ଜିରୋ କାଜୁଆଲ୍ଟି ପ୍ରଚାର ପ୍ରସାରରୁ ନିବୃତ ରହି ତିତିଲି ବାତ୍ୟା, ବର୍ଷା ଓ ବନ୍ୟାରେ ମୃତାହତଙ୍କ ସଂପର୍କରେ ସରକାର ସଠିକ୍ ତଥ୍ୟ ରଖନ୍ତୁ: କଂଗ୍ରେସ

ଭୁବନେଶ୍ୱର: ୨୦୦୧ ମସିହାରୁ ୨୦୧୨-୧୩ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ କ୍ଷୟକ୍ଷତିର ଆକଳନ କରି ରାଜ୍ୟ ସରକାର ମୋଟ୍ ୧୧,୫୧୮.୪୫ କୋଟି ଟଙ୍କାର ସହାୟତା ରାଶି କେନ୍ଦ୍ରକୁ ମାଗିଥିଲେ । ମାତ୍ର କେନ୍ଦ୍ର ସରକାର ରାଜ୍ୟକୁ ୧୭୯୮.୩୬ କୋଟି ଟଙ୍କା ପ୍ରଦାନ କରିଥିଲେ । ଏଠାରେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାରଙ୍କ କ୍ଷୟକ୍ଷତିର ଆକଳନ ତ୍ରୁଟିପୂର୍ଣ୍ଣ ଥିଲା ନା କେନ୍ଦ୍ର ମନଇଚ୍ଛା ସହାୟତା ରାଶି କାଟିଥିଲା? ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଦାବି କରିଛି ଯେ, ତିତିଲି ବାତ୍ୟାରେ
 

ଭୁବନେଶ୍ୱର: ୨୦୦୧ ମସିହାରୁ ୨୦୧୨-୧୩ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟୟ କ୍ଷୟକ୍ଷତିର ଆକଳନ କରି ରାଜ୍ୟ ସରକାର ମୋଟ୍ ୧୧,୫୧୮.୪୫ କୋଟି ଟଙ୍କାର ସହାୟତା ରାଶି କେନ୍ଦ୍ରକୁ ମାଗିଥିଲେ । ମାତ୍ର କେନ୍ଦ୍ର ସରକାର ରାଜ୍ୟକୁ ୧୭୯୮.୩୬ କୋଟି ଟଙ୍କା ପ୍ରଦାନ କରିଥିଲେ । ଏଠାରେ ପ୍ରଶ୍ନ ଉଠୁଛି ରାଜ୍ୟ ସରକାରଙ୍କ କ୍ଷୟକ୍ଷତିର ଆକଳନ ତ୍ରୁଟିପୂର୍ଣ୍ଣ ଥିଲା ନା କେନ୍ଦ୍ର ମନଇଚ୍ଛା ସହାୟତା ରାଶି କାଟିଥିଲା?

ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଦାବି କରିଛି ଯେ, ତିତିଲି ବାତ୍ୟାରେ ସାଧାରଣ ସଂପତିର କ୍ଷୟକ୍ଷତିର ଆକଳନ ବାସ୍ତବ ତଥ୍ୟକୁ ସରକାର ଲୋକଲୋଚନ କରନ୍ତୁ । ଅତୀତରେ ଫାଇଲିନ୍ ଓ ହୁଡହୁଡ ଭଳି ଅଧାପନ୍ତରିଆ ଥଇଥାନ କାର୍ଯ୍ୟ ନହେଉ ।

ରାଜ୍ୟ ସରକାର ଜିରୋ କାଜୁଆଲ୍ଟି ପ୍ରଚାର ପ୍ରସାରରୁ ନିବୃତ ରହିବା ସହ କ୍ଷତିଗସ୍ତ ପରିବାର ବର୍ଗଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ଓ ତିତିଲି ବାତ୍ୟାରେ ଚାଷୀଙ୍କର ନଷ୍ଟ ହୋଇଥିବା ଫସଲ ପାଇଁ ଏକର ପିଛା ୨୦ ହଜାର ଟଙ୍କା କ୍ଷତିପୂରଣ ଓ କ୍ଷୟକ୍ଷତିର ସଠିକ୍ ଆକଳନ କରିବାକୁ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଏକ ପ୍ରେସ୍ ବିବୃତିରେ ଦାବି କରିଛନ୍ତି ।