ବସଷ୍ଟାଣ୍ଡର ବଦଳିବ ରୂପରେଖା, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ ଭି କେ ପଣ୍ଡିଆନ

କଟକରେ ଅବହଳିତ ଅବସ୍ଥାରେ ଥିବା ବହୁ ଅନୁଷ୍ଠାନ ର ରୂପରେଖା ବଦଳେଇବା ପାଇଁ ରାଜ୍ୟ ସରକାର ଏବେ ଅଣ୍ଟା ଭିଡ଼ିଛନ୍ତି । ସେ ସ୍ୱାସ୍ଥ୍ୟ ଭିତିକ ଅନୁଷ୍ଠାନ ହେଉ ବା ବ୍ୟବସାୟିକ ଅନୁଷ୍ଠାନ ଏସବୁର ରୂପରେଖା ସଜାଡ଼ିବା ପାଇଁ ଉଦ୍ୟମ ଚାଲିଛି । ତେଣୁ ଆଜି ଭୋର ୪ଟା ରୁ କଟକ ବାଦାମବାଡି ବସଷ୍ଟାଣ୍ଡ ରେ ପହଞ୍ଚିଥିଲେ ୫ ଟି ସଚିବ ଭି କେ ପାଣ୍ଡିଆନ । ବାଦାମବାଡି ବସଷ୍ଟାଣ୍ଡରେ ପହଁଚି ଶ୍ରୀ ପଣ୍ଡିଆନ ସ୍ଥିତି ଅନୁଧ୍ୟାନ
 

କଟକରେ ଅବହଳିତ ଅବସ୍ଥାରେ ଥିବା ବହୁ ଅନୁଷ୍ଠାନ ର ରୂପରେଖା ବଦଳେଇବା ପାଇଁ ରାଜ୍ୟ ସରକାର ଏବେ ଅଣ୍ଟା ଭିଡ଼ିଛନ୍ତି । ସେ ସ୍ୱାସ୍ଥ୍ୟ ଭିତିକ ଅନୁଷ୍ଠାନ ହେଉ ବା ବ୍ୟବସାୟିକ ଅନୁଷ୍ଠାନ ଏସବୁର ରୂପରେଖା ସଜାଡ଼ିବା ପାଇଁ ଉଦ୍ୟମ ଚାଲିଛି । ତେଣୁ ଆଜି ଭୋର ୪ଟା ରୁ କଟକ ବାଦାମବାଡି ବସଷ୍ଟାଣ୍ଡ ରେ ପହଞ୍ଚିଥିଲେ ୫ ଟି ସଚିବ ଭି କେ ପାଣ୍ଡିଆନ ।

ବାଦାମବାଡି ବସଷ୍ଟାଣ୍ଡରେ ପହଁଚି ଶ୍ରୀ ପଣ୍ଡିଆନ ସ୍ଥିତି ଅନୁଧ୍ୟାନ କରିଛନ୍ତି । ରାଜ୍ୟର ବଡ ବସ ଷ୍ଟାଣ୍ଡ କୁହାଯାଉଥିବା ବାଦାମବାଡି ବସଷ୍ଟାଣ୍ଡରେ କଣ କଣ ସମସ୍ୟା ରହିଛି ସେନେଇ ଅନୁଧ୍ୟାନ କରିଛନ୍ତି । ବିଶେଷ କରି ବସଷ୍ଟାଣ୍ଡରେ ବସ୍ ରହିବା ସ୍ଥଳ, ପିଇବା ପାଣି, ଟ୍ରାଫିକ ଭଳି ମୁଖ୍ୟ ପ୍ରସଙ୍ଗ ରହିଛି ।

ବାଦାମବାଡି ବସଷ୍ଟାଣ୍ଡ ସହ ତାଳଦଣ୍ଡା କେନାଲ, ଯୋବ୍ରା, ରାଣୀହାଟ ଅଂଚଳର ଜଳ ନିଷ୍କାସନ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ପାଣ୍ଡିଆନଙ୍କ ସହ ପୋଲିସ କମିଶନର, ଜିଲ୍ଲାପାଳ ଏବଂ ଆରଡିସି ମଧ୍ୟ ଏସବୁ ସ୍ଥାନର ସମସ୍ୟା ନେଇ ଅନୁଧ୍ୟାନ କରିଛନ୍ତି ।