ବିଜେପିରେ ଯୋଗ ଦେଲେ ଭୁବନେଶ୍ୱର ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ବାବୁ ସିଂହ ଓ ଶତାଧିକ କଂଗ୍ରେସ କର୍ମୀ

ଭୁୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜିି ଶତାଧିକ କର୍ମୀ ବିଜେଡି ଓ କଂଗ୍ରେସ ଛାଡି ବିଦ୍ଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ବିଜେଡିର ଭୁବନେଶ୍ୱର ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଓ ଯୁବ ନେତା ବାବୁ ସିଂହ ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀ ସିଂହଙ୍କୁ ଉତରୀୟ ଏବଂ ଟୋପି ପିନ୍ଧାଇ
 

ଭୁୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜିି ଶତାଧିକ କର୍ମୀ ବିଜେଡି ଓ କଂଗ୍ରେସ ଛାଡି ବିଦ୍ଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ବିଜେଡିର ଭୁବନେଶ୍ୱର ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଓ ଯୁବ ନେତା ବାବୁ ସିଂହ ବିଜେପିରେ ସାମିଲ ହୋଇଛନ୍ତି ।

ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀ ସିଂହଙ୍କୁ ଉତରୀୟ ଏବଂ ଟୋପି ପିନ୍ଧାଇ ବିଦ୍ଧିବଦ୍ଧ ଭାବେ ଦଳରେ ସାମିଲ କରାଇଛନ୍ତି । ସେହିପରି ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଂପାଦକ ଚିନ୍ମୟ ପ୍ରଧାନ, ଦିଲୀପ ସେନାପତି, ମନୋଜ ପଶ୍ଚିମ କବାଟ, ଭବାନୀ ସ୍ୱାଇଁ, ବିଜୁ ଛାତ୍ର ଜନତା ଦଳର ପୂର୍ବତନ ସଂପାଦକ ସାଲୁଟ ସାହୁ, କାହ୍ନଚରଣ ସାହୁୁ ସ୍ୱାଇଁ, ଅମିତ ଜୟ ସିଂହ, ସୁନୀଲ ରାୟ, ସତ୍ୟପ୍ରକାଶ ସୁନ୍ଦରାୟ, ସନ୍ତୋଷ ସେନାପତୀ, ପ୍ରଶାନ୍ତ ସାହୁ, ଗିରୁଧର ପ୍ରଧାନ, ବିଜୁ ଛାତ୍ର ଜନତା ଦଳର ଜୋନ କମିଟିର ସଂପାଦକ ସଂଜୟ ବାରିକ, ସନ୍ତୋଷ ମହାନ୍ତି, ସୁଶିଳ ସାହୁ, ରିତେଶ ରାଉତ, ବିନୟ ଦାସ, ସୂର୍ଯ୍ୟପ୍ରସାଦ ରାଉତରାୟ, ବିଶ୍ୱରଂଜନ ଭୋଇ, ଦେବୀ ପ୍ରସାଦ ମହାପାତ୍ର, ରାଜେନ୍ଦ୍ର ଖଟୁଆ, ଶୁଭମ ମହାପାତ୍ର, ପ୍ରଦ୍ୟୁମ୍ନ ଜେନା, ପ୍ରଶାନ୍ତ ଜେନା, ରଶ୍ମିରଂଜନ କାନୁନଗୋ, ପଦ୍ମନାଭ ଦାସ ପ୍ରମୁଖ ବିଜେଡି ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି ।

