ବିଜେଡିକୁ ଅଡୁଆ ଅନୁଭବ! ତାଲିକାରେ ନାହାନ୍ତି ମହାନ୍ତି…
ଓଡ଼ିଆ ଗସିପ୍ ବ୍ୟୁରୋ: ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ଆଉ ବିଶ୍ୱାସକୁ ନେଉନାହିଁ ବିଜୁ ଜନତା ଦଳ ବିଜେଡି ।
ବିଭିନ୍ନ ସମୟରେ ଦଳ ପାଇଁ ଲଜ୍ୟା ଜନକ ସ୍ଥିତି ଉପୁଜାଉଥିବା ନେଇ ଅସନ୍ତୁଷ୍ଟ ରହିଛି ଦଳ ।
ଆଉ ବୋଧେ ଖାସ୍ ସେଥିପାଇଁ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଅନୁଭବଙ୍କୁ ଷ୍ଟାର ପ୍ରଚାର ତାଲିକାରୁ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କୁ ବାଦ ଦିଆଯାଇଛି ।
ଷ୍ଟାର ପ୍ରଚାରକ ତାଲିକାରେ ଆକାଶ ଦାସ ନାୟକ, ଅରିନ୍ଦମ ରାୟ, କୁନା ତ୍ରିପାଠୀଙ୍କ ଭଳି ଚିତ୍ରତାରକାଙ୍କ ନାମ ରହିଛି ।
ତେବେ ସାଂସଦ ଅନୁଭବ ମହାନ୍ତିଙ୍କୁ ଏହି ଷ୍ଟାର ପ୍ରଚାରକ ତାଲିକାରୁ ବାଦ ଦିଆଯାଇଛି ।
ଷ୍ଟାର ପ୍ରଚାରକ ତାଲିକାର ମନ୍ତ୍ରୀ ପ୍ରତାପ ଜେନା, ନବ କିଶୋର ଦାସ, ଅରୁଣ କୁମାର ସାହୁ, ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସମୀର ଦାଶ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ରଘୁନନ୍ଦନ ଦାସ, ସୁଶାନ୍ତ ସିଂ ଓ ସୁଦାମ୍ ର୍ମାଣ୍ଡି ଏହି ତାଲିକାରେ ଅଛନ୍ତି।
ସେହିପରି ବିଧାୟକ ପ୍ରଣବ ପ୍ରକାଶ ଦାସ, ଅନନ୍ତ ଦାସ, ସୌମ୍ୟରଞ୍ଜନ ପଟ୍ଟନାୟକ, ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ
ଅତନୁ ସବ୍ୟସାଚୀ ନାୟକ ଓ ପ୍ରତାପ କେଶରୀ ଦେବ ମଧ୍ୟ ଷ୍ଟାର ପ୍ରଚାରକ ଭାବେ ମନୋନୀତ ହୋଇଛନ୍ତି।
ସାଂସଦ ରାଜଶ୍ରୀ ମଲ୍ଲିକ ଓ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ବି ଏହି ତାଲିକାରେ ରହିଛନ୍ତି ।