ଟି-୨୦ ବିଶ୍ୱକପ: ନେଦରଲାଣ୍ଡ ଠାରୁ ହାରି ବିଶ୍ୱକପରୁ ବିଦା ହେଲା ଦକ୍ଷିଣ ଆଫ୍ରିକା, ସେମିରେ ଭାରତ

 

ଓଡ଼ିଆ ଗସିପ ବ୍ୟୁରୋ: ଆଇସିସି ଟୁର୍ଣ୍ଣାମେଣ୍ଟରେ ପୁଣି ଥରେ ଅନ୍‌ଲକି ସାବ୍ୟସ୍ତ ହୋଇଛି ଶକ୍ତିଶାଳି ଦକ୍ଷିଣ ଆଫ୍ରିକା । ନେଦରଲ୍ୟାଣ୍ଡସ୍ ଗ୍ରୁପ୍‌-୧ର ଶେଷ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୧୩ ରନ୍‌ରେ ହରାଇ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି ।

ଟି-୨୦ ବିଶ୍ୱକପ୍ ସୁପର-୧୨ର ଗୁରୁତ୍ୱପୁର୍ଣ୍ଣ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡସ୍ ଠାରୁ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି ଆଫ୍ରିକୀୟ ଦଳ। ଦକ୍ଷିଣ ଆଫ୍ରିକାର ଏହି ପରାଜୟ ପରେ ଭାରତୀୟ ଟିମ୍ ୬ ପଏଣ୍ଟ ସହିତ ସେମିଫାଇନାଲରେ ପ୍ରବେଶ କରିଛି । ତେବେ ଭାରତ ଆଜି ଏହାର ଶେଷ ମ୍ୟାଚ୍ ଜିମ୍ବାୱେ ବିପକ୍ଷରେ ଖେଳିବ ।

ଦକ୍ଷିଣ ଆଫ୍ରିକାର ପରାଜୟ ପରେ ପଏଣ୍ଟ ଟେବୁଲରେ ଭାରତର ୬ ଅଙ୍କ ପାଇ ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି। ଅନ୍ୟପଟେ ଆଜି ଭାରତ ସୁପର ୧୨ର ଶେଷ ମୁକାବିଲା ଆଜି ଜିମ୍ବାୱେ ବିପକ୍ଷରେ ଖେଳିବ ଭାରତ ।

ଆଜିର ମ୍ୟାଚ୍‌ରେ ନେଦରଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ୍ ହରାଇ ୧୫୮ ରନ୍ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ଟିମ ୨୦ ଓଭରରେ ୮ ୱିକେଟ ହରାଇ ୧୪୫ ରନ୍‌ ହିଁ କରିପାରିଛି ।

ଆଜିର ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ନେଦରଲାଣ୍ଡକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ନେଦରଲାଣ୍ଡ ୧୫୮ ରନ୍ କରିଥିଲା । ଦଳ ପକ୍ଷରୁ ଅକରମନ ସର୍ବାଧିକ ୪୧ ରନ୍ କରିଥିବା ବେଳେ ମାଇବର୍ଘ ୩୭ ରନ୍ କରିଥିଲେ । ସେହିପରି ଟମ କୁପର ୩୫ ରନ୍ କରିଥିବା ବେଳେ ମାସ୍କ ଓ ଦାଓଦେ ୨୯ ରନ୍ କରିଥିଲେ ।

ଦଳ ପକ୍ଷରୁ ୱିକେଟ୍ ବେଶି ଯାଇ ନଥିବା ବେଳେ ବଡ଼ ସ୍କୋର ବି କରିପାରି ନଥିଲା ନେଦରଲାଣ୍ଡ । ଦକ୍ଷିଣ ଆଫ୍ରିକା ପକ୍ଷରୁ ନର୍ତ୍ତଜେ ଓ ମାକ୍ରମ ଗୋଟିଏ ଲେଖାଏ ୱିକେଟ୍ ନେଇଥିବା ବେଳେ ମହାରାଜ ୨ ୱିକେଟ୍ ନେଇଥିଲେ । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ କୌଣସି ଗୋଟିଏ ବି ବ୍ୟାଟ୍ସମ୍ୟାନ୍ ୩୦ ରନ୍ କରିପାରି ନଥିଲେ । ଶେଷରେ ଦଳ ୨୦ ଓଭରରେ ୮ ୱିକେଟ ହରାଇ ୧୪୫ ରନ୍‌ ହିଁ କରିପାରିଛି ।