କିଏ ହେବ 2019 କ୍ରିକେଟ ୱାର୍ଲଡ କପର ବାଦଶାହ, କଣ ଭାରତ ତୃତୀୟ ତାଜ ହାତେଇବ, ପଢନ୍ତୁ କଣ ରହିଛି ଭାରତର ସ୍ଥିତି…

କ୍ରିକେଟ ମଇଦାନରେ ମହାଲଢ଼େଇ ଜାରି ରହିଛି । ବିଶ୍ୱ ବିଜେତା ମାନ୍ୟତା ପାଇଁ ଲଢ଼େଇ କରୁଛନ୍ତି ୧୦ଟି ଦେଶ । ଲଢେଇ ଯେତେ ଯେତେ ଜୋର୍ ହେଉଛି ଦର୍ଶକ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ସେତିକି ବଢ଼ିଛି । ଆୟୋଜକ ଇଂଲଣ୍ଡ, ଶକ୍ତିଶାଳୀ ଅଷ୍ଟ୍ରେଲିଆ ସମେତ ଭାରତ ମଧ୍ୟ ଏଥର ବିଶ୍ୱକପ୍ ଦାବିଦାର ରହିଛି । ଆରମ୍ଭରୁ ବିଜୟ ସହ ଅଭିଯାନ ଆରମ୍ଭ କରିଥିବାରୁ ଟିମ୍ ଇଣ୍ଡିଆର ମନୋବଳ ମଧ୍ୟ ବେଶ୍ ଦୃଢ଼ ରହିଛି । ଅବଶ୍ୟ ଆଫଗାନିସ୍ତାନ
 

କ୍ରିକେଟ ମଇଦାନରେ ମହାଲଢ଼େଇ ଜାରି ରହିଛି । ବିଶ୍ୱ ବିଜେତା ମାନ୍ୟତା ପାଇଁ ଲଢ଼େଇ କରୁଛନ୍ତି ୧୦ଟି ଦେଶ । ଲଢେଇ ଯେତେ ଯେତେ ଜୋର୍‌ ହେଉଛି ଦର୍ଶକ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ସେତିକି ବଢ଼ିଛି । ଆୟୋଜକ ଇଂଲଣ୍ଡ, ଶକ୍ତିଶାଳୀ ଅଷ୍ଟ୍ରେଲିଆ ସମେତ ଭାରତ ମଧ୍ୟ ଏଥର ବିଶ୍ୱକପ୍‌ ଦାବିଦାର ରହିଛି ।

ଆରମ୍ଭରୁ ବିଜୟ ସହ ଅଭିଯାନ ଆରମ୍ଭ କରିଥିବାରୁ ଟିମ୍‌ ଇଣ୍ଡିଆର ମନୋବଳ ମଧ୍ୟ ବେଶ୍‌ ଦୃଢ଼ ରହିଛି । ଅବଶ୍ୟ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଦଳକୁ ବିଜୟ ମିଳିଲା କିନ୍ତୁ ଆତ୍ମସମୀକ୍ଷାର ବେଳ ଯେ ଦୁଆର ମୁହଁରେ କବାଟ ଠକ୍‌ ଠକ୍‌ କରିଛି ଏହା ମାନିବାକୁ ପଡ଼ିବ । ମହମ୍ମଦ ସାମି ଏବଂ ଜଶପ୍ରିତ୍‌ ବୁମରା ବିରାଟ ବାହିନୀର ସମ୍ମାନ ବଞ୍ଚାଇ ଦେଲେ ସିନା ଆଗକୁ ଯେ, ଲଢୁଆ ରଣନୀତି ସହ ମଇଦାନକୁ ଓଲ୍ହାଇବାକୁ ଆହ୍ଵାନ ଦେଲା ଏହା ପ୍ରତିଟି ସଦସ୍ୟ ଅଙ୍ଗେ ନିଭେଉଛନ୍ତି । ଯାହା ପରବର୍ତ୍ତୀ ମ୍ୟାଚରେ ଦେଖିବାକୁ ମିଳିବ ବୋଲି କ୍ରିକେଟ ସମୀକ୍ଷକ ଓ ଦର୍ଶକ ଆଶା ରଖିଛନ୍ତି ।

ବିଜୟ ଅଭିଯାନ ଜାରି ରଖିଥିବା ଟିମ୍‌ ଇଣ୍ଡିଆର ପରବର୍ତ୍ତୀ ଟକ୍କର ୱେଷ୍ଟଇଣ୍ଡିଜ ସହ ହେବ । ଓଲଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ମୁହାଁମୁହିଁ ହେବେ ବିରାଟ ବାହିନୀ ଓ କାରବିଆନ ଟିମ୍‌ । ଏହି ମ୍ୟାଚରେ ଭାରତର ବିଜୟ ସମ୍ଭାବନା ୭୩ ପ୍ରତିଶତ ରହିଥିବା ବେଳେ ୱେଷ୍ଟ ଇଣ୍ଡିଜର ରହିଛି ମାତ୍ର ୨୭ ପ୍ରତିଶତ । ୫ଟି ମ୍ୟଚରୁ ୪ଟି ମ୍ୟାଚ ଜିତି ୯ ପଏଣ୍ଟ ସହ ଏବେ ପଏଣ୍ଟ ଟେବୁଲର ତୃତୀୟରେ ରହିଛି ଟିମ୍‌ ଇଣ୍ଡିଆ । ୬ଟି ମ୍ୟାଚ ଖେଳି ୪ଟିରେ ପରାଜୟ ବରଣ କରିଥିବା ୱେଷ୍ଟଇଣ୍ଡିଜ ଟିମ୍‌ ତାଲିକାର ସପ୍ତମ ସ୍ଥାନରେ ରହିଛି ।

