ମୋଦି ହେଉଛନ୍ତି ଦିଲ୍ଲୀରେ ରହୁଥିବା ପୁଅ ଯିଏ ମନିଅର୍ଡର ପଠାନ୍ତି ଏବଂ ପୋଷ୍ଟ ମ୍ୟାନ ହେଉଛି ରାଜ୍ୟ ସରକାର

ଭୁବନେଶ୍ୱର: ସମ୍ବଲପୁର ସଭାରେ ନିର୍ବାଚନୀ ପ୍ରଚାର ନିମନ୍ତେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଅଭିଭାଷଣରେ ଫୁଟାଇଛନ୍ତି ବାଣ । ସିଧାସଳଖ ବିରୋଧୀଙ୍କୁ ଟାର୍ଗେଟ କହିଛନ୍ତି । ବିଜେଡି ସରକାରକୁ ଆକ୍ଷେପ କରି ସେ ପୋଷ୍ଟ ମେନ ବୋଲି ଓ କେନ୍ଦ୍ର ସରକାରଙ୍କୁ ଦିଲ୍ଲୀରେ ରହୁଥିବା ପୁଅ ବୋଲି କହିଛନ୍ତି । ଯଦି ପୁଅ ଦିଲ୍ଲୀରେ ରୁହେ ଆଉ ଗାଁରେ ରହୁଥିବା ବାପା ମାଙ୍କ ପାଇଁ ସାର୍ଟ ପ୍ୟାଣ୍ଟ କିମ୍ବା ଟଙ୍କା ପଠାଏ, ତେବେ ସେ
 

ଭୁବନେଶ୍ୱର: ସମ୍ବଲପୁର ସଭାରେ ନିର୍ବାଚନୀ ପ୍ରଚାର ନିମନ୍ତେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଅଭିଭାଷଣରେ ଫୁଟାଇଛନ୍ତି ବାଣ । ସିଧାସଳଖ ବିରୋଧୀଙ୍କୁ ଟାର୍ଗେଟ କହିଛନ୍ତି । ବିଜେଡି ସରକାରକୁ ଆକ୍ଷେପ କରି ସେ ପୋଷ୍ଟ ମେନ ବୋଲି ଓ କେନ୍ଦ୍ର ସରକାରଙ୍କୁ ଦିଲ୍ଲୀରେ ରହୁଥିବା ପୁଅ ବୋଲି କହିଛନ୍ତି । ଯଦି ପୁଅ ଦିଲ୍ଲୀରେ ରୁହେ ଆଉ ଗାଁରେ ରହୁଥିବା ବାପା ମାଙ୍କ ପାଇଁ ସାର୍ଟ ପ୍ୟାଣ୍ଟ କିମ୍ବା ଟଙ୍କା ପଠାଏ, ତେବେ ସେ ଡାକବାଲାର ସହାୟତା ନେଇଥାଏ ।

ଠିକ ସେହିପରି ଓଡ଼ିଶାର ପ୍ରଗତି ପାଇଁ ଦୂରରେ ରହୁଥିବା ପୁଅ ଭଳି କେନ୍ଦ୍ର ସରକାର ପଠାଇଥିବା ଅର୍ଥକୁ ରାଜ୍ୟ ସରକାର ପୋଷ୍ଟ ମ୍ୟାନ୍ ଅଥବା ଡାକବାଲା ସାଜି ହିତାଧିକାରୀଙ୍କୁ ଦିଅନ୍ତି । ଆଉ ଏହାକୁ ରାଜ୍ୟ ସରକାର ନିଜେ ଦେଉଛନ୍ତି ବୋଲି କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ।

୨୯/୩୦ ଟଙ୍କାରେ କେନ୍ଦ୍ର ସରକାର ଚାଉଳ କିଣି ପଠାଉଛନ୍ତି ଓ ରାଜ୍ୟ ସରକାର ସେଥିରେ ୨ଟଙ୍କା ମିଶେଇ ବାହାବା ନେଇଛନ୍ତି । ଚିଟଫଣ୍ଡ ସ୍କାମ ଓ ପିସି କାରବାର ସମ୍ପର୍କରେ ମଧ୍ୟ ମୋଦି ରାଜ୍ୟ ଉପରେ ବର୍ଷିଛନ୍ତି । ମୋଦିଙ୍କ ଏଭଳି କଟାକ୍ଷ କଥା ଶୁଣି ମଞ୍ଚ ତଳେ ବସିଥିବା ଲୋକେ ହସିଥିଲେ । ମୋଦି ନିଜ ଚିରାଚରିତ ଶୈଳୀରେ ମନିଅର୍ଡର କିୟେ ପଠାଉଛନ୍ତି, ଦିଲ୍ଲୀରେ ରହୁଥିବା ପୁଅ କି ପୋଷ୍ଟ ମ୍ୟାନ୍ ବୋଲି ପ୍ରଶ୍ନ କରିଛନ୍ତି । ଯାହାର ଉତ୍ତର ଦେଇ ଲୋକଙ୍କ କରତାଳି ସାଉଁଟିବା ସହ ଦଳର ପ୍ରଚାର କରି ପଦ୍ମ ଚିନ୍ହ ରେ ଭୋଟ ପାଇଁ ଅନୁରୋଧ କରିଛନ୍ତି ଶ୍ରୀ ମୋଦି ।