ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ମୁନ୍ନା ଭାଇ

ମୁମ୍ବାଇ: ମୁନ୍ନା ଭାଇ ଓରଫ ବଲିଉଡ଼ ଅଭିନେତା ସଞ୍ଜୟ ଦତ୍ତ ଏଥରକ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ତାଙ୍କୁ ସମାଜବାଦୀ ପାର୍ଟି ୟୁପିର ଗଜିଆବାଦରୁ ପ୍ରାର୍ଥୀ କରିବ ବୋଲି ରାଜନୈତିକ ମହଲରୁ ଶୁଣିବାକୁ ମିଳିଛି । ସଞ୍ଜୟ ୨୦୧୦ ରେ ସପାରେ ଯୋଗ ଦେଇଥିଲେ । କିନ୍ତୁ କିଛି ବର୍ଷ ପରେ ସେ ଦଳ ଛାଡ଼ି ଦେଇଥିଲେ । ତାଙ୍କର କହିବାର କଥା ଥିଲା କି ତାଙ୍କୁ ରାଜନୀତି ସୁଟ କରୁନାହିଁ
 

ମୁମ୍ବାଇ: ମୁନ୍ନା ଭାଇ ଓରଫ ବଲିଉଡ଼ ଅଭିନେତା ସଞ୍ଜୟ ଦତ୍ତ ଏଥରକ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ତାଙ୍କୁ ସମାଜବାଦୀ ପାର୍ଟି ୟୁପିର ଗଜିଆବାଦରୁ ପ୍ରାର୍ଥୀ କରିବ ବୋଲି ରାଜନୈତିକ ମହଲରୁ ଶୁଣିବାକୁ ମିଳିଛି ।

ସଞ୍ଜୟ ୨୦୧୦ ରେ ସପାରେ ଯୋଗ ଦେଇଥିଲେ । କିନ୍ତୁ କିଛି ବର୍ଷ ପରେ ସେ ଦଳ ଛାଡ଼ି ଦେଇଥିଲେ । ତାଙ୍କର କହିବାର କଥା ଥିଲା କି ତାଙ୍କୁ ରାଜନୀତି ସୁଟ କରୁନାହିଁ । କିନ୍ତୁ ଏବେ ସେ ନିଜର ଆଭିମୁଖ୍ୟ ବଦଳାଇଥିବା ମନେ ହଉଛି । ନିଜ ପିତା ଓ ଭଉଣୀଙ୍କ ଭଳି ସେ ଏବେ ରାଜନୀତିରେ ନିଜ ପାଦ ଜମାଇବାକୁ ଚିନ୍ତା କରୁଛନ୍ତି ।

ସବୁଠୁ ବଡ କଥା ହେଉଛି, ଏହି ଆସନରୁ ଏବେ ବିଜେପି ନେତା ତଥା ସ୍ଥଳସେନାର ପୂର୍ବତନ ମୁଖ୍ୟ ଜେନେରାଲ ଭି କେ ସିଂ ସାଂସଦ ଅଛନ୍ତି । ତେଣୁ ସେଠାରେ ସଞ୍ଜୟ ପ୍ରାର୍ଥୀ ହେଲେ ଉଭୟଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ବୋଲି ଶୁଣିବାକୁ ମିଳୁଛି ।