ଚେତାବନୀ ଦେଲେ ମୋଦି : ଛାନିଆଁରେ ବିଳିବିଳେଇଲେଣି ଇମ୍ରାନ ଖାନ

ପାକିସ୍ତାନ​‌ରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ପରେ ଚେତାବନୀ ଦେଲେ ମୋଦି : ଛାନିଆଁରେ ବିଳିବିଳେଇଲେଣି ଇମ୍ରାନ ଖାନ, ‘ଦୋଷୀଙ୍କୁ ତୁରନ୍ତ ଗିରଫ କରାଯିବ, ମନ୍ଦିର ମରାମତି କରାଯିବ’

 

ଓଡ଼ିଆ ଗସିପ ବ୍ୟୁରୋ; ପାକିସ୍ତାନ ଯେତେବି ଶାନ୍ତିଦୂତ ହେବାକୁ ଚେଷ୍ଟା କରୁ କିନ୍ତୁ ତାହାର ଅସଲ ଚେହେରା ସବୁବେଳେ ସାମ୍ନାକୁ ଆସିବ ହିଁ ଆସିବ । ଆଜି ପୁଣି ଥରେ ପାକିସ୍ତାନର ସତ ସାମ୍ନାକୁ ଆସିଛି । ପାକିସ୍ତାନର ପଞ୍ଜାବରେ ଥିବା ଏକ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ପରେ ଭାରତରେ ଏହାକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏ ନେଇ ଅବଗତ ଅଛନ୍ତି । ଏହାକୁ ନେଇ କଡା ନିନ୍ଦା କରିବା ସହିତ ଦିଲ୍ଲୀରେ ଥାଇ ପାକିସ୍ତାନର ଶୀର୍ଷ ନେତୃତ୍ବଙ୍କୁ ଜବାବ ତଲବ କରିଛନ୍ତି । ମୋଦିଙ୍କ ଏଭଳି ଆଭିମୁଖ୍ୟ ପ​‌ରେ ସେପଟେ ବିଳିବିଳେଇଲେଣି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । କେଉଁଭଳି ପରିସ୍ଥିତିରେ ଏପରି ହେଲା ଏବଂ କାହିଁତି ବାରମ୍ବାର ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହେଉଛି ସେ ନେଇ ତୁରନ୍ତ ଜବାବ କହିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ କଡା ଆଭିମୁଖ୍ୟ ଦେଖାଇବା ପରେ ଛାନିଆଁ ହୋଇଯାଇଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଟ୍ବିଟ୍ କରି ଏହାର ପ୍ରତିକ୍ରିୟା ରଖିବା ସହ ଇମ୍ରାନ କହିଛନ୍ତି, ‘ ଭୋଙ୍ଗ୍‌ରେ ଏକ ଗଣେଷ ମନ୍ଦିରରେ ଆକ୍ରମଣ ଘଟଣାକୁ ଦୃଢ ନିନ୍ଦା କରୁଛି । ଘଟଣାର ତଦନ୍ତ ପାଇଁ ସେଠାକାର IGଙ୍କୁ ନିର୍ଦେଶ ଦିଆଯାଇଛି ।

ଏହା ସହିତ ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ନିର୍ଦେଶ ଦିଆସରିଛି । ପୋଲିସର କୌଣସି ବି ଦାୟିତ୍ବହୀନତାକୁ ବରଦାସ୍ତ କରାଯିବ ନାହିଁ । ଏହା ସହିତ ମନ୍ଦିରରେ ଯାହା କିଛି ବି କ୍ଷତି ହୋଇଛି ଏହାକୁ ତୁରନ୍ତ ମରାମତି କରିଯିବ ଏବଂ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ।’

ଏଥିରୁ ସ୍ପଷ୍ଟ ହେଉଛି ଯେ, ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଘଟଣାକୁ ନେଇ ବେଶ ସତର୍କ ହୋଇଯାଇଛନ୍ତି । ଘଟଣାକୁ ନେଇ ଭାରତରେ ଜୋରଦାର ଚର୍ଚ୍ଚା ହେବା ପରେ ଛାନିଆଁ ହୋଇଗଲାଣି ପାକିସ୍ତାନ ଏବଂ ଇମ୍ରାନ । ଭାରତୀୟ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏ ନେଇ କଡା​ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ପାକିସ୍ତାନ ରାଷ୍ଟ୍ରଦୂତଙ୍କୁ ମଧ୍ୟ ଏ ନେଇ ଜବାବ ତଲବ କରାଯାଇଛି ।

ସୂଚନାଯୋଗ୍ୟ,  ପାକିସ୍ତାନରେ ହିନ୍ଦୁମାନଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବର୍ବରତାରୁ ବର୍ତ୍ତୁ ନାହାନ୍ତି ହିନ୍ଦୁ ଦେବାଦେବୀଙ୍କ ମନ୍ଦିର । କେବଳ ମନ୍ଦିର ନୁହେଁ ହିନ୍ଦୁ ସମ୍ପ୍ରଦାୟଙ୍କ ଉପରେ ମଧ୍ୟ ବାରମ୍ବାର ଆକ୍ରମଣ ହେଉଛି । ସବୁ ଜାଣି ମଧ୍ୟ ବିଶ୍ବ ଦରବାରରେ ଦୋମୁହାଁ ନୀତି ଦେଖାଉଥିବା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କିମ୍ବା ତାଙ୍କ ପ୍ରଶାସନ ନିଦରେ ଶୋଇଛି । ଦୁର୍ବୃତ୍ତମାନେ ଖୋଲାଖୋଲି ଭାବେ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଅପରାଧିକ କାର୍ଯ୍ୟକଳାପ ଜାରି ରଖିଛନ୍ତି । ପ୍ରତିବାଦ କଲେ ମିଳୁଛି ହତ୍ୟା ଧମକ । ଖଣ୍ଡା ବନ୍ଧୁକ ଦେଖାଇ ଡରାଉଛନ୍ତି ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଲୋକେ । ଦିନ ଦ୍ବିପ୍ରହରେ ହିନ୍ଦୁ ଦେବାଦେବୀଙ୍କ ମନ୍ଦିରରେ ପଶି ପୋଡାଜଳା କରିବା ସହିତ ଜିନିଷପତ୍ର ଫିଙ୍ଗା ଯାଇଥିବା ଜଣାପଡିଛି । ପାକିସ୍ତାନର ଭୋଙ୍ଗ ସିଟିରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି ।

ଭୋଙ୍ଗ ସିଟିରେ ଥିବା ସିଦ୍ଧିବିନାୟକ ମନ୍ଦିରରେ ପଶି ଭଙ୍ଗାରୁଜା କରିବା ସହିତ ପୋଡା ଜଳା କରିଛନ୍ତି ୩୦ରୁ ଉର୍ଦ୍ଧ୍ବ ଦୁର୍ବୃତ୍ତ । ମନ୍ଦିର ମଧ୍ୟରେ ଥିବା ସିଦ୍ଧି ବିନାୟକଙ୍କ ପ୍ରତିମା ଏବଂ ବ୍ୟବହାର ହେଉଥିବାର ପୂଜା ସାମଗ୍ରୀକୁ ମଧ୍ୟ ଭାଙ୍ଗିଦେଇଛନ୍ତି । ଏକ ମୁସଲିମ ମଦ୍ରାସାକୁ ଅପମାନିତ କରାଯାଇଥିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ ହେବା ପରେ ଏଭଳି କାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ ।

ସୂଚନା ଅୁନଯାୟୀ, ଭୋଙ୍ଗ ଅଞ୍ଚଳରେ ମୁସଲିମ ମଦ୍ରାସାକୁ ଅପମାନିତ କରାଯାଇଥିବା ବେଳେ ଏହାର ପ୍ରତିଶୋଧ ନିଆଯିବ ବୋଲି ଏକ ହିଂସାତ୍ମକ ପୋଷ୍ଟ ଫେସ୍‌ବୁକ୍‌ରେ ଭାଇରାଲ ହୋଇଥିଲା । ଏହା ପରେ ମନ୍ଦିର ବାହାରେ ବହୁ ସଂଖ୍ୟାରେ ମୁସଲମାନ ଏକତ୍ରିତ ହୋଇଥିଲେ । ରଡ୍‌, ବାଡି ଏବଂ ଇଟା ସହାୟତାରେ ମନ୍ଦିର ଭିତରେ ପଶି ଆକ୍ରମଣ କରିବା ସହିତ ଆରମ୍ଭ କରିଦେଇଥିଲେ ଭଙ୍ଗାରୁଜା ।

ଘଟଣାକୁ ଆୟତ କରିବା ପାଇଁ ସେଠାରେ ତୁରନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡକଡି କରାଯାଇଥିଲା । ଏହା ସହିତ ସେଠାରେ ବାସ କରୁଥିବା ପ୍ରାୟ ୧୦୦ ହିନ୍ଦୁ ପରିବାରକୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା । ତେବେ ଘଟଣାରେ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇନଥିବା ବେଳେ ଆଉ ଥରେ ଉତ୍ତେଜନା ହେବା ଆଶଙ୍କା​‌ରେ ସେଠାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପାକିସ୍ତାନରେ ସ୍ବଳ୍ପ ସଂଖ୍ୟକ ବର୍ଗଙ୍କ ଉପରେ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।