ଗୁରୁତର ବିଜେଡି ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ହସ୍ପିଟାଲରେ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଗାଡି ଉପରେ ବୋମା ମାଡ଼ ହେବା ଘଟଣାରେ ଆଜି ପାର୍ଟି ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତର ଅବସ୍ଥାରେ ଚିକିତ୍ସତ ହେଉଥିବା ଅନନ୍ତଙ୍କୁ ଭେଟିଛନ୍ତି । କ୍ୟାପିଟାଲ ହସ୍ପିଟାଲକୁ ଯାଇ ସେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି । ଏଥିସହ ଅନନ୍ତଙ୍କ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିତି କିପରି ରହିଛି ତାହା ଉପରେ ପଚାରି ବୁଝିଛନ୍ତି
 

ଭୁବନେଶ୍ୱର: ଭୁବନେଶ୍ୱର (ମଧ୍ୟ) ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କ ଗାଡି ଉପରେ ବୋମା ମାଡ଼ ହେବା ଘଟଣାରେ ଆଜି ପାର୍ଟି ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତର ଅବସ୍ଥାରେ ଚିକିତ୍ସତ ହେଉଥିବା ଅନନ୍ତଙ୍କୁ ଭେଟିଛନ୍ତି । କ୍ୟାପିଟାଲ ହସ୍ପିଟାଲକୁ ଯାଇ ସେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି । ଏଥିସହ ଅନନ୍ତଙ୍କ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିତି କିପରି ରହିଛି ତାହା ଉପରେ ପଚାରି ବୁଝିଛନ୍ତି ।

ଗତକାଲି ରାତିରେ ଅନନ୍ତ ନାରାୟଣ ଜେନା ଏକ ମାରୁତୀ ୮୦୦ ଗାଡିରେ ସହଯୋଗୀଙ୍କ ସହ ଯାଉଥିବା ବେଳେ ତାଙ୍କ ଗାଡି ଉପରକୁ ଅଚାନକ ଅକ୍ରମଣ ହୋଇଥିଲା । ଝାରପଡ଼ା କେନାଲ ରୋଡ୍ ନିକଟରେ ତାଙ୍କ ଗାଡି ଉପରକୁ କେହି ଅଜଣା ଦୁର୍ବୁତ୍ତ ବୋମାମାଡ଼ କରିଥିବା ଅନନ୍ତ ଥାନାରେ ଅଭିଯୋଗ କରିଛନ୍ତି ।

ଏହି ଘଟଣା ଘଟିବାର କିଛି ଘଣ୍ଟା ପୂର୍ବରୁ ଭୁବନେଶ୍ୱର (ମଧ୍ୟ) ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡି ଉପରକୁ ମଧ୍ୟ ବୋମା ମାଡ଼ ହୋଇଥିଲା । ଏଥିରେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ତେବେ ରାଚନୈତିକ ଆକ୍ରୋଷର ପନ୍ଥା ଆପଣାଇ ଜଗନ୍ନାଥ ପ୍ରଧାନ ତାଙ୍କ ଗାଡି ଉପରକୁ ବୋମାମାଡ଼ କରିଥିବା ଆହତ ଅନନ୍ତ ଜେନା ଅଭିଯୋଗ ଆଣିଛନ୍ତି ।