କେନ୍ଦ୍ରପଡା ଜିଲ୍ଲାର ପୂର୍ବତନ କଂଗ୍ରେସ ସଭାପତି ଅଧ୍ୟାପକ ଉମାକାନ୍ତ ନାୟକ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ସେ ପୂର୍ବତନ ପିସିସି ସାଧାରଣ ସଂପାଦକ ଭାବେ ଦାୟୀତ୍ୱ ତୁଲାଇବା ସହ ଏଆଇସିସିର ସଦସ୍ୟ ରହିଛନ୍ତି । ସେହିପରି ପାଟକୁରା ଅଂଚଳର ଯୁବନେତା ଉମାକାନ୍ତ ଚୈାଧୁରୀ, ପୂର୍ବତନ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ମୀନତି ରାଉତ, କଂଗ୍ରେସ ନେତା ଦେବକାନ୍ତ ରାଉତ, ଅମରଜିତ ରାଉତ ପ୍ରମୁଖ କଂଗ୍ରେସ ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି । ଭୁବନେଶ୍ୱର ମ୍ୟୁନିସିପାଲିଟିର ପୂର୍ବତନ କର୍ପୋରେଟର ପଦ୍ମନାଭ ଦାଶ, ସାମାଜିକ କାର୍ଯ୍ୟକର୍ତା କୈଳାସ ଚନ୍ଦ୍ର ବଳ, ଦୁର୍ଗାଶିଷ ମହାନ୍ତି, ରାଜ୍ୟ ନାଗରିକ ସମାଜର ସଭାପତି ତଥା ସମାଜସେବୀ ପ୍ରକାଶ ରଥ, ବିଜୁଯୁବ ବାହିନୀର ସଦସ୍ୟ ଗୋପାଳ କିଷ୍ଣା ଦାସ, ସମାଜସେବୀ ଅଦୈତ ମହାନ୍ତି ବିଜେପିରେ ସାମିଲ ହୋଇଛନ୍ତି ।

ବେଗୁନିଆ ବୋଲଗଡର ନିର୍ବାଚନମଣ୍ଡଳୀର ପୂର୍ବତନ ବ୍ଲକ ଚେୟାରମ୍ୟାନ ରଘୁନାଥ ଷଡଙ୍ଗୀ, ପୂର୍ବତନ ସରପଂଚ ଦେବରାଜ ପଲାଇ, ସେହ୍ନଲତା ଷଡଙ୍ଗୀ, ଚିନ୍ମୟୀ ସେଠୀ, ରମ୍ୟରଂଜନ ସାମନ୍ତରାୟ, ଦିଲୀପ ମହାପାତ୍ର, ସତ୍ୟଭାମା ସେଠୀଙ୍କ ସମେତ ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ଆମ ଆଦମୀ ପାର୍ଟିର ନେତ୍ରୀ ଆଇନୀଜୀବୀ ସଙ୍ଗୀତା ମାଝୀ, ଟିଭି ଆଙ୍କର ଅନୁରାଧା ନାୟକ (ମୁସ୍କାନ), ସମାଜିକ କାର୍ଯ୍ୟକର୍ତା ଅରୁଣ ଦାସ, ସାମ୍ବାଦିକ ପ୍ରଶାନ୍ତ ପାଇକରାୟ, ମଧୁସୁଦନ ଦାସ, ଗଙ୍ଗାଧର ପଣ୍ଡା, ପାର୍ଥସାରଥୀ ତ୍ରିପାଠୀ, ହେମନ୍ତ କୁମାର ପଣ୍ଡା, ଦୀପକ ମିଶ୍ର , କିଶୋର ପଟ୍ଟନାୟକ, ସୁମନ୍ତ ଦାସ, ଅରୁଣ ପଟ୍ଟନାୟକ, ବିନୋଦ ବିହାରୀ ବଳ ବିଜେପିରେ ସାମିଲ ହୋଇଛନ୍ତି ।

ରାଜ୍ୟ ଉପସଭାପତି ସମୀର ମହାନ୍ତି ଦଳରେ ସାମିଲ ହୋଇଥିବା ସମସ୍ତ ନେତୃବୃନ୍ଦଙ୍କୁ ସ୍ୱାଗତ କରିବା ସହ ସାଧୁବାଦ ଜଣାଇଛନ୍ତି । ଏହି ମିଶ୍ରଣ ଦ୍ୱାରା ଦଳ ଆହୁରି ମଜବୁତ୍ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଆସନ୍ତା ନିର୍ବାଚନରେ ଭ୍ରଷ୍ଟାଚାରୀ ଓ ଅଗଣତାନ୍ତ୍ରୀକ ବିଜେଡିକୁ ହରାଇବା ସହ ବିଜେପିକୁ ବିଜୟୀ କରାଇବା ପାଇଁ ମୁଁ ସଂକଳ୍ପ ନେଇ କାର୍ଯ୍ୟ କରିବି ବୋଲି ଦଳରେ ସାମିଲ ହୋଇଥିବା ବାବୁ ସିଂହ କହିଛନ୍ତି ।

ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ ସମସ୍ତଙ୍କୁ ସ୍ୱାଗତ କରିବା ସହ ଅଭିନନ୍ଦନ ଜଣାଇଛନ୍ତି । ରାଜ୍ୟସରକାରଙ୍କ ସ୍ଥାଣୁତା ଏବଂ ଦୁର୍ନୀତି ବିରୁଦ୍ଧରେ ରାଜ୍ୟବାସୀ ଅତିଷ୍ଠ ହୋଇପଡିଛନ୍ତି । ୨୯ଟି ରାଜ୍ୟରୁ ଆର୍ଥିକ ଦୃଷ୍ଟିରୁ ଓଡିଶା ଉପରୁ ୨୫ ନମ୍ବରରେ ରହିଛି । ନାରୀ ନିର୍ଯ୍ୟାତନାରେ ଓଡିଶା ତଳୁ ତୃତୀୟ ସ୍ଥାନରେ ଅଛୁ । ରାଜ୍ୟର ସବୁ ସ୍ଥାନରେ ପରିବର୍ତନର ପବନ ବହୁଛି ବୋଲି ଶ୍ରୀମତୀ ଷଡଙ୍ଗୀ କହିଛନ୍ତି ।

ଅପାରଗ ରାଜ୍ୟ ସରକାର ବଦଳିବା ଦରକାର । ଏଥିସହ ମୋଦି ସରକାରଙ୍କ ବିକାଶ ମୂଳକ ଯୋଜନା ଘରେ ଘରେ ପହଂଚାଇବାର ସଂକଳ୍ପ ନେଇ ଆଗାମୀ ଦିନରେ ମୋଦୀଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ବନାଇବାର ସଂକଳ୍ପ ନେବା ବୋଲି ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା କହିଛନ୍ତି ।

ବିଜେଡି ଦଳ ପ୍ରତି ଅତିଷ୍ଠ ହୋଇ ଏବଂ ମୋଦୀଙ୍କ ସ୍ୱଚ୍ଛ ଶାସନ ଓ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି ବୋଲି ସଦ୍ୟ ବିଜେପିରେ ମିଶିଥିବା ନେତା କହିଛନ୍ତି । ରାଜ୍ୟର ବିକାଶ ବିଜେପି ସରକାର କରିପାରିବ । ଏଥିସହ ବିଜେପି ହିଁ ଏକମାତ୍ର ବିକଳ୍ପ ବୋଲି ସେମାନେ କହିବା ସହ ବିଜେଡି ଦଳର ନେତାମାନେ ଦୁର୍ନୀତି ଓ ଭ୍ରଷ୍ଟାଚାର ଲିପ୍ତ ବୋଲି ଶ୍ରୀ ସିଂହ ଅଭିଯୋଗ କରିଛନ୍ତି ।

ଦଳୀୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଷ୍ଟ୍ରୀୟ ଉପସଭାପତି ତଥା ମୁଖପାତ୍ର ବୈଜୟନ୍ତ ପଣ୍ଡା, ରାଜ୍ୟ ବିଧାୟକ ଦଳ ନେତା କେ.ଭି ସିଂହଦେଓ, ରାଜ୍ୟ ଉପ ସଭାପତି ରାଜକିଶୋର ଦାଶ, ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମୀୟ ଦାସ, ଜଗନ୍ନାଥ ପ୍ରଧାନ, ଦିଲୀପ ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଂଟିଆ, କେନ୍ଦ୍ରାପଡା ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁ, ସିନେ ଅଭିନେତ୍ରୀ ଅପରାଜିତା ମହାନ୍ତି ପ୍ରମୁଖ ସାମିଲ ଥିଲେ ।