ବିଜେପି ପକ୍ଷରୁ ବଡଗଡ ଗ୍ରାମରେ ଜନ ପରାମର୍ଶ ପଦଯାତ୍ରା ଅନୁଷ୍ଠିତ

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡଗଡ ଗ୍ରାମରେ ଶ୍ରୀମତି ଅପରାଜିତା ଷଡଙ୍ଗୀ ଓ ଶ୍ରୀଯୁକ୍ତ ଅମୀୟ ଦାଶଙ୍କ ଉପସ୍ଥିତିରେ ଜନ ପରାମର୍ଶ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅମୀୟ ଦାଶଙ୍କ ନେତୃତ୍ୱରେ ଏହି ଅଂଚଳରେ ଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ମାଗଣା ଗ୍ୟାସ୍ ବଂଟନ କରାଯିବା ପରେ ବଡଗଡ ଗ୍ରାମ ଛକଠାରୁ ପଦଯାତ୍ରା ଆରମ୍ଭ ହୋଇ ବଡଗଡ ବ୍ରିଟ କଲୋନି ଚାରିଛକଠାରେ ଶେଷ ହୋଇଥିଲା । ଗ୍ରାମରେ ପ୍ରତି
 

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ପକ୍ଷରୁ ଆଜି ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡଗଡ ଗ୍ରାମରେ ଶ୍ରୀମତି ଅପରାଜିତା ଷଡଙ୍ଗୀ ଓ ଶ୍ରୀଯୁକ୍ତ ଅମୀୟ ଦାଶଙ୍କ ଉପସ୍ଥିତିରେ ଜନ ପରାମର୍ଶ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ପ୍ରଥମେ ଅମୀୟ ଦାଶଙ୍କ ନେତୃତ୍ୱରେ ଏହି ଅଂଚଳରେ ଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ମାଗଣା ଗ୍ୟାସ୍ ବଂଟନ କରାଯିବା ପରେ ବଡଗଡ ଗ୍ରାମ ଛକଠାରୁ ପଦଯାତ୍ରା ଆରମ୍ଭ ହୋଇ ବଡଗଡ ବ୍ରିଟ କଲୋନି ଚାରିଛକଠାରେ ଶେଷ ହୋଇଥିଲା । ଗ୍ରାମରେ ପ୍ରତି ପରିବାରଙ୍କ ସହିତ ପରାମର୍ଶ କରିବା ଅବସରରେ ଗ୍ରାମବାସୀମାନେ ସ୍ୱତଃପବୃତ ଭାବରେ ପଦଯାତ୍ରାକୁ ସ୍ୱାଗତ କରିବା ସହ ନିଜର ଅଭିଯୋଗ ମାନ ଶ୍ରୀମତି ଷଡଙ୍ଗୀଙ୍କ ନିକଟରେ ପ୍ରକାଶ କରିଥିଲେ ।

ଶ୍ରୀମତି ଷଡଙ୍ଗୀ ଗ୍ରାମବାସୀମାନଙ୍କୁ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟି ରାଜ୍ୟରେ ସରକାରକୁ ଆସିବା ସହ ଅଂଚଳରେ ଥିବା ସମସ୍ତ ଅସୁବିଧା ଗୁଡିକୁ ଗୋଟି ଗୋଟି କରି ସମାଧାନ କରାଯିବାର ପ୍ରତିଶୃତି ଦେଇଥିଲେ ।

ଜିଲ୍ଲା ସଂପାଦକ ଶ୍ରୀ ଅଚ୍ୟୁତାନନ୍ଦ ରଣଜିତ୍, ରାଜାରାଣୀ ମଣ୍ଡଳ ପ୍ରଭାରୀ ମଦନ ମୋହନ ପ୍ରଧାନ, ରତିକାନ୍ତ ଦାଶ, ମାନସ ଦାସ, ରାଜାରାଣୀ ମଣ୍ଡଳ ସଭାପତି ରଶ୍ମିରଞ୍ଜନ ଜେନା, ସାଧାରଣ ସଂପାଦକ ସୁଜିତ ଜେନା, ଅଭିଳାଶ ମହାନ୍ତି, କାଳନ୍ଦି ସାମଲ, ଆଲୋକ ସାହୁଙ୍କ ତତ୍ୱାବଧାନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଦଳୀୟ କାର୍ଯ୍ୟକର୍ତାଙ୍କ ସହିତ କୈଳାଶ ଜେନା, ଶିବପ୍ରସାଦ ବେହେରା,ଶେଷ ଶେଖର ଗରାବଡୁ, ଅଜୟ ସାହୁ, ସୁରେନ୍ଦ୍ର ପ୍ରଧାନ,ଲିଟୁ ବଡଜେନା, ଶକ୍ତି ପ୍ରସାଦ ସାହୁ ସମେତ ପ୍ରାୟ ଏକ ହଜାରରୁ ଉର୍ଦ୍ଧ ସାଧାରଣ ଜନତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।