ପାଠକ କନେକ୍ସନ ଯୋଗୁଁ ପଲିଟିକାଲ କ୍ୟାରିୟର ବରବାଦ; ଏବେ କଣ କରିବେ ଗୋପାଳପୁରର ଭାଇନା!

 

ଓଡ଼ିଆ ଗସପି ବ୍ୟୁରୋ: ତିନି ମାସର ଜେଲ୍ ରହଣୀ ପରେ ଜାମିନ୍ ପାଇଛନ୍ତି ହେଲେ ଇଜତ ଫେରି ପାଇନାହାନ୍ତି ଗୋପାଳପୁର ବିଧାୟକ ଡକ୍ଟର ପ୍ରଦୀପ ପାଣିଗ୍ରାହୀ । ଗଞ୍ଜାମରେ ଗୋପାଳପୁର ଭାଇନା (ପ୍ରଦୀପ ପାଣିଗ୍ରାହୀ)ଙ୍କ ଯେଉଁ ଖାତିର ସେ ତ ଆଉ ନାହିଁ ଏମିତି କି ଆଗକୁ ମଧ୍ୟ ସେଥିରେ ସେ ନିଜ ପ୍ରତିପତ୍ତି ବଜାୟ ଯେ ରଖିବେ କିଛି ଗ୍ୟାରେଣ୍ଟି ନାହିଁ ।

ଏଭଳି ସ୍ଥଳେ ଗୋପାଳପୁର ବିଧାୟକଙ୍କ ରାଜନୀତି ଓ ରାଜନୈତିକ ଜୀବନ କଣ ହେବ ତାହା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ପ୍ରଶ୍ନବାଚୀ । ଏମିତିରେ ସେ ପୂର୍ବରୁ କହି ସାରିଛନ୍ତି ଯେ, ସବୁ କିଛି ଠିକ୍ ଠାକ୍ ହେଲେ ସେ ରାଜନୀତିରୁ ସନ୍ୟାସ ନେଇ ଓଡ଼ିଶା ବାହାରକୁ ପଳାଇବେ ।

ସୂଚନା ଥାଉ କି, ବିଭିନ୍ନ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ହୋଇ ଜେଲରେ ଥିଲେ। ଠକେଇ, ଜାଲିଆତି ଭଳି ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା।

ଏହାସହ ଆପରାଧିକ ଷଡ଼ଯନ୍ତ୍ର ନେଇ ମଧ୍ୟ ପ୍ରଦୀପଙ୍କ ବିରୋଧରେ ଅଭିଯୋଗ ଥିଲା। ହେଲେ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିବା ପରେ ସେ ଜେଲରୁ ବାହାରିଛନ୍ତି।ଡିସେମ୍ବର ୩ ତାରିଖରେ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।