ଦୌଡ଼ରାଣୀଙ୍କୁ ରାଷ୍ଟ୍ରପତି ପ୍ରଦାନ କଲେ ‘ଅର୍ଜୁନ’ ସମ୍ମାନ

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି ଜାତୀୟ କ୍ରୀଡ଼ା ଦିବସ । ଏହି ଅବସରରେ ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି ଦୌଡ଼ରାଣୀ ଦୂତୀ ଚାନ୍ଦ । ସମ୍ମାନଜନକ ଅର୍ଜୁନ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଦୌଡ଼ରାଣୀ ଦୂତୀ ଚାନ୍ଦ । କୋଭିଡ୍-୧୯ ମହାମାରୀ ହେତୁ ଚଳିତ ବର୍ଷର ଜାତୀୟ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ଅନଲାଇନ କରାଯାଇଥିଲା । ପୁରସ୍କାର ବିଜେତାମାନେ ଭାରତ ଦ୍ୱାରା ନିର୍ମିତ ୯ଟି କ୍ରୀଡ଼ା ପ୍ରାଧିକରଣରୁ ରାଷ୍ଟ୍ରପତି ରାମ
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି ଜାତୀୟ କ୍ରୀଡ଼ା ଦିବସ । ଏହି ଅବସରରେ ଓଡ଼ିଶା ଓ ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି ଦୌଡ଼ରାଣୀ ଦୂତୀ ଚାନ୍ଦ । ସମ୍ମାନଜନକ ଅର୍ଜୁନ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଦୌଡ଼ରାଣୀ ଦୂତୀ ଚାନ୍ଦ ।

କୋଭିଡ୍-୧୯ ମହାମାରୀ ହେତୁ ଚଳିତ ବର୍ଷର ଜାତୀୟ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ଅନଲାଇନ କରାଯାଇଥିଲା । ପୁରସ୍କାର ବିଜେତାମାନେ ଭାରତ ଦ୍ୱାରା ନିର୍ମିତ ୯ଟି କ୍ରୀଡ଼ା ପ୍ରାଧିକରଣରୁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ସହିତ ଯୋଡ଼ି ହୋଇଥିଲେ । ବିଜେତାମାନେ ନିଜ ନିଜ ସ୍ଥାନରୁ ଲଗ ଇନ୍ କରି ଏହି ଉତ୍ସବରେ ଭାଗ ନେଇଥିଲେ ।

ଅର୍ଜୁନ ପୁରସ୍କାର ସହ କ୍ରୀଡ଼ାବିତମାନଙ୍କୁ ରାଜୀବ ଗାନ୍ଧି ଖେଳରତ୍ନ, ଦ୍ରୋଣାଚାର୍ଯ୍ୟ ପୁରସ୍କାର ଓ ଧ୍ୟାନଚାନ୍ଦ ପୁରସ୍କାର ମଧ୍ୟ ଦିଆଯାଇଛି । ଏଥର ୫ ଜଣ କ୍ରୀଡ଼ାବିତଙ୍କ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାର ଦିଆଯାଇଛି ।

ସେ ମଧ୍ୟରେ ରହିଛନ୍ତି କ୍ରିକେଟ ଖେଳାଳି ରୋହିତ ଶର୍ମା, ପାରା ଅଥଲେଟ ମାରିୟପ୍ପାନ ଟି., ଟେବୁଲ ଟେନିସ ଖେଳାଳି ମଣିକା ବାତ୍ରା, ରେସଲର ବିନେଶ ଫୋଗଟ, ହକି ଖେଳାଳି ରାନି ।