ପୁଣି ଭାଇରାଲ ହେଲା କଂଗ୍ରେସର ପ୍ରାର୍ଥୀ ଘୋଷଣା ତାଲିକା, ଟିଟିଲାଗଡ଼ ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇଙ୍କୁ ଟିକେଟ୍‌ ଦେବାକୁ ଦାବି କରି ସମର୍ଥକଙ୍କ ରାସ୍ତା ଅବରୋଧ

ଭୁବନେଶ୍ୱର: କଂଗ୍ରେସର ପ୍ରାର୍ଥୀ ଘୋଷଣା ତାଲିକା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଯାହାକୁ ନେଇ ଆଜି ଟିଟିଲାଗଡ଼ରେ ଅସନ୍ତୋଷର ବାତାବରଣ ଦେଖିବାକୁ ମିଳିଛି । ଉକ୍ତ ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇଙ୍କୁ କଂଗ୍ରେସ ଟିକେଟ୍ ଦେବାକୁ ଦାବି କରି ତାଙ୍କ ସମର୍ଥକଙ୍କ ରାସ୍ତା ଅବରୋଧ କରିଛନ୍ତି । ଟିଟିଲାଗଡ ବିଧାନସଭା ଅାସନ ଲାଗି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ । ତେବେ ଅନ୍ୟତମ ବରିଷ୍ଠ କଂଗ୍ରେସର ନେତା
 

ଭୁବନେଶ୍ୱର: କଂଗ୍ରେସର ପ୍ରାର୍ଥୀ ଘୋଷଣା ତାଲିକା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଯାହାକୁ ନେଇ ଆଜି ଟିଟିଲାଗଡ଼ରେ ଅସନ୍ତୋଷର ବାତାବରଣ ଦେଖିବାକୁ ମିଳିଛି । ଉକ୍ତ ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇଙ୍କୁ କଂଗ୍ରେସ ଟିକେଟ୍‌ ଦେବାକୁ ଦାବି କରି ତାଙ୍କ ସମର୍ଥକଙ୍କ ରାସ୍ତା ଅବରୋଧ କରିଛନ୍ତି ।

ଟିଟିଲାଗଡ ବିଧାନସଭା ଅାସନ ଲାଗି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ । ତେବେ ଅନ୍ୟତମ ବରିଷ୍ଠ କଂଗ୍ରେସର ନେତା ଶରତ ପଟ୍ଟନାୟକ ଟିକେଟ୍‌ ପାଇଥିବା ନେଇ ଖବର ପ୍ରଚାରିତ ହେବା ପରେ ସୁରେନ୍ଦ୍ର ସିଂ ଭୋଇଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା ।

ସେମାନେ ଅାଜି ସଇଁତଳାରେ ଦୋକାନ ବଜାର ବନ୍ଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନେ କିଛି ସମୟ ଧରି ସଇଁତଳା ଦେଇ ଯାଇଥିବା ବରଗଡ-ବୋରିଗୁମ୍ମା ରାସ୍ତା ଅବରୋଧ କରିଥିଲେ ।

୨୦୧୪ରେ ସୁରେନ୍ଦ୍ର ପ୍ରାର୍ଥୀ ହୋଇଥିବାବେଳେ, ବିଜେଡିର ଟୁକୁନି ସାହୁଙ୍କଠାରୁ ପରାସ୍ତ ହୋଇଥିଲେ । ଗତ ୫ ବର୍ଷରେ ସେ ସବୁବେଳେ କର୍ମୀଙ୍କ ସହ ରହି କାମ କରୁଥିବାରୁ ତାଙ୍କୁ ଟିକେଟ ଦେବାକୁ ସମର୍ଥକମାନେ ଦାବି କରିଛନ୍ତି । ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ସେମାନେ ରାସ୍ତା ଅବରୋଧରୁ ହଟିଛନ୍ତି ।