କେତେ ସ୍ୱଚ୍ଛ ନବୀନ ତାହା ଏହି ଭାଇରାଲ ଭିଡ଼ିଓ ପ୍ରମାଣ କରିଛି, ଦେଖନ୍ତୁ ଭିଡ଼ିଓ

ଭୁବନେଶ୍ୱର: ଓଡ଼ିଶାରେ ୪ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକଙ୍କୁ ରାଜ୍ୟବାସୀ କାହିଁକି ଆପଣାଇଛନ୍ତି ଓ ସେ ଓଡ଼ିଶାର ନମ୍ବର-୧ ମୁଖ୍ୟମନ୍ତ୍ରୀ ହେବାର ପଦ ପାଇବା ପଛରେ ତାଙ୍କର ସ୍ୱଚ୍ଛ ଭାବମୂର୍ତ୍ତୀ ଓ କାର୍ଯ୍ୟକଳାପ ହିଁ ପ୍ରମାଣ କରିଛି ଭାଇରାଲ ହୋଇଥିବା ଏକ ଭିଡ଼ିଓ । ହେଲିକପ୍ଟରରେ ବସିଥିବା ନବୀନ ପଟ୍ଟନାୟକଙ୍କ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଯାହା ତାଙ୍କ କାର୍ଯ୍ୟପନ୍ଥା କେତେ ନିର୍ମଳ ଏହା ପ୍ରମାଣ କରିଛି । ଭିଡ଼ିଓଟି ଗତକାଲି
 

ଭୁବନେଶ୍ୱର: ଓଡ଼ିଶାରେ ୪ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକଙ୍କୁ ରାଜ୍ୟବାସୀ କାହିଁକି ଆପଣାଇଛନ୍ତି ଓ ସେ ଓଡ଼ିଶାର ନମ୍ବର-୧ ମୁଖ୍ୟମନ୍ତ୍ରୀ ହେବାର ପଦ ପାଇବା ପଛରେ ତାଙ୍କର ସ୍ୱଚ୍ଛ ଭାବମୂର୍ତ୍ତୀ ଓ କାର୍ଯ୍ୟକଳାପ ହିଁ ପ୍ରମାଣ କରିଛି ଭାଇରାଲ ହୋଇଥିବା ଏକ ଭିଡ଼ିଓ । ହେଲିକପ୍ଟରରେ ବସିଥିବା ନବୀନ ପଟ୍ଟନାୟକଙ୍କ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଯାହା ତାଙ୍କ କାର୍ଯ୍ୟପନ୍ଥା କେତେ ନିର୍ମଳ ଏହା ପ୍ରମାଣ କରିଛି ।

ଭିଡ଼ିଓଟି ଗତକାଲି ରାଉରକେଲା ପ୍ରଚାର ସାରି ହେଲିପ୍ୟାଡ୍ ରୁ ଫେରୁଥିବା ସମୟର ଦୃଶ୍ୟକୁ ଦେଖାଇଛି । ଯେଉଁଥିରେ ନିର୍ବାଚନ କମିଶନଙ୍କ ଦ୍ୱାରା ଗଠିତ ହୋଇଥିବା ଫ୍ଲାଇଙ୍ଗ ସ୍କ୍ୱାଡ୍ ହଠାତ୍ ହେଲିପ୍ୟାଡ୍ ରେ ଆସି ପହଂଚିଛନ୍ତି । ନିର୍ବାଚନୀ ପ୍ରଚାର ଥିବାରୁ କାଳେ ଶ୍ରୀ ପଟ୍ଟନାୟକ କିଛି ଅର୍ଥ ନେଉଥିବା ସନ୍ଦେହରେ ତାଙ୍କ ହେଲିକପ୍ଟର ଓ ଲଗେଜ୍ କୁ ଅଚାନକ ଚେକିଂ କରିଥିବା ଦଳୀୟ କର୍ମୀ ସୂଚନା ଦେଇଛନ୍ତି ।

ତଥାପି ନିର୍ମଳ ଭାବମୂର୍ତ୍ତୀ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଫ୍ଲାଇଙ୍ଗ ସ୍କ୍ୱାଡ୍ ଟିମଙ୍କୁ ବିରୋଧ ନକରି ଚେକିଂ କରିବା ପାଇଁ ଅନୁମତି ଦେଇଥିଲେ । ଟିମ୍ ତାଙ୍କ ବ୍ୟାଗ୍, ଲଗେଜ୍, ହେଲିକପ୍ଟରରେ ଥିବା ଅନ୍ୟାନ ଜିନିଷ ଚେକିଂ କରିଥିଲେ । ପରେ କିଛି ନପାଇ ସେଠାରୁ ଚାଲିଯାଇଥିଲେ ।

ତଥାପି ଚେକିଂ ସରିବା ପରେ ସିଏମ୍ ଶ୍ରୀ ପଟ୍ଟନାୟକ ସ୍କ୍ୱାଡ୍ କୁ ଧନ୍ୟବାଦ୍ ଜଣାଇଥିଲେ । ତେଣୁ ସିଏମ୍ ତାଙ୍କ ସରଳତା ଓ ନିର୍ମଳ ଭାବମୂର୍ତ୍ତୀ ପାଇଁ ସେ ୪ଥର ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି । ଲୋକେ ଏବେ ବି ତାଙ୍କୁ ଫେବୋରାଇଟ୍ ସିଏମ୍ ବୋଲି ମାନୁଛନ୍ତି । ଆଉ ଏଥର ବି ଶ୍ରୀ ପଟ୍ଟନାୟକ ଓଡ଼ିଶାରେ ବିଜୟ ଲାଭ କରିବେ ବୋଲି ତାଙ୍କ ଦଳୀୟ ନେତା ଜୋର କରି କହିଛନ୍ତି ।