ରାଜନୈତିକ ବିଶ୍ଳେଷକ ପ୍ରଶାନ୍ତ କିଶୋରଙ୍କ ଚାଞ୍ଚଲ୍ୟକର ରିପୋର୍ଟ, ଏଥର ସରକାର ଗଢିବ...
 

Poll analyst Prashant Kishor predicts homany seats will get BJP in lok sabha election 2024
 
‘୪୦୦ ପାର୍‌’ ଅସମ୍ଭବ, ବିଜେପି କୁ ମିଳିବ ଏତିକି ସିଟ୍
 

ଓଡ଼ିଆ ଗସିପ୍ ବ୍ୟୁରୋ: ଚଳିତ ଲୋକସଭା ନିର୍ବାଚନରେ ବିଜେପି ୩୭୦ରୁ ଅଧିକ ଏବଂ ଏନ୍‌ଡିଏ ୪୦୦ରୁ ଊର୍ଦ୍ଧ୍ବ ଆସନ ଜିତିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାବି କରିଛନ୍ତି। ତେବେ ରାଜନୈତିକ ବିଶ୍ଳେଷକ ପ୍ରଶାନ୍ତ କିଶୋର ଏହି ଦାବିକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛନ୍ତି। 

ସେ ମଙ୍ଗଳବାର ଏକ ସାକ୍ଷାତକାରରେ କହିଛନ୍ତି ଯେ ଏଥର ସରକାର ଗଢିବ ବିଜେପି କିନ୍ତୁ ବିଜେପିକୁ ୩୭୦ରୁ ଅଧିକ ଆସନ ମିଳିବ ନାହିଁ। ଏତିକି ଆସନ ଜିତିବା ଏହି ଦଳ ପକ୍ଷେ ସମ୍ଭବ ନୁହେଁ। କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ ଏଭଳି ସ୍ଲୋଗାନ ଦିଆଯାଉଛି।

ଅଧିକ ପଢନ୍ତୁ : ବ୍ରେନ୍ ହାମରେଜ୍ ହେବା ପୂର୍ବରୁ ଶରୀରରେ ଦେଖାଦିଏ ଏସବୁ ସଙ୍କେତ, ଜାଣନ୍ତୁ ସେହି ଲକ୍ଷଣ ବିଷୟରେ 

ଏବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ସେତେ ଜନ ଅସନ୍ତୋଷ ନାହିଁ। ମୋଦୀ ଏବଂ ବିଜେପି ଉପରେ ଲୋକେ ବହୁତ କମ୍‌ ଅସନ୍ତୁଷ୍ଟ ଅଛନ୍ତି। ମାତ୍ର ଏହା ଏ ପର୍ଯ୍ୟନ୍ତ ଖୋଲାଖୋଲି ଭାବେ ସାମ୍ନାକୁ ଆସିନାହିଁ। ତେଣୁ ସଂସଦୀୟ ନିର୍ବାଚନ ଫଳାଫଳ ଗତ ଥର (୨୦୧୯) ଭଳି ରହିବ। ବିଜେପି ୨୭୦ରୁ କମ୍‌ ଆସନ ପାଇବ ନାହିଁ। ଦଳ ୩୦୩ କିମ୍ବା ଏହାଠାରୁ ଟିକେ ଅଧିକ ଆସନ ପାଇବ। 

ଏହି ନିର୍ବାଚନରେ ଉତ୍ତର ଏବଂ ପଶ୍ଚିମ କ୍ଷେତ୍ରରେ ବିଜେପିର ସେଭଳି କ୍ଷତି ହେଉନାହିଁ। ମାତ୍ର ଦକ୍ଷିଣ ଏବଂ ପୂର୍ବ (ବିହାର, ପଶ୍ଚିମବଙ୍ଗ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ କେରଳ ଆଦି)ରେ ଆସନ ସଂଖ୍ୟା ବୃଦ୍ଧି ପାଇପାରେ।

ଅଧିକ ପଢନ୍ତୁ : କର୍ମକ୍ଷେତ୍ରରେ ହତୋତ୍ସାହ ହେବା ସହ ଆର୍ଥିକ କ୍ଷେତ୍ରରେ ଚିନ୍ତିତ ରହିବେ ଏହି ରାଶି ଲୋକ! ପଢନ୍ତୁ ଏ ସପ୍ତାହର ରାଶିଫଳ

ସେହିପରି ମହାରାଷ୍ଟ୍ରରେ ବିଜେପିକୁ ୨୦ରୁ ୨୫ ଆସନ ମିଳିବ। ଏଭଳି ସ୍ଥିତିରେ ଯଦି ବିରୋଧୀ ୨୫ ଆସନରେ ବିଜୟୀ ହୁଅନ୍ତି ତେବେ ବିଜେପିର କୌଣସି କ୍ଷତି ହେବନାହିଁ। କାରଣ ଏବେ ବିଜେପି ପାଖରେ ମହାରାଷ୍ଟ୍ରର ୪୮ରୁ ୨୩ ଆସନ ରହିଛି। ଏଭଳି ସ୍ଥିତିରେ ବିରୋଧୀ ଅଧିକ ଆସନ ଜିତିଲେ ବିଜେପିକୁ କୌଣସି ଫରକ ପଡ଼ିବ ନାହିଁ। ଉତ୍ତର ପ୍ରଦେଶରେ ମଧ୍ୟ ସମାନ ସ୍ଥିତି ରହିଛି। ଏଠାରେ ବିରୋଧୀ ୪୦ରୁ ଅଧିକ ଆସନ ଜିତିପାରିଲେ ହିଁ ବିଜେପି ଉପରେ ପ୍ରଭାବ ପଡ଼ିବ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୃତୀୟ କାର୍ଯ୍ୟକାଳ ଉପରେ ପ୍ରଶାନ୍ତ କିଶୋର କହିଛନ୍ତି ଯେ ଏହି ସମୟରେ ପେଟ୍ରୋଲିୟମକୁ ଜିଏସ୍‌ଟି ଅଧିନରେ ସାମିଲ କରାଯାଇପାରେ। ରାଜ୍ୟର ଆର୍ଥିକ ସ୍ବାଧୀନତା ଉପରେ କଟକଣା ଲଗାଯାଇପାରେ। କ୍ଷମତା ଏବଂ ସମ୍ବଳର କେନ୍ଦ୍ରୀକରଣ ହୋଇପାରେ। ଏହା ବ୍ୟତୀତ ରାଜ୍ୟ ସମ୍ବନ୍ଧିତ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ।

ଅଧିକ ପଢନ୍ତୁ : ବ୍ଲଡ୍ ପ୍ରେସର ଭଳି ଗମ୍ଭୀର ରୋଗ ଥିବା ଲୋକମାନେ ଭୁଲରେ ବି ଖାଆନ୍ତୁନି ଏହି ସବୁ ଖାଦ୍ୟ, ନଚେତ୍...