ଭୁବନେଶ୍ୱରରେ ହେବାକୁ ଥିବା ଜନପରାମର୍ଶ ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଥିବା ବିଜେପିର ଜନପରାମର୍ଶ ପଦଯାତ୍ରା ନିମନ୍ତେ ଉତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଶ୍ରୀକୃଷ୍ଣ ମଣ୍ଡଳ ତରଫରୁ ମଣ୍ଡଳ ସଭାପତି ଅନଙ୍ଗ ବିକ୍ରମ ବିଶ୍ୱାଳଙ୍କ ସଭାପତିତ୍ୱରେ ପଦଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ରାଜ୍ୟ ସଂଗଠନ ସାଧାରଣ ସଂପାଦକ ମାନସ ମହାନ୍ତିଙ୍କ ସହିତ, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ, ମଣ୍ଡଳ ପ୍ରଭାରୀ ପ୍ରକାଶ ଶ୍ରୀଚନ୍ଦନ, ଯିଙ୍ଗାସୁ ପଣ୍ଡା, ବିନୟ ରାଉତ,
 

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଥିବା ବିଜେପିର ଜନପରାମର୍ଶ ପଦଯାତ୍ରା ନିମନ୍ତେ ଉତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ଶ୍ରୀକୃଷ୍ଣ ମଣ୍ଡଳ ତରଫରୁ ମଣ୍ଡଳ ସଭାପତି ଅନଙ୍ଗ ବିକ୍ରମ ବିଶ୍ୱାଳଙ୍କ ସଭାପତିତ୍ୱରେ ପଦଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି ।

ଉକ୍ତ ବୈଠକରେ ରାଜ୍ୟ ସଂଗଠନ ସାଧାରଣ ସଂପାଦକ ମାନସ ମହାନ୍ତିଙ୍କ ସହିତ, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ, ମଣ୍ଡଳ ପ୍ରଭାରୀ ପ୍ରକାଶ ଶ୍ରୀଚନ୍ଦନ, ଯିଙ୍ଗାସୁ ପଣ୍ଡା, ବିନୟ ରାଉତ, ଜିଲ୍ଲା ସାଧାରଣ ସଂପାଦକ ସଂଗ୍ରାମକେଶରୀ ନାୟକ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅଭିଶେକ ଆଚାର୍ଯ୍ୟ, ଶୁଶାନ୍ତ ଜେନା, ବିସ୍ତାରକ ଗୋଦାବରିଶ ପାତ୍ର ଓ ମଣ୍ଡଳର ସମସ୍ତ ପଦାଧିକାରିମାନେ ଉପସ୍ଥିତ ରହିଥିଲେ ।

ସେହିପରି ମଧ୍ୟ ଭୁବନେଶ୍ୱର ନିର୍ବାଚନ ମଣ୍ଡଳିରେ ଥିବା ବୁଧେଶ୍ୱରୀ ମଣ୍ଡଳରେ ମଣ୍ଡଳ ସଭାପତି ସନ୍ତୋଷ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ରାଜ୍ୟ କ।ର୍ଯ୍ୟକାରଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଜିଲ୍ଲା ସାଧାରଣ ସଂପାଦକ ବିଭାସ ସେନଗୁପ୍ତ, କର୍ପୋରେଟର ସୁରେଶ ଜେନା, ଜିଲ୍ଲା ସଂପାଦକ ତଥା ମଣ୍ଡଳ ପ୍ରଭାରୀ ଅଚ୍ୟୁତାନନ୍ଦ ରଣଜିତ୍, ଜିଲ୍ଲା ଉପସଭାନେତ୍ରୀ ପଦ୍ମାବତୀ ଜେନା, ବିସ୍ତାରକ ତ୍ରିନାଥ କୁମାର ବରାଳଙ୍କ ସମେତ ମଣ୍ଡଳର ସମସ୍ତ କାର୍ଯ୍ୟକର୍ତା ଓ ସ୍ଥାନୀୟ ନେତୃତ୍ୱମାନେ ଉପସ୍ଥିତ ରହିଥିଲେ । ଉକ୍ତ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବନଦୁର୍ଗା ମଣ୍ଡଳଠାରେ ମଧ୍ୟ ମଣ୍ଡଳ ସଭାପତି ପ୍ରଶାନ୍ତ ମହାନ୍ତିଙ୍କ ସଭାପତିତ୍ୱରେ ଅନ୍ୟ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ମଣ୍ଡଳ ୱାର୍ଡସ୍ଥରରେ ସମସ୍ତ ଜନସାଧାରଣଙ୍କ ନିକଟକୁ ଯାଇ ସେମାନଙ୍କର ପରାମର୍ଶ ନେଇ ସମସ୍ୟା ଗୁଡିକୁ ଆକଳନ କରି ତାହାର ସମାଧାନ କରିବା ଏହି ପଦଯାତ୍ରାର ମୁଖ୍ୟ ଉଦେଶ୍ୟ ଅଟେ । ଏହା ସହିତ ଜନପରାମର୍ଶ ପଦଯାତ୍ରା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟ।ଣକାରୀ ଯୋଜନା ତୃଣମୂଳସ୍ତରରେ ପହଂଚାଇବା ସହ ବିଗତ ଦିନରେ ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାରର ଅପାରଗତା ସଂପର୍କରେ ଅବଗତ କରାଇବା ବୋଲି ବୈଠକରେ ଉପସ୍ଥିତ ନେତୃବୃନ୍ଦମାନେ ପ୍ରକାଶ କରିଥିଲେ ।