ଭାରତ ଓ ବାଂଲାଦେଶ ମ୍ୟାଚ୍ ରେ ଇତିହାସ ରଚିଲେ ବିରାଟ କୋହଲି, ଭାଙ୍ଗିଦେଲେ ଏହି ବିଶ୍ୱ ରେକର୍ଡ...

 

ଓଡ଼ିଆ ଗସିପ ବ୍ୟୁରୋ: ବିରାଟ ଓ ରାହୁଲଙ୍କ ଦମଦାର ଅର୍ଦ୍ଧଶତକ ବଳରେ ବାଂଲାଦେଶ ସାମ୍ନାରେ ୧୮୫ ରନର ବିଶାଳ ବିଜୟଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ଟସ୍ ଜିତି ବାଂଲାଦେଶ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମ କିଛି ଓଭରରେ ଦମଦାର ପ୍ରଦର୍ଶନ କରିଥିଲା । ଏପରିକି ଭାରତ ସହଳ ରୋହିତଙ୍କ ୱିକେଟ ମଧ୍ୟ ହରାଇଥିଲା ।

ତେବେ ଏହାପରେ ରାହୁଲଙ୍କର ବିସ୍ଫୋରକ ଇନିଂସ ଦେଖିଥିଲେ କ୍ରିକେଟପ୍ରେମୀ । ୩୨ ବଲରେ ୫୦ ରନର ଇନିଂସ ଖେଳି ପ୍ୟାଭିଲିୟନ ଫେରିବା ପୂର୍ବରୁ ଦୃଢ ସ୍ଥିତିରେ ପହଞ୍ଚିଥିଲା ଟିମ୍ ଇଣ୍ଡିଆ ।

ଏହାପରେ କୋହଲିଙ୍କ ବ୍ୟାଟରୁ ହୋଇଥିଲା ରନ୍ ବର୍ଷା । ବାଂଲାଦେଶର ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କୋହଲି ଭାରତର ସ୍କୋର ୧୮୪ ରନରେ ପହଞ୍ଚାଇଥିଲେ ।

କେବଳ ଏତିକି ନୁହେଁ ଅର୍ଦ୍ଧଶତକ ସହ ବିରାଟ ଟି-୨୦ ବିଶ୍ୱକପର ସର୍ବାଧିକ ସ୍କୋର ହାସଲକାରୀ ଖେଳାଳୀ ପାଲଟିଛନ୍ତି । ଜୟବର୍ଦ୍ଧନେଙ୍କ ନାଁରେ ଥିବା ସର୍ବାଧିକ ରନ୍ ସ୍କୋରର ରେକର୍ଡ ନିଜ ନାଁରେ କରିଛନ୍ତି କୋହଲି ।