ବଡମ୍ବା ବ୍ଲକ ବିଜେପିର ନେତା ଓ କର୍ମୀ ବିଜେଡିରେ ଯୋଗଦାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ବଡମ୍ବା-ନରସିଂହପୁର ବିଧାୟକ ତଥା ଉପ-ସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ବିଜେପିର ୨୦୦ରୁ ଊଦ୍ଧ୍ୱର୍ କର୍ମୀ, ନେତା, ଯୁବ ଓ ଛାତ୍ର ନେତା ନବୀନ ନିବାସରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବିଜେପିର ବଡମ୍ବା-ନରସିଂହପୁର ଓ ଆଠଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରତିନିଧି ସରୋଜ କୁମାର ପଟ୍ଟନାୟକ, ଆୟୁଷ୍ମାନ
 

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ବଡମ୍ବା-ନରସିଂହପୁର ବିଧାୟକ ତଥା ଉପ-ସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ବିଜେପିର ୨୦୦ରୁ ଊଦ୍ଧ୍ୱର୍ କର୍ମୀ, ନେତା, ଯୁବ ଓ ଛାତ୍ର ନେତା ନବୀନ ନିବାସରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ବିଜେପିର ବଡମ୍ବା-ନରସିଂହପୁର ଓ ଆଠଗଡ଼ ନିର୍ବାଚନ ମଣ୍ଡଳୀ ସ୍ତରୀୟ ପ୍ରତିନିଧି ସରୋଜ କୁମାର ପଟ୍ଟନାୟକ, ଆୟୁଷ୍ମାନ ପଟ୍ଟନାୟକ ଓ ଅବିନାଶ ପଟ୍ଟନାୟକ ପ୍ରମୁଖ ଅନ୍ତର୍ଭୁକ୍ତ ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ସମସ୍ତ କର୍ମୀଙ୍କୁ ଶ୍ରୀ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ, “ଆଜି ବଡମ୍ବା-ନରସିଂହପୁର ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀମାନେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ କଟକ ଜିଲ୍ଲାରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ” ।

ସରୋଜ ପଟ୍ଟନାୟକ ଦଳରେ ସାମିଲ ହେବା ଅବସରରେ କହିଥିଲେ ଯେ,“ମୁଁ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ମୋର ଛାତ୍ର ଜୀବନରେ ରାଜନୀତି ଆରମ୍ଭ କରିଥିଲି । ଓଡ଼ିଶାରେ ଯଦି ବିକାଶ ହେଉଛି, ତାହା କେବଳ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁ । ଏହାବାଦ୍‍ ଆଉ କୌଣସି ଦଳ ରାଜ୍ୟର ବିକାଶ କରିବାରେ ଆନ୍ତରିକତା ଦେଖାଉନାହାନ୍ତି” ।

ଆଜିର ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲା ବିଜେଡି ସଭାପତି ତଥା ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ପରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଆଜି ମିଶିଥିବା ସମସ୍ତ ବିଜେପିର କର୍ମୀ ଓ ନେତାଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଧାୟକ ଶ୍ରୀ ମିଶ୍ର, ଶ୍ରୀ ପାତ୍ର, ଶ୍ରୀ ପତ୍ରୀ, ବଡମ୍ବା ବିଜେଡି ବ୍ଳକ ସଭାପତି ଦୁର୍ଗାମାଧବ ରଥଙ୍କ ଉପସ୍ଥିତିରେ ନୂତନ କର୍ମୀମାନେ ସଂକଳ୍ପ ନେଇଥିଲେ ଯେ, ବିଜୁ ଜନତା ଦଳ ସରକାରଙ୍କ ସମସ୍ତ ଲୋକାଭିମୁଖି କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ବଡମ୍ବା-ନରସିଂହପୁରରେ ଦଳକୁ ଶକ୍ତିଶାଳୀ କରିବେ ।