ଦ୍ୱାଦଶତମ ସଂସ୍କରଣରେ ତୃତୀୟ ବିଶ୍ୱକପ୍‌ ହାସଲ ଲକ୍ଷ୍ୟ ରଖିଥିବା ଟିମ୍‌ ଇଣ୍ଡିଆ ୱେଷ୍ଟ ଇଣ୍ଡିଜ୍‌କୁ ମାତ ଦେବା ଲକ୍ଷ୍ୟରେ ପଡ଼ିଆକୁ ଓଲ୍ହାଇବ । ଆପଗାନିସ୍ତାନଠାରୁ କଡ଼ା ଚ୍ୟାଲେଞ୍ଜ ପାଇଥିବା ଟିମ୍‌ ଇଣ୍ଡିଆ କିନ୍ତୁ ନୂଆ ରଣନୀତି ସହ ପଡ଼ିଆକୁ ଓଲ୍ହାଇବ ଏଥିରେ ଦ୍ୱିମତ ନାହିଁ ।

ଭାରତ-ଆଫଗାନିସ୍ତାନ ମ୍ୟାଚ ହେଉ କିମ୍ବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ନ୍ୟୁଜିଲାଣ୍ଡ ମ୍ୟାଚ ଅବା ଇଂଲଣ୍ଡ ବିପକ୍ଷରେ ଶ୍ରୀଲଙ୍କାର ବାଜିମାତ । ଚଳିତ ବିଶ୍ୱକପ୍‌ ମହାସମରରେ ଟିମ୍‌ ମଧ୍ୟରେ ମହାମୁକାବିଲାର ପର୍ଯ୍ୟାୟ ଯେ ଆରମ୍ଭ ହୋଇଗଲାଣି ତାହା ଜଣାପଡ଼ୁଛି । କ୍ରିକେଟ୍‌ ପ୍ରେମୀ ଏବେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ପାଉଛନ୍ତି ଆଗକୁ ମଧ୍ୟ ଏଭଳି ପ୍ରଦର୍ଶନ ଫାଇନାଲ ଲଢ଼େଇ ପର୍ଯ୍ୟନ୍ତ ଜାରି ରହିବ ।

କାହିଁକି ନା ଆୟୋଜକ ଇଂଲଣ୍ଡ ବିଶ୍ୱକପ୍‌ର ଅନ୍ୟତମ ପ୍ରମୁଖ ଦାବିଦାର ବୋଲି ଚର୍ଚ୍ଚା ହେଉଛି । ଆଉ ଏହି ଚର୍ଚ୍ଚାକୁ କିଛି ମାତ୍ରାରେ ଫିକା କରିଦେଇଛି ଶ୍ରୀଲଙ୍କା ଟିମ୍‌ । ଫିକା ପ୍ରଦର୍ଶନ ଦେଇ ଆସୁଥିବା ଶ୍ରୀଲଙ୍କା ଅଚାନକ ଶ୍ରେଷ୍ଠ କ୍ରିକେଟ୍‌ ଖେଳି ଗତ ଶୁକ୍ରବାର ମ୍ୟାଚରେ ଇଂଲଣ୍ଡକୁ ଯେଉଁଭଳି ଟକ୍କର ଦେଇଛି ତାହା କ୍ରିକେଟ୍‌ ପ୍ରେମୀଙ୍କୁ ଉତ୍ସାହିତ କରିଛି । ଅନ୍ୟ କିଛି ମ୍ୟାଚ ଉପରେ ନଜର ପକାଇଲେ ଏହା ବି ସ୍ପଷ୍ଟ ହୋଇଛି ଯେ, ଦୁର୍ବଳ ଶ୍ରେଣୀରେ ଥିବା ଟିମ୍‌ ମଧ୍ୟ ଉନ୍ନତ ଖେଳ ପ୍ରଦର୍ଶନ କରୁଛନ୍ତି । ବିଶ୍ୱକପ୍‌ ଅଭିଯାନର ଦ୍ୱିତୀୟ ପର୍ଯାୟରେ ଚ୍ୟାଲେଞ୍ଜପୂର୍ଣ୍ଣ, ଉତ୍କଣ୍ଠାରେ ଭରପୁର କଡ଼ା ଟକ୍କରର ମ୍ୟାଚ ଦେଖିବାକୁ ମିଳିବ ଏଥିରେ ସନ୍ଦେହ ନାହିଁ ।