ପୁଡୁଚେରୀରେ ଗାଦି ସମ୍ଭାଳିପାରିଲାନି କଂଗ୍ରେସ; ଏଥିପାଇଁ ଦାୟୀ କିଏ?

 

ଓଡ଼ିଆ ଗସିପ୍ ବ୍ୟୁରୋ: ପୁଣି ଏକ ଗଡ଼ ହରାଇଲା କଂଗ୍ରେସ । ପୁଡୁଚେରୀରେ ଗଡ଼ିଲା କଂଗ୍ରେସ ସରକାର । ଫ୍ଲୋର୍‌ ଟେଷ୍ଟରେ ପରାଜିତ ହେଲା ଭି ନାରାୟଣସ୍ୱାମୀ ସରକାର । କିଛି ଦିନ ଧରି କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିଲା । ଜଣକ ପରେ ଜଣେ କଂଗ୍ରେସ ବିଧାୟକ ଦଳ ଛାଡ଼ିବାକୁ ଆରମ୍ଭ କରିଥିଲେ । ଗୋଟିଏ ମାସ ମଧ୍ୟ ପ୍ରାୟ ୪ ଜଣ ବିଧାୟକ ଦଳ ଛାଡ଼ିଥିଲେ । ଯାହାକି ପୁଡୁଚେରୀ କଂଗ୍ରେସ ପାଇଁ ଚଡ଼କ ପଡ଼ିଥିଲା ।