ରାହୁଲଙ୍କ ରାଜନୈତିକ ରାଣ: କହିଲେ, ମହିଳାଙ୍କ ଅଧିକାର ସର୍ବୋପରି

ଜୟପୁର/ଭୁବେନେଶ୍ୱର: ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । କିଛି ଦିନର ମହଲତ ପରେ ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଅନୁଷ୍ଠିତ । ଆଉ ଏଭଳି ସମୟରେ ଓଡ଼ିଶା କଂଗ୍ରେସକୁ ଅଧିକ ଫୋକସରେ ରଖିଥିବା ଦଳର ହାଇକମାଣ୍ଡ ରାହୁଲ ଗାନ୍ଧି ଆଜି ପୁଣି ଥରେ ଓଡ଼ିଶା ଗସ୍ତରେ ଆସି ଜନତାଙ୍କ ଆସ୍ଥା ଭାଜନ ହେବା ପାଇଁ ସବୁ ପ୍ରୟାସ କରିଛନ୍ତି । ମହିଳା ଦିବସରେ ମହିଳା ପ୍ରତିନିଧିଦଳଙ୍କ ସହ ଚର୍ଚ୍ଚା ହେଉ କିମ୍ବା ସାଧାରଣ ସଭାକୁ ସମ୍ବୋଧନ
 

ଜୟପୁର/ଭୁବେନେଶ୍ୱର: ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । କିଛି ଦିନର ମହଲତ ପରେ ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଅନୁଷ୍ଠିତ । ଆଉ ଏଭଳି ସମୟରେ ଓଡ଼ିଶା କଂଗ୍ରେସକୁ ଅଧିକ ଫୋକସରେ ରଖିଥିବା ଦଳର ହାଇକମାଣ୍ଡ ରାହୁଲ ଗାନ୍ଧି ଆଜି ପୁଣି ଥରେ ଓଡ଼ିଶା ଗସ୍ତରେ ଆସି ଜନତାଙ୍କ ଆସ୍ଥା ଭାଜନ ହେବା ପାଇଁ ସବୁ ପ୍ରୟାସ କରିଛନ୍ତି ।

ମହିଳା ଦିବସରେ ମହିଳା ପ୍ରତିନିଧିଦଳଙ୍କ ସହ ଚର୍ଚ୍ଚା ହେଉ କିମ୍ବା ସାଧାରଣ ସଭାକୁ ସମ୍ବୋଧନ । ସବୁଥିରେ ବାରି ହୋଇ ପଡ଼ିଛି ଯେ, ରାଜନୈତିକ ଲକ୍ଷ୍ୟ ସାଧନ ରାହୁଲଙ୍କ ଏକ ମାତ୍ର ଇଚ୍ଛା । ବିଜେପି ଓ ବିଜେଡିକୁ ଟାର୍ଗେଟ ସହ ଗୁରୁତ୍ୱପୂର୍ଣ୍ଣ ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗ ଉଠାଇ କଂଗ୍ରେସ ପାଇଁ କରିଛନ୍ତି ବଡ଼ କ୍ୟାମ୍ପେନର ଶୁଭାରମ୍ଭ ।

କଂଗ୍ରେସ ଯଦି କେନ୍ଦ୍ରରେ ସରକାରକୁ ଆସେ ତେବେ ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାରିତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କଂଗ୍ରେସ ହାଇକମାଣ୍ଡ । ମହିଳାଙ୍କୁ ଆହ୍ୱାନ ଦେଇ ରାହୁଲ କହିଛନ୍ତି ଯେ, ନିଜ ଅଧିକାରୀ ପାଇଁ ମହିଳାମାନେ ଲଢ଼େଇ କରିବା ଆବଶ୍ୟକ । ଲୋକସଭା, ବିଧାନସଭା ଏବଂ ବ୍ୟବସାୟ କ୍ଷେତ୍ରରେ ନିଜ ପାଇଁ ସ୍ଥାନ ସଂରକ୍ଷଣ ପାଇଁ ଦାବି କରିବାକୁ ଗୁରୁତ୍ୱ ଦେଇଛନ୍ତି ରାହୁଲ ।