା ୨୯ରେ ଏକାଧିକ କୀର୍ତ୍ତିମାନ ହାତେଇଥିବା ମହେନ୍ଦ୍ର ସିଂ ଧୋନୀ ସନ୍ନ୍ୟାସ ନେବା ପଛରେ କି କାରଣ ରହିଛି ସେ ନେଇ ଚିନ୍ତାରେ ପଡ଼ିଥିଲେ ଏବେ ଏହା ପଛରେ ଥିବା କାରଣ ଜଣାପଡିଛି । ଭାରତୀୟ ଟିମ୍ ଗତ ବର୍ଷ ଜୁଲାଇ ୯ରେ ବିଶ୍ୱକପ୍ କ୍ରିକେଟରୁ ଏହି ସମୟରେ ବାହାର ହୋଇଯାଇଥିଲା । ଧୋନୀ ଶେଷଥର ପାଇଁ ମଇଦାନରୁ ବ୍ୟାଟିଂ କରି ଫେରିଥିଲେ । ମାର୍ଟିନ୍ ଗଷ୍ଟିଲ ତାଙ୍କୁ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଭାରତୀୟ ସମୟରେ ସନ୍ଧ୍ୟା ୭ଟା ୨୯ରେ ଏକାଧିକ କୀର୍ତ୍ତିମାନ ହାତେଇଥିବା ମହେନ୍ଦ୍ର ସିଂ ଧୋନୀ ସନ୍ନ୍ୟାସ ନେବା ପଛରେ କି କାରଣ ରହିଛି ସେ ନେଇ ଚିନ୍ତାରେ ପଡ଼ିଥିଲେ ଏବେ ଏହା ପଛରେ ଥିବା କାରଣ ଜଣାପଡିଛି ।

ଭାରତୀୟ ଟିମ୍ ଗତ ବର୍ଷ ଜୁଲାଇ ୯ରେ ବିଶ୍ୱକପ୍ କ୍ରିକେଟରୁ ଏହି ସମୟରେ ବାହାର ହୋଇଯାଇଥିଲା । ଧୋନୀ ଶେଷଥର ପାଇଁ ମଇଦାନରୁ ବ୍ୟାଟିଂ କରି ଫେରିଥିଲେ ।

ମାର୍ଟିନ୍ ଗଷ୍ଟିଲ ତାଙ୍କୁ ରନ୍‌ଆଉଟ୍ କରି ଭାରତୀୟ ପ୍ରଶଂସକଙ୍କ ଆଖି ଓଦା କରିଦେଇଥିଲେ । ଏହାପରେ ଭାରତୀୟ ଟିମ୍ ହାରିଯିବା ଏକରକମ ସୁନିଶ୍ଚିତ ହୋଇଥିଲା ।

ଏହାପରେ ଯୁଜବେନ୍ଦ୍ର ଚହଲଙ୍କ ୱିକେଟ ଯିବା ପରେ ସନ୍ଧ୍ୟା ୭ଟା ୨୯ ମିନିଟ୍‌ରେ ବିଶ୍ୱକପ୍‌ରୁ ଭାରତ ବାହାର ହୋଇଥିଲା । ଚହଲ ଫେରିବାର ଠିକ୍ ପରେ ନ୍ୟୁଜିଲାଣ୍ଡର ପୂର୍ବ ଅଲରାଉଣ୍ଡର ଗ୍ରାଟ୍ ଏଲିୟଟ୍ ଟୁଇଟ୍ କରିଥିଲେ ।

ଅପରପକ୍ଷରେ ଧୋନୀଙ୍କ ପୋଷ୍ଟ ରହସ୍ୟମୟ ବୋଲି ଚର୍ଚ୍ଚା ହେଉଛି । ୧୯୨୯ ଘଣ୍ଟାର ଅର୍ଥ ୮୦ ଦିନ । ଏବର୍ଷ ଆଇପିଏଲ୍ ୫୩ ଦିନ ବିଶିଷ୍ଟ ରହିବ । ଅଗଷ୍ଟ ୧୫ରୁ ତାଙ୍କର ଟ୍ରେନିଂ ଆରମ୍ଭ ହେବ । ୧୯ ସେପ୍ଟେମ୍ବରରୁ ଆଇପିଏଳ୍ ଆରମ୍ଭ ହେବ ।

ଧୋନୀଙ୍କ ପୋଷ୍ଟକୁ ଦେଖିଲେ ୮୦ଦିନ ପରେ ତାଙ୍କୁ ପୂର୍ବ ଖେଳାଳି ଭାବେ ସମ୍ବୋଧନ କରାଯିବ । ଏଣୁ ଚଳିତ ଆଇପିଏଲ୍ ତାଙ୍କର ଶେଷ ଆଇପିଏଲ୍ ବୋଲି ଅନୁମାନ କରାଯାଉଛି ।