ହିଞ୍ଜିଳି ବିଧାନସଭା ଆସନ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ନାଁରେ ଏତଲା

ଭୁବନେଶ୍ୱର: ବିଜେପି ନେତା ତଥା ହିଞ୍ଜିଳି ବିଧାନସଭା ଆସନ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ନାଁରେ ଆସିକା ଥାନାରେ ଏତଲା । ତାଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ନିର୍ବାଚନ ଦାୟିତ୍ୱରେ ଥିବା ଏକଜିକ୍ୟୁଟିଭ୍ ମାଜିଷେ୍ଟ୍ରଟ୍ ବିଶ୍ୱନାଥ ବେହେରା । କାର୍ଯ୍ୟରତ ପୋଲିସ ଅଧିକାରୀ ଓ ତାଙ୍କ ସହ ଦୁର୍ବବ୍ୟହାର ସହ ଗାଳିଗୁଳଜ କରିଥିବା ଅଭିଯୋଗରେ ସେ ଏତଲା ଦେଇଛନ୍ତି । ନିକଟରେ ହିଞ୍ଜିଳି ନିକଟସ୍ଥ ପିତ୍ତଳ ଛକରେ ପୀତାମ୍ବରଙ୍କ ଗାଡ଼ିକୁ ଅଟକାଇଥିଲେ ନିର୍ବାଚନ ଅଧିକାରୀ ସମେତ ଫ୍ଲାଇଙ୍ଗ
 

ଭୁବନେଶ୍ୱର: ବିଜେପି ନେତା ତଥା ହିଞ୍ଜିଳି ବିଧାନସଭା ଆସନ ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ନାଁରେ ଆସିକା ଥାନାରେ ଏତଲା । ତାଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ନିର୍ବାଚନ ଦାୟିତ୍ୱରେ ଥିବା ଏକଜିକ୍ୟୁଟିଭ୍‌ ମାଜିଷେ୍ଟ୍ରଟ୍‌ ବିଶ୍ୱନାଥ ବେହେରା । କାର୍ଯ୍ୟରତ ପୋଲିସ ଅଧିକାରୀ ଓ ତାଙ୍କ ସହ ଦୁର୍ବବ୍ୟହାର ସହ ଗାଳିଗୁଳଜ କରିଥିବା ଅଭିଯୋଗରେ ସେ ଏତଲା ଦେଇଛନ୍ତି ।

ନିକଟରେ ହିଞ୍ଜିଳି ନିକଟସ୍ଥ ପିତ୍ତଳ ଛକରେ ପୀତାମ୍ବରଙ୍କ ଗାଡ଼ିକୁ ଅଟକାଇଥିଲେ ନିର୍ବାଚନ ଅଧିକାରୀ ସମେତ ଫ୍ଲାଇଙ୍ଗ ସ୍କ୍ଵାଡ । ତେବେ ବିଜେପି ପ୍ରାର୍ଥୀଙ୍କ ଗାଡ଼ିକୁ କାହିଁକି ଅଟକାଯାଉଛି ବୋଲି ପ୍ରଶ୍ନ କରିବାରୁ ଏହାକୁ ନେଇ ପୀତାମ୍ବର ଓ ଦାୟିତ୍ୱରେ ଥିବା ପୋଲିସ ଅଧିକାରୀଙ୍କ ସହ ବେଶ୍‌ କିଛି ସମୟ ଧରି ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଏକଜିକ୍ୟୁଟିଭ୍‌ ମାଜିଷେ୍ଟ୍ରଟ୍‌ଙ୍କ ସହ ବି କିଛି ସମୟ ପାଇଁ ଯୁକ୍ତିତର୍କ ପରିସ୍ଥିତି ସୃଷ୍ଟିି ହୋଇଥିଲା ।

ଅପରପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିବାରୁ ପୋଲିସ ତାଙ୍କୁ ଜାଣିଶୁଣି ହଇରାଣ କରୁଥିବା ପୀତାମ୍ବର କହିଥିଲେ । ଯାହା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା ।