ରାଜନୀତି ମଇଦାନକୁ ଆସନ୍ତୁ ପାଣ୍ଡିଆନ; ଏମିତି ଇଶାରା ଦେଲେ ଅପରାଜିତା

 

ଓଡ଼ିଆ ଗସିପ୍ ବ୍ୟୁରୋ: IASରୁ ରାଜନେତ୍ରୀ ପାଲଟି ସାଂସଦ ହୋଇଥିବା ଅପରାଜିତା ଷଡ଼ଙ୍ଗୀଙ୍କ ଏକ ବୟାନ  ଏବେ ବେଶ୍ ଭାଇରାଲ ହେଉଛି । ଯେଉଁଥିରେ ସେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ୍ ଙ୍କ ନା ନ ନେଇ କହିଛନ୍ତି ଏହି ବଡ଼ କଥା ।

ସୋସିଆଲ ମିଡିଆରେ ହେଉଥିବା ଅପରାଜିତାଙ୍କ ଭାଇରାଲ ପ୍ରତିକ୍ରିୟା କିଛି ଏହିପରି ମୁଖ୍ୟମନ୍ତ୍ରୀଙ୍କ ସହ ସବୁବେଳେ ଘରୋଇ ସଚିବଙ୍କ ଫଟୋ କାହିଁକି ଆସିବ? ଆମକୁ କୁହାଯାଉଥିଲା ଫଟୋରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଦୂରରେ ରହିବା ପାଇଁ। ସରକାରୀ କଣ୍ଡକ୍ଟ ରୁଲସ ରହିଛି। ମୁଖ୍ୟମନ୍ତ୍ରୀଙ୍କ ପାଖରେ ମୁଖ୍ୟସଚିବ ବସିଲେ ଭଲ ଦିଶିବ! ରାଜନୀତି କରିବାର ଅଛି ତ ଚାକିରୀ ଛାଡ଼ି ରାଜନୀତିରେ ଯୋଗ ଦିଅ' …..

ସତକଥା କାହିଁକିନା ସେ ସମୟ ଗଲାଣି ଯେବେ କେବଳ ପାଣ୍ଡିଆନଙ୍କ ନାଁ ହିଁ ଶୁଣିବାକୁ ମିଳୁଥିଲା ଏବେ କିନ୍ତୁ ପ୍ରତିଦିନ ତାଙ୍କୁ ଟିଭି ହେଉ କି ଡିଜିଟାଲ ମିଡିଆ ସବୁ ପ୍ଲାଟଫର୍ମରେ ଦେଖିବାକୁ ମିଳୁଛି । ନବୀନଙ୍କ ଛାଇ ହୋଇ ରହୁଥିବା ପାଣ୍ଡିଆନଙ୍କୁ ନେଇ ବିରୋଧୀ ଯେତେ ହଲ୍ଲା ବୋଲ କଲେ ବି ଏହାର ପ୍ରଭାବ ତୃତୀୟ ମହଲା ଯାଏ ପହଞ୍ଚିପାରୁନି ।

ବରିଷ୍ଠ ସାମ୍ବାଦିକ ସନ୍ଦୀପଙ୍କ ସହ ଅପରାଜିତାଙ୍କ ଜବାବ ସୁଆଲ ଦେଖନ୍ତୁ ଏହା ବାଦ ଆଉ କଣ କହିଛନ୍ତି ଜାଣନ୍ତୁ...

ଆଉ ଏବେ ଅପରାଜିତାଙ୍କ ଏହି କମେଣ୍ଟକୁ ନେଇ ଆପଣ କଣ ପ୍ରତିକ୍ରିୟା ଦେବାକୁ ଚାହୁଁଛନ୍ତି ଦିଅନ୍ତୁ......