ଆଫଗାନିସ୍ତାନରେ 'ମାଙ୍କଡ଼ ହାତରେ ଶାଳଗ୍ରାମ': କ୍ରିକେଟ କଥା କିଏ ପଚାରେ?

 

ଓଡ଼ିଆ ଗସିପ ବ୍ୟୁରୋ:ତାଲିବାନ ଶାସନ ହାତେଇଥିଲେ ମଧ୍ୟ କ୍ରିକେଟକୁ କୌଣସି ବିପଦ ନାହିଁ। ଏନେଇ ଖୋଦ ଆଫଗାନିସ୍ତାନ କ୍ରିକେଟ ବୋର୍ଡ (ଏସିବି)ର ସିଇଓ ହମିଦ ସିନଓ୍ବାରୀ  କହିଛନ୍ତି। ଏହାର ବଡ଼ କାରଣ ହେଉଛି କ୍ରିକେଟର ଜବରା ଫ୍ୟାନ୍‌ ତାଲିବାନ । ତାଲିବାନ କ୍ରିଟେକୁ ସମର୍ଥନ କରେ ଏବଂ ବହୁତ ପସନ୍ଦ କରେ ।

ଆଫଗାନିସ୍ତାନକୁ ତାଲିବାନ କବଜା କରିନେଇଛି । ଏହାରି ଭିତରେ ରାଶିଦ ଖାନ, ମହମ୍ମଦ ନବୀ ଏବଂ ମୁଜିବ ଜାଦରାନ ଭଳି ଷ୍ଟାର କ୍ରିକେଟର ବ୍ରିଟେନରେ ହନଡ୍ରେଡ୍‌ ଟୁର୍ଣ୍ଣାମେଣ୍ଟରେ ଖେଳୁଛନ୍ତି ।

ପିଟିଆଇ ପ୍ରତିକ୍ରିୟା​‌ରେ ସିନଓ୍ବାରୀ କହିଛନ୍ତି, ‘ରାଷ୍ଟ୍ରୀୟ ଖେଳାଳି ଏବଂ ତାଙ୍କ ପରିବାରକୁ କୌଣସି ପ୍ରକାର ବିପଦ ନାହିଁ। ତାଲିବାନ କ୍ରକେଟକୁ ଭଲ ପାଏ। ଆରମ୍ଭରୁ ତାଲିବାନ ଆମକୁ ସମର୍ଥନ କରିଆସିଛି । ସେମାନେ ଆମର ଗତିବିଧି ଉପରେ ହସ୍ତକ୍ଷେପ କରିନାହାନ୍ତି । ମୋତେ କୌଣସି ପ୍ରକାର ହସ୍ତକ୍ଷେପ ନଜର ଆସୁନାହିଁ । ତାଲିବାନ ପାଖରୁ ମିଳିବାକୁ ସମର୍ଥନରେ ଆମର କ୍ରିକେଟ ଆଗକୁ ଯାଇପାରିବ । ଆମ ଅଧ୍ୟକ୍ଷ ସକ୍ରିୟ ଅଛନ୍ତି ଏବଂ ଆଗାମୀ ନୋଟିସ ଯାଏଁ ମୁଁ ହିଁ ସିଇଓ ରହିବି।’  

ଏହା ସହ ସେ ଆହୁରି କହିଛନ୍ତି, ଦେଶରେ ତାଲିବାନ ଯୁଗରେ କ୍ରିକେଟର ପ୍ରସାର ହୋଇଥିଲା। ଅନେକ ଖେଳାଳି ପେଶାଓ୍ବାରରେ ଅଭ୍ୟାସ କରୁଥିଲେ। ସେମାନେ ଏହି ଖେଳକୁ ଆଫଗାନିସ୍ତାନ ସହ ଯୋଡ଼ିଥିଲେ। ଭଲ କଥା ହେଉଛି ସ୍ଥିତିରେ ସୁଧାର ଆସିବା ସହ ଲୋକମାନେ କାର୍ଯ୍ୟ ଆରମ୍ଭ କରିଛନ୍ତି ।

କାଲିଠୁ କ୍ରିକେଟ ବୋର୍ଡ କାର୍ଯ୍ୟାଳୟ ଖୋଲୁଥିବା ବେଳେ ଶ୍ରୀଲଙ୍କାରେ ସିରିଜ୍‌ ପୂର୍ବରୁ ଦୁଇ ଦିନ ପରେ ରାଷ୍ଟ୍ରୀୟ ଶିବିର ଖୋଲିବ। ବିଦେଶରେ ଖେଳୁଥିବା ୪-୫ ଖେଳାଳିଙ୍କ ବ୍ୟତୀତ ଅନ୍ୟ ଖେଳାଳି କାବୁଲରେ ଅଛନ୍ତି। ସେମାନେ ସୁରକ୍ଷିତ ଅଛନ୍ତି ବୋଲି ସିନଓ୍ବାରୀ କହଛନ୍ତି।

ସେପଟେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ଉପରେ ବିସିସିଆଇ ନଜର ରଖିଛି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ କୌଣସି ପରିବର୍ତ୍ତନ ହୋଇନାହିଁ । ରାଶିଦ ଖାନ ଏବଂ ଆଫଗାନିସ୍ତାନର ଅନ୍ୟ ଖେଳାଳିମାନେ ଆଇପିଏଲରେ ନିଶ୍ଚିତ ଖେଳିବେ ବୋଲି ବିସିସିଆଇ ଆଶା ପ୍ରକଟ କରିଛି । ଆଫଗାନିସ୍ତାନ ଟିମ୍‌ ପାକିସ୍ତାନ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଖେଳିବାର ଅଛି । ସମସ୍ତ ନିର୍ଦ୍ଧାରିତ ସିରିଜ୍‌ ଖେଳାଯିବ ବୋଲି ଏସିବି ସିଇଓ ସିନଓ୍ବାରୀ କହିଛନ୍ତି ।