ପିଏମ୍ ମୋଦିଙ୍କ ବିରୋଧରେ କଂଗ୍ରେସକୁ କିଏ ଦେବ ସାଥ୍ ? ସୋନିଆଙ୍କ ପାଦରେ ପାଦ ମିଶାଇ ଚାଲିବେ ଏମାନେ...

 

ଓଡ଼ିଆ ଗସିପ୍ ବ୍ୟୁରୋ: କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ଭର୍ଚୁଆଲ ଯୋଗେ ତମାମ ବିରୋଧୀ ଦଳର ନେତାଙ୍କ ସହ ଆଲୋଚନା କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ, ମୋଦି ବିରୋଧୀ ରଣନୀତି ଆଦି ପ୍ରସଙ୍ଗରେ ଭର୍ଚୁଆଲ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି । ୨୦୨୪ରେ ଏକାଠି ହୋଇ ମୋଦିଙ୍କ ବିଜୟ ଅଭିଯାନକୁ ରୋକିବା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ନିଜେ ସୋନିଆ ଏହି ଭର୍ଚୁଆଲ ବୈଠକର ଆହ୍ବାନ ଦେଇଥିଲେ ।

ଏହି ଅବସରରେ ସୋନିଆ ଗାନ୍ଧି ୧୯ରୁ ଅଧିକ ବିରୋଧୀ ଦଳର ତୁଙ୍ଗ ନେତାଙ୍କ ସହ ଆଲୋଚନା ବେଳେ କହିଥିଲେ ଯେଦେଶର ସମ୍ବିଧାନ, ସାମ୍ବିଧାନିକ ପ୍ରତିଷ୍ଠାନ ଏବଂ ସ୍ବତନ୍ତ୍ରତା ଆନ୍ଦୋଳନର ମୂଲ୍ଯକୁ ବିଶ୍ୱାସ କରୁଥିବା ଏବଂ ରଖୁଥିବା ରାଜନୈତିକ ଦଳ ଏବଂ ଏହାର ନେତାମାନେ ଏକାଠି ହେବା ଜରୁରୀ ହୋଇପଡ଼ିଛି। ସମସ୍ତ ବିରୋଧୀ ଦଳ ନେତା ଉପରକୁ ଉଠି ଏହା ଉପରେ ବିଚାର ବିମର୍ଶ କରିବାର ସମୟ ଆସିଛି ବୋଲି ମଧ୍ୟ କହିଛନ୍ତି ସୋନିଆ ଗାନ୍ଧି ।.