ହାପି ବର୍ଥ ଡେ' ବିରାଟ କୋହଲି, ଭାରତବାସୀଙ୍କୁ ଏହି ସବୁ ଉପହାର ଦେବେ ଏହି ମହାନ ଖେଳାଳି

 

ଓଡ଼ିଆ ଗସିପ ବ୍ୟୁରୋ: ଆଜି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଥିବା ମହାନ ଖେଳାଳି ବିରାଟ କୋହଲିଙ୍କ ଆଜି ଜନ୍ମଦିନ । ଏହି ଅବସରରେ ତାଙ୍କୁ ଦେଶ ବିଦେଶରୁ ଜନ୍ମଦିନର ଶୁଭେଚ୍ଛାର ସୁଅ ଛୁଟିଛି ।

ଖାଲି କ୍ରିକେଟ ପ୍ରେମୀ ନୁହନ୍ତି, ଖେଳାଳିଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ କଟକ ମହାନଦୀରୁ ସ୍ପେଶାଲ ବର୍ଥ ଡେ ଓ୍ବିଶ ପାଇଁ ପ୍ରସ୍ତୁତ କରିଛନ୍ତି ସ୍କୁବା ଡାଇଭର ସବୀର ବକ୍ସ । ସବୀର ନିଜ ସହ ଆଉ କିଛି ସ୍କୁବା ଡାଇଭରଙ୍କୁ ନେଇ ଏକ ଅଣ୍ଡର ୱାଟର ଭିଡିଓ ସୁଟ କରିଛନ୍ତି ।

ଖାଲି ସେତିକି ନୁହେଁ ବିରାଟ କୋହଲିଙ୍କ ହାପି ବର୍ଥ ଡେ' ରେ ତାଙ୍କ ଉପରେ ମରୁଥିବା ଅସଂଖ୍ୟ ଫ୍ୟାନ ତାଙ୍କ ଉପହାରକୁ ଅନେଇ ବସିଛନ୍ତି । କୋହଲିଙ୍କ ଠାରୁ କୌଣସି ଗିଫ୍ଟ କୁ ନୁହେଁ ଶତାଧିକ ଦର୍ଶକ ତାଙ୍କ ଧୂଆଁ ଧାର ବ୍ୟାଟିଂ କୁ ଚାହିଁ ବସିଛନ୍ତି । କାରଣ ଆଜି କୋହଲିଙ୍କ ଜନ୍ମଦିନ ଥିବା ବେଳେ ଆଜି T20 World Cup 2022ରେ ଭାରତ ଏବଂ zimbabwe ମ୍ୟାଚ ଆଜି ଏମସିଜି ଗ୍ରାଉଣ୍ଡ ରେ ଖେଳା ଯିବ ।

ଆଜିର ମ୍ୟାଚ ରେ କୋହଲିଙ୍କ ଠାରୁ ଚୌକା ଏବଂ ଛକାର ବର୍ଷା ଦେଖିବାକୁ ଚାହାନ୍ତି ଦର୍ଶକ ଏବଂ ସେ ଆଜିର ମ୍ୟାଚ ରେ ଏକ ବଡ ସ୍କୋର କରନ୍ତୁ ବୋଲି ଆଶା ବାନ୍ଧି ବସିଛନ୍ତି ଦର୍ଶକ । ଯାହା ତାଙ୍କ ପାଇଁ ଉପହାର ଠୁ କମ ହେବନି ବୋଲି କିଛି ଫ୍ୟାନ ସୋସିଆଲ ମିଡ଼ିଆ ରେ ଏଭଳି କମେଣ୍ଟ କରିଛନ୍ତି ।

ସୂଚନା ଥାଉକି, ବିରାଟ କୋହଲି ଟି-୨୦ ବିଶ୍ୱକପରେ ସର୍ବାଧିନ ରନ କରିବାର ରେକର୍ଡ କରିଛନ୍ତି । ବୁଧବାର ବାଂଲାଦେଶ ବିରୋଧରେ କୋହଲି ୬୪ ରନ କରିବା ସହ ଏହି ରେକର୍ଡର ଅଧିକାରୀ ହୋଇଛନ୍ତି ।

କୋହଲି ବର୍ତ୍ତମାନ ସୁଦ୍ଧା ବିଶ୍ୱକପରେ ୨୫ଟି ମ୍ୟାଚରୁ ୧୦୬୫ ରନ ସଂଗ୍ରହ କରିଛନ୍ତି । ଏହି ମ୍ୟାଚ ପୂର୍ବରୁ ତାଙ୍କୁ ବିଶ୍ୱରେକର୍ଡର ଲକ୍ଷ୍ୟ ହାସଲ ପାଇଁ ୧୬ ରନର ଆବଶ୍ୟକତା ରହିଥିଲା । ତେବେ ସେ ଏହାକୁ ଅତିକ୍ରମ କରି ନୂଆ ରେକର୍ଡ ହାସଲ କରିଛନ୍ତି ।

ବିରାଟ କୋହଲି ଚଳିତ ବିଶ୍ୱକପରେ ନିଜର ଦମଦାର ପ୍ରଦର୍ଶନ ଜାରିରଖିଛନ୍ତି । ସେ ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ୮୨ ରନ ସଂଗ୍ରହ କରିଥିବା ବେଳେ ନେଦରଲାଣ୍ଡ ବିପକ୍ଷରେ ୬୨ ରନ ସଂଗ୍ରହ କରିଥିଲେ ।

ସେହିଭଳି ଦକ୍ଷିଣ ଆଫ୍ରିକା ବିରୋଧରେ ୧୨ ରନ କରିପାରିଥିଲେ । ତେବେ ବାଂଲାଦେଶ ବିରୋଧରେ ମଧ୍ୟ ତାଙ୍କ ବ୍ୟାଟର ଜାଦୁ ଚାଲିଥିଲା । ୪୪ ବଲରୁ ସେ ୬୪ ରନର ଇନିଂସ ଖେଳିଥିଲେ । ଏଥିରେ ସେ ୮ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ ।

ଶେଷରେ ବିରାଟ କୋହଲିଙ୍କୁ ଓଡ଼ିଆ ଗସିପ ପରିବାର ତରଫରୁ ଜନ୍ମଦିନର ଅନେକ ଅନେକ ସୁଭେଚ୍ଛା ଓ ଶୁଭକାମନା ।