ଆଜିଠୁ ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ, ନୟାଗଡ଼ରୁ ଆରମ୍ଭ ହେବ ଗସ୍ତ

ଭୁବନେଶ୍ୱର: ୨୦୧୯ ପ୍ରଥମ ପର୍ଯ୍ୟାୟ ପ୍ରଚାର ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୟାଗଡ ଗସ୍ତରେ ଯିବେ । ଏଥିପାଇଁ ନୟାଗଡବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ଚାହିଁ ