ନକଲି ଗୁଇନ୍ଦା ଚିଠି ଭାଇରାଲ ପ୍ରସଙ୍ଗ: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡ଼ିର ଫେରାଦ, ବିଜେପି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର: ଗୁଇନ୍ଦା ବିଭାଗର ନାଁ ରେ ଏକ ନକଲି ଚିଠି କରି ତାହାକୁ ପ୍ରସାର କରିଥିବା ବିଜେପି ଏବଂ ଏହାର ସୋସିଆଲ୍ ମିଡ଼ିଆ ସଂଚାଳକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜୁ ଜନତା ଦଳ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି । ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦଳ ପକ୍ଷରୁ ଏହି ମର୍ମରେ ପିଟିସନ୍ ଦିଆଯାଇଛି । ଦଳ ପକ୍ଷରୁ ଜଣାଇ ଦିଆଯାଇଛି ଯେ ଗତକାଲି ସଂଧ୍ୟାରେ ବିଜେପି ପ୍ରେସମିଟ୍ କରି ଯେଉଁ ଚିଠିଟି
 

ଭୁବନେଶ୍ୱର: ଗୁଇନ୍ଦା ବିଭାଗର ନାଁ ରେ ଏକ ନକଲି ଚିଠି କରି ତାହାକୁ ପ୍ରସାର କରିଥିବା ବିଜେପି ଏବଂ ଏହାର ସୋସିଆଲ୍ ମିଡ଼ିଆ ସଂଚାଳକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜୁ ଜନତା ଦଳ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି । ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦଳ ପକ୍ଷରୁ ଏହି ମର୍ମରେ ପିଟିସନ୍ ଦିଆଯାଇଛି ।

ଦଳ ପକ୍ଷରୁ ଜଣାଇ ଦିଆଯାଇଛି ଯେ ଗତକାଲି ସଂଧ୍ୟାରେ ବିଜେପି ପ୍ରେସମିଟ୍ କରି ଯେଉଁ ଚିଠିଟି ଦେଖାଇଥିଲା ତାହା ଏକ ଜାଲ୍ ଓ ମନଗଢ଼ା ଦସ୍ତାବିଜ୍ । ଚିଠିଟିର ସତ୍ୟାସତ୍ୟ ଅନୁସନ୍ଧାନ ନ କରି ସୋସିଆଲ୍ ମିଡ଼ିଆରେ ବୁଲୁଥିବାର ବାହାନା ଦେଖାଇଥିଲା ଦଳ । ଏଥିରୁ ସ୍ପଷ୍ଟ ଯେ ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ବଦନାମ କରିବାକୁ ବିଜେପି ଜାଣିଶୁଣି ଏଭଳି ଜାଲିଆତିର ଆଶ୍ରୟ ନେଇଛି । ଜାଲିଆତି କରି ଅପରାଧିକ ଷଡ଼ଯନ୍ତ୍ର ରଚିବାରେ ଏହି ଜାତୀୟ ଦଳ ବେଶ୍ ଧୂରନ୍ଧର ।

ନିର୍ବାଚନ ବେଳେ ଜନମତକୁ ବିଭ୍ରାନ୍ତ କରାଇବା ପାଇଁ ବିଜେପିର ଏଭଳି ହୀନ ଚାଲ୍ ନୂଆ ନୁହେଁ । ଗତବର୍ଷ ଏପ୍ରିଲ୍-ମଇରେ ଅନୁଷ୍ଠିତ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବେଳେ ବିଜେପି ଅନୁରୂପ କାରସାଦି କରିଥିଲା । ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କୁ ବଦନାମ କରିବା ପାଇଁ ଜାଲ୍ ଗୁଇନ୍ଦା ଚିଠି ବ୍ୟବହାର କରାଯାଇଥିଲା । କର୍ଣ୍ଣାଟକରେ ବିଜେପି ବ୍ୟବହୃତ କରିଥିବା ଜାଲ୍ ଚିଠି ସହ ଏବେ ଓଡ଼ିଶାରେ ବ୍ୟବହୃତ ଜାଲ୍ ଚିଠିର ବହୁତ ସାମଞ୍ଜସ୍ୟ ରହିଛି । ଆଶ୍ଚର୍ଯ୍ୟର କଥା, ଦୁଇଟି ଯାକ ଚିଠିର ନମ୍ବର ଏବଂ ଫର୍ମାଟ୍ ସମାନ ରହିଛି । ଦୁଇଟି ଯାକ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ହିଁ ଟାର୍ଗେଟ୍ କରାଯାଇଛି । କର୍ଣ୍ଣାଟକ ଭଳି ଓଡ଼ିଶାରେ ବିଜେପି ଏହି ଜାଲ୍ ଚିଠିକୁ ନିର୍ବାଚନ ପ୍ରଚାରର ଆୟୁଧ କରିଛି । ବିଜେପି ଅଭ୍ୟାସଗତ ବିଭ୍ରାଟସୃଷ୍ଟିକାରୀ ବୋଲି ଏହି କାର୍ଯ୍ୟ ଦ୍ୱାରା ପ୍ରମାଣ କରିଦେଇଛି ।

ନିର୍ବାଚନ କମିଶନ ଏହି ଘଟଣାରେ ସଂପୃକ୍ତ ଦୋଷୀ ବ୍ୟକ୍ତି ଏବଂ ଜାଲ୍ ଚିଠିକୁ ପ୍ରସାର କରିଥିବା ବିଜେପିର ସୋସିଆଲ୍ ମିଡ଼ିଆ କର୍ମଚାରୀ, ଟୁଇଟର ଏବଂ ଫେସବୁକ୍ର ସ୍ପନସରଡ଼ ପେଜ୍ ଯଥା ଉକ୍ରଳ ସେନା ବିଜେପି, ଗୋଲକ ମହାପାତ୍ର ଫ୍ୟାନ୍ କ୍ଲବ୍, ବିଜେୱାଇଏମ୍ କୋରୁଆ, ବିଜେପି ପଲାସି ଏବଂ ଏଭଳି ଆହୁରି ଅନେକ ବିରୋଧରେ ଆଦର୍ଶ ଆଚରଣ ବିଧି ଆଧାରରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡ଼ି ପକ୍ଷରୁ ଦାବି କରାଯାଇଛି ।

ବିଜେପି ଏବଂ ତାଙ୍କର ସୋସିଆଲ୍ ମିଡ଼ିଆ ଶାଖାଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଲେ ଯାଇ ଏଭଳି ହୀନ କାର୍ଯ୍ୟକୁ ରୋକାଯାଇପାରିବ । ନଚେତ୍ ସାଧାରଣ ନିର୍ବାଚନ ପ୍ରକ୍ରିୟା ଏକ ପ୍ରହସନ ପାଲଟିଯିବ ବୋଲି ଦର୍ଶାଯାଇଛି । ବିଜେଡ଼ି ସମ୍ପାଦକ ବିଜୟ ନାୟକ ଏବଂ ଡ. ସସ୍ମି୍ତ୍ ପାତ୍ରଙ୍କ ଦସ୍ତଖତରେ ଏହି ପିଟିସନ୍ ଦିଆଯାଇଛି ।