ବେଆଇନ ଭାବେ ବିଜୁ ଯୁବ ବାହିନୀଙ୍କୁ ମୋବାଇଲ ବାଂଟିବା ପ୍ରସଙ୍ଗରେ ରାଜ୍ୟପାଳଙ୍କ ଆଗରେ ଫେରାଦ ହେଲା ରାଜ୍ୟ ବିଜେପ

ଭୁବନେଶ୍ୱର: ଦୁର୍ନୀତିର ସବୁ ସୀମା ଲଙ୍ଗିଛି ଶାସକ ବିଜୁ ଜନତା ଦଳ । ରାଜ୍ୟ ସରକାରଙ୍କର ବାହୁଛାୟା ତଳେ ଯେଉଁ ଦୁର୍ନୀତିଗ୍ରସ୍ତ ଖଣି କମ୍ପାନୀ ଓ ଚିଠଫଣ୍ଡ କମ୍ପାନି ଏବଂ ଧାନ କିଣାରେ ଚାଷୀମାନଙ୍କୁ କଳାକନା ବୁଲାଇଥିବା ମିଲର ଗୁଡିକ ବିଜୁ ଯୁବ ବାହିନୀ ମାଧ୍ୟମରେ ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ପ୍ରତି ବ୍ଲକରେ ୫ ହଜାର ଲେଖାଏଁ ମୋବାଇଲ୍ ବାଂଟିବା ପାଇଁ ଯାଉଛନ୍ତି । ଜିଲ୍ଲା ଏବଂ ବ୍ଲକର ପ୍ରଶାସନିକ ଅଧିକାରୀମାନେ ଏହି ମୋବାଇଲ ବଂଟାକୁ
 

ଭୁବନେଶ୍ୱର: ଦୁର୍ନୀତିର ସବୁ ସୀମା ଲଙ୍ଗିଛି ଶାସକ ବିଜୁ ଜନତା ଦଳ । ରାଜ୍ୟ ସରକାରଙ୍କର ବାହୁଛାୟା ତଳେ ଯେଉଁ ଦୁର୍ନୀତିଗ୍ରସ୍ତ ଖଣି କମ୍ପାନୀ ଓ ଚିଠଫଣ୍ଡ କମ୍ପାନି ଏବଂ ଧାନ କିଣାରେ ଚାଷୀମାନଙ୍କୁ କଳାକନା ବୁଲାଇଥିବା ମିଲର ଗୁଡିକ ବିଜୁ ଯୁବ ବାହିନୀ ମାଧ୍ୟମରେ ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ପ୍ରତି ବ୍ଲକରେ ୫ ହଜାର ଲେଖାଏଁ ମୋବାଇଲ୍ ବାଂଟିବା ପାଇଁ ଯାଉଛନ୍ତି ।

ଜିଲ୍ଲା ଏବଂ ବ୍ଲକର ପ୍ରଶାସନିକ ଅଧିକାରୀମାନେ ଏହି ମୋବାଇଲ ବଂଟାକୁ ଏକ ସରକାରୀ ଯୋଜନା ଭଳି ମନିଟର କରୁଛନ୍ତି । ହେଲେ ଆଶ୍ଚର୍ଯ୍ୟର କଥା ସେହି ମୋବାଇଲ ବଂଟା ନେଇ କୌଣସି ଟେଣ୍ଡର ହୋଇନାହିଁ କି ସରକାରୀ ସ୍ତରରେ କୌଣସି ବଜେଟ ବ୍ୟବସ୍ଥା ନାହିଁ । ପ୍ରାୟ ୭୫୦ କୋଟି ଟଙ୍କା ବ୍ୟୟରେ ପ୍ରାୟ ୨୦ ଲକ୍ଷ ମୋବାଇଲ୍ ହ୍ୟାଣ୍ଡସେଟ ବାଂଟିବା ପାଇଁ ମସୁଧା ଚାଲିଛି ।

ବିନା ସରକାର ନିଷ୍ପତିରେ କାହିଁକି ଏତେ ମୋବାଇଲ ବଂଟାଯାଉଛି ଓ ସମ୍ପୃକ୍ତ ଘରୋଇ କମ୍ପାନୀମାନେ କାହିଁକି ମୋବାଇଲ ବାଂଟିବା ପାଇଁ ଅର୍ଥ ଖର୍ଚ୍ଚ କରୁଛନ୍ତି । ଏଥିରୁ ଏକ ବୃହତ ଆର୍ଥୀକ ଅନିୟମିତତାର ଗନ୍ଧ ବାହାରୁଛି । ଏ ପ୍ରସଙ୍ଗରେ ଆଜି ଭାରତୀୟ ଜନତା ପାର୍ଟି ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମହାମହିମ ରାଜ୍ୟପାଳଙ୍କୁ ଭେଟି ତଥ୍ୟ ପ୍ରମାଣ ଦେଇ ଘଟଣାରେ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଛନ୍ତି ।

ବିଭିନ୍ନ ମୋବାଇଲ ଡଷ୍ଟ୍ରିବ୍ୟୁଟରରୁ ମୋବାଇଲ ଏହି ଖଣି କଂପାନୀ ମାନେ କିଣି ଦଳୀୟ ଭିତିରେ ବଂଟନ କରାଯାଇଛି । ବିଜେପି ନେତୃବୃନ୍ଦ ମୋବାଇଲ କଂପାନୀର ଇ-ୱେ ବିଲ୍, ଗାଡି ନମ୍ବର ଆଦି ତଥ୍ୟ ରାଜ୍ୟପାଳଙ୍କୁ ପ୍ରଦାନ କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ତାମିଲ ଖଣି ବେପାରୀ ତ୍ରିବେଣୀ ଆର୍ଥମୁଭରସ, ବ୍ୟାପକ ଖଣି ଦୁର୍ନିତିରେ ସମ୍ପୃକ୍ତ ଥିବା ସିରାଜ୍ଉଦ୍ଧିନ୍ ଆଣ୍ଡ କୋ, ଧାନ କିଣା ଘୋଟାଲାରେ ସମ୍ପୃକ୍ତ ଥିବା ମା’ ଉତରାଣୀ ରୋଲର ଆଣ୍ଡ ଫ୍ଲୋର ମିଲ୍, ଆରିୟା ମାଇନିଂ ଆଣ୍ଡ ଟ୍ରେଡିଙ୍ଗ କର୍ପୋରେଶନ, କଲ୍ୟାଣି ଏଂଟରପ୍ରାଇଜେସ୍ ସହ ଅନେକ କମ୍ପାନୀ ଏହି ମୋବାଇଲ୍ ଯୋଗାଣରେ ସଂପୃକ୍ତ ଅଛନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ, ତ୍ରିବେଣୀ ଆର୍ଥମୁଭର୍ସ ସହ ଅନ୍ୟ କମ୍ପାନୀମାନେ ତୃତୀୟ ମହଲାର ପ୍ରୋତ୍ସାହନରେ ନିଜର ସାମ୍ରାଜ୍ୟ ବିସ୍ତାର କରି ଚାଲିଛି । ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଭୋଟ ପାଇଁ ବିଜୁ ଯୁବ ବାହିନୀକୁ ମୋବାଇଲ୍ର ଲାଚଂ ଦେଖାଇ ଯୁବକ ଯବତୀ ମାନଙ୍କଠୁ ଭୋଟ୍ ହାତେଇବା ପାଇଁ ଶାସକ ବିଜେଡି ପ୍ରୟାସ କରୁଛନ୍ତି ।

ତେବେ ୨୦ ଲକ୍ଷ ମୋବାଇଲ ହ୍ୟାଣ୍ଡସେଟ ଯାହା ଏବେ ସରକାରୀ କଳ ମାଧ୍ୟମରେ ବଂଟାଯିବ ସେ ସବୁ ମୋବାଇଲ ଆସିଲା କୁଆଡୁ ଓ ବିନା ସରକାରୀ ନିର୍ଦ୍ଦେଶରେ କାହିଁକି ବଂଟାଯାଉଛି ଏବଂ ଏହାର ହିତାଧିକାରୀ କେଉଁମାନେ ରାଜ୍ୟସରକାର ସ୍ପଷ୍ଟ କରିବା ସହ ଏହାର ତଦନ୍ତ ହେଉ ବୋଲି ଶ୍ରୀ ମହାନ୍ତି ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ବିଜେପିର ପ୍ରତିନିଧୀ ଦଳ ପ୍ରବର୍ତନ ନିର୍ଦ୍ଦେଶାଳୟ ଏବଂ ଆୟକର ବିଭାଗରେ ଏନେଇ ଅଭିଯୋଗ କରି ଏହି ଦୁର୍ନୀତିର ତଦନ୍ତ କରିବାକୁ ଦାବି କରିଛି ।

ରାଜ୍ୟପାଳଙ୍କୁ ଭେଟିଥିବା ଏହି ପ୍ରତିନିଧୀ ଦଳରେ ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ପ୍ରତାପ ମିଶ୍ର, ସୋସିଆଲ ମିଡିଆ ସଂଯୋଜକ କସ୍ତୁରୀ ମିଶ୍ର, ସୁଜାତା ପାଢୀ ଏବଂ ଭୁବନାନନ୍ଦ ତ୍ରିପାଠୀ ପ୍ରମୁଖ ସାମିଲ ଥିଲେ ।