ନୂଆ ମାଇଲଖୁଣ୍ଟ ଅପେକ୍ଷାରେ ବିରାଟ କୋହଲି

 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜିଠୁ ଆରମ୍ଭ ହେଉଥିବା ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ହେବ ଟିମ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ୧୦୦ ତମ ଟେଷ୍ଟ। ପୂର୍ବରୁ ମାତ୍ର ୧୧ ଜଣ ଭାରତୀୟ ବ୍ୟାଟ୍ସମ୍ୟାନ ୧୦୦ ଟେଷ୍ଟ ଖେଳିବାର ଗୌରବ ଅର୍ଜନ କରିଛନ୍ତି । ବର୍ତ୍ତମାନ ସମୟର ଜଣେ ମହାନ କ୍ରିକେଟ୍ ଖେଳାଳିର ମାନ୍ୟତା ପାଇଥିବା ବିରାଟ ୧୦୦ ଟେଷ୍ଟ ଖେଳିବା ସହ ଦେଶର ଆଉ କେତେକ ମହାନ ଖେଳାଳି ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର, ଭିଭିଏସ ଲକ୍ଷ୍ମଣ, ବୀରେନ୍ଦ୍ର ସେହଓ୍ବାଗ ଓ ରାହୁଲ ଦ୍ରାବିଡଙ୍କ କ୍ଲବରେ ସାମିଲ ହେବେ।

କୋହଲି ଏବେ ୯୯ଟି ଟେଷ୍ଟ ଖେଳି ୧୬୮ଟି ଇନିଂସରେ ୭୯୬୨ରନ କରିଛନ୍ତି । ପୁଣି ସେ ଯଦି ଆଗାମୀ ଟେଷ୍ଟ ମ୍ୟାଚରେ ୩୮ରନ କରନ୍ତି ତେବେ ସେ ୬ଷ୍ଠ ଭାରତୀୟ ଖେଳାଳି ଭାବେ ୮୦୦୦ ଟେଷ୍ଟ ରନ ସଂଗ୍ରହ କରିବେ । ପୁଣି ଯଦି ସେ ଯଦି ପ୍ରଥମ ଇନିଂସରେ ଏହି ୩୮ ରନ କରନ୍ତି ତେବେ ସେ ୫ମ ଭାରତୀୟ ଖେଳାଳି ଭାବେ ୮୦୦୦ ଟେଷ୍ଟ ରନ ସଂଗ୍ରହ କରିବେ । ପୂର୍ବରୁ ତେନ୍ଦୁଲକର (୧୫୪ଟି ଇନିଂସ), ରାହୁଲ ଦ୍ରାବିଡ (୧୫୮ ଇନିଂସ), ସେହଓ୍ବାଗ (୧୬୦ ଇନିଂସ) ଓ ସୁନୀଲ ଗାଭାସ୍କର (୧୬୬ ଇନିଂସ)ରେ ଏହି ସଫଳତା ହାସଲ କରିଥିଲେ ।

୨୦୨୧ ବିରାଟଙ୍କ ପାଇଁ ଏକ ଭଲ ବର୍ଷ ନଥିଲା । ସେ ୫ଟି ଟେଷ୍ଟ ଖେଳି ମାତ୍ର ୨୦୮ ରନ କରିଥିଲେ । କନ୍ତୁ ନୂଆ ବର୍ଷ ତାଙ୍କ ପାଇଁ ସଫଳ ହେବା ଆଶା କରାଯାଉଛି ।