ଭାରତ ପାଇଁ ୨୭ଟି ଟେଷ୍ଟ ମ୍ୟାଚ ଏବଂ ୫୩ଟି ଏକ ଦିବସୀୟ ମ୍ୟାଚ ଖେଳିଛନ୍ତି

 

ଓଡ଼ିଆ ଗସିପ ବ୍ୟୁରୋ: ଘରୋଇ କ୍ରିକେଟ ସହ କ୍ରିକଟର ସମସ୍ତ ଫର୍ମାଟରୁ   କ୍ରିକେଟର ଶ୍ରୀସନ୍ଥ ସନ୍ୟାସ ଘୋଷଣା କରିଛନ୍ତି। ୨୦୧୩ ମସିହାରେ ଆଇପିଏଲ୍‌ ସମୟରେ ମ୍ୟାଚ ଫିକ୍ସିଂ ଅଭିଯୋଗରେ ଫସିବାପରେ ବିସିସିଆଇ ପକ୍ଷରୁ ତାଙ୍କ ଉପରେ ନିଷେଧାଜ୍ଞା ଜାରି କରାଯାଇଥିଲା। ବିସିସିଆଇ ପକ୍ଷରୁ ଏହାର ସମୟ ସୀମା ହ୍ରାସ କରାଯିବାରୁ ସେ ପୁଣି ମୈଦାନକୁ ଫେରିବେ ବୋଲି ଆଶା କରାଯାଉଥିଲା ।

୨୦୨୧ ମସିହାରେ ସୟିଦ ମୁସ୍ତାକ ଅଲୀ କ୍ରିକେଟ ମ୍ୟାଚରେ ସେ କେରଳ ତରଫରୁ ଖେଳିଥିଲେ ।  ୨୦୨୧ ଏବଂ ୨୦୨୨ ମସିହା  ଆଇପିଏଲ୍‌ର ନିଲାମିରେ ତାଙ୍କ ନାମ ସାମିଲ୍‌ ଥିଲା  । ମାତ୍ର ତାଙ୍କୁ କେହି ବି କିଣି ନଥିଲେ । ମାର୍ଚ୍ଚ ୯ ତାରିଖରେ ସେ ଘରୋଇ ମ୍ୟାଚ ସହ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ନେଇଥିବା କଥା ଘୋଷଣା କରିଛନ୍ତି ।

ଘରୋଇ କ୍ରିକେଟରୁ ସନ୍ୟାସ ନେବା ବେଳେ ସେ ନିଜ ପରିବାର ଲୋକ, ଶୁଭେଚ୍ଛୁ, ପ୍ରଶଂସକ ଏବଂ ଭାରତର କ୍ରିକେଟପ୍ରେମୀମାନଙ୍କୁ ଧନ୍ୟବାଦ ଦେଇଥିଲେ ।

ପରବର୍ତ୍ତୀ ଖେଳାଳୀ ଏବଂ ନୂଆ ପ୍ରତିଭାଙ୍କ ପାଇଁ ସେ ସୁଯୋଗ ସୃଷ୍ଟି କରିବାକୁ ସନ୍ୟାସ ନେଉଥିବା କଥା କହିଛନ୍ତି । ସେ ଭାରତ ପାଇଁ ୨୭ଟି ଟେଷ୍ଟ ମ୍ୟାଚ ଏବଂ ୫୩ଟି ଏକ ଦିବସୀୟ ମ୍ୟାଚ ଖେଳିଛନ୍ତି ।