ଆଇପିଏଲ 2020କୁ ନେଇ ଏମିତି କହିଲେ ବିସିସିଆଇ ବସ୍: କାଣ୍ଟଛାଣ୍ଟ ହେବ କି ମ୍ୟାଚ? ଜାଣିବାକୁ ଏବେ ହିଁ ପଢ଼ନ୍ତୁ…

ଓଡ଼ିଆ ଗସିପ୍ ବ୍ୟୁରୋ: ଚଳିତ ଆଇପିଏଲ ସଂସ୍କରଣ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି । ଏପ୍ରିଲ 15ରେ ହେବାକୁ ଥିବା ଆଇପିଏଲର 13ତମ ସଂସ୍କରଣ 15 ଦିନ ପାଇଁ ଘୁଞ୍ଚିଥିବାରୁ ମ୍ୟାଚ ହେଲେ ଏଥିରେ କାଣ୍ଟଛାଣ୍ଟ ହେବ । ଚଳିତ ବର୍ଷ ଆଇପିଏଲ୍ ମାର୍ଚ୍ଚ ୨୯ ତାରିଖରେ ଆରମ୍ଭ ହେବାର ଥିଲା, କିନ୍ତୁ ବିସିସିଆଇ ଏହାକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି । ତେବେ ଆଇପିଏଲ୍ ପୁନର୍ବାର
 

ଓଡ଼ିଆ ଗସିପ୍ ବ୍ୟୁରୋ: ଚଳିତ ଆଇପିଏଲ ସଂସ୍କରଣ ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି । ଏପ୍ରିଲ 15ରେ ହେବାକୁ ଥିବା ଆଇପିଏଲର 13ତମ ସଂସ୍କରଣ 15 ଦିନ ପାଇଁ ଘୁଞ୍ଚିଥିବାରୁ ମ୍ୟାଚ ହେଲେ ଏଥିରେ କାଣ୍ଟଛାଣ୍ଟ ହେବ । ଚଳିତ ବର୍ଷ ଆଇପିଏଲ୍ ମାର୍ଚ୍ଚ ୨୯ ତାରିଖରେ ଆରମ୍ଭ ହେବାର ଥିଲା, କିନ୍ତୁ ବିସିସିଆଇ ଏହାକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଛି ।

ତେବେ ଆଇପିଏଲ୍ ପୁନର୍ବାର ଆରମ୍ଭ ହେବା ଉପରେ ଗାଙ୍ଗୁଲି କହିଛନ୍ତି, ଯେହେତୁ ଆଇପିଏଲ୍ ନିର୍ଦ୍ଧାରିତ ସମୟଠାରୁ ୧୫ଦିନ ଘୁଞ୍ଚି ଯାଇଥିବ, ତେଣୁ ଏହାକୁ କାଣ୍ଟଛାଟ୍ କରାଯିବ । ତେବେ ଏଥିରେ କେତେ କାଣ୍ଟଛାଟ କରାଯିବ, ତାହା ଏବେ କହି ହେବ ନାହିଁ ।

ବର୍ତ୍ତମାନ ଆମ ପାଇଁ ସୁରକ୍ଷା ମୁଖ୍ୟ ପ୍ରାଥମିକତା । ବର୍ତ୍ତମାନ ପରିସ୍ଥିତି ଏବଂ ସରକାରଙ୍କ ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଆମେ ଘରୋଇ ମ୍ୟାଚକୁ ମଧ୍ୟ ସ୍ଥଗିତ କରିଛୁ । ତେବେ ଆଇପିଏଲକୁ ନେଇ ଆମେ ଫ୍ରାଞ୍ଚାଇଜି ମାଲିକଙ୍କ ସହ ଆଲୋଚନା କରିଛୁ । ଆଇପିଏଲ୍ ଆଗାମୀ ଦିନରେ କିପରି ଆୟୋଜିତ ହେବ, ସେ ନେଇ ଆମେ ସବୁ ଟିମର ଫ୍ରାଞ୍ଚାଇଜିଙ୍କ ସହ ବିସ୍ତୁତ ଭାବେ ଚର୍ଚ୍ଚା କରିଛୁ । ଆମେ ପ୍ରତି ସପ୍ତାହରେ ପରିସ୍ଥିତିର ସମୀକ୍ଷା କରିବୁ । ଆମେ ଆଇପିଏଲ୍ ଆୟୋଜନ କରିବାକୁ ଚାହୁଁଛୁ, କିନ୍ତୁ ସୁରକ୍ଷାକୁ ଅଣଦେଖା କରିପାରିବୁ ନାହିଁ । ତେଣୁ ବର୍ତ୍ତମାନ ଆଇପିଏଲକୁ ସ୍ଥଗିତ କରାଯିବା ନିଷ୍ପତ୍ତି ସମସ୍ତଙ୍କ ପାଇଁ ଉଚିତ୍ ପଦକ୍ଷେପ ବୋଲି ଗାଙ୍ଗୁଲି କହିଛନ୍ତି ।

ସୂଚନା ଥାଉ କି, ମାର୍ଚ ୨୯ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ବାର୍ଷିକ କ୍ରିକେଟ୍ ମହାସମରକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଛି । ଭାରତ ସରକାରଙ୍କ ପରାମର୍ଶ ପରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ସମ୍ପାଦକ ଜୟ ସାହା ଆଇପିଏଲ୍‌ ପରିଚାଳନା ପରିଷଦ ସହିତ ଆଲୋଚନା କରି ଏହି ନିଷ୍ପତ୍ତି ନେଇଛନ୍ତି ।

ଅନ୍ୟପକ୍ଷରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଦିନିକିଆ ଶୃଙ୍ଖଳାର ଅବଶିଷ୍ଟ ଦୁଇଟି ମ୍ୟାଚ୍‌ ମଧ୍ୟ ବାତିଲ ହୋଇଯାଇଛି। ଶୁକ୍ରବାର ସମସ୍ତ ୮ ଫ୍ରାଞ୍ଚାଇଜ୍‌କୁ ଏ ସମ୍ପର୍କରେ ଅବଗତ କରିଦିଆଯାଇଛି । କରୋନା ଭୂତାଣୁର ପ୍ରତିଶେଧକମୂଳକ ବ୍ୟବସ୍ଥା କାରଣରୁ ଆଇପିଏଲ୍‌କୁ ସ୍ଥଗିତ ରଖାଗଲା ବୋଲି ବିସିସିଆଇ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛି । ସାଧାରଣ ଜନତାଙ୍କ ସ୍ବାସ୍ଥ୍ୟ ଏବଂ ସମସ୍ତ ସମ୍ପୃକ୍ତ ଅଂଶୀଦାରଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କୁହାଯାଇଛି ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବଲ୍ୟୁଏଚ୍‌ଓ) କରୋନା ଭୂତାଣୁକୁ ମହାମାରୀ ଆଖ୍ୟା ଦେବା ପରେ ବିଶ୍ବବ୍ୟାପୀ ବହୁ କ୍ରୀଡ଼ା ପ୍ରତିଯୋଗିତା ବାତିଲ ଓ ସ୍ଥଗିତ ତାଲିକାରେ ସାମିଲ ହୋଇଛି । ୟୁଫା, ଏଟିପି ଟୁର୍, ଏନ୍‌ବିଏ ଭଳି ପ୍ରତିଯୋଗିତା ସହିତ ଆଇପିଏଲ୍‌ ମଧ୍ୟ ସାମିଲ ହେବାକୁ ବାଧ୍ୟ ହୋଇଛି । କରୋନା ଭୂତାଣୁ କାରଣରୁ ବିସିସିଆଇର ଚିନ୍ତା ମଧ୍ୟ ବଢ଼ିଯାଇଛି । ଖେଳାଳିଙ୍କ ନିରାପତ୍ତାକୁ ଦୃଷ୍ଟିରେ ରଖି ବୋର୍ଡ ଶୁକ୍ରବାର ମଧ୍ୟ ଭାରତ-ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାକୁ ବାତିଲ କରିଥିଲା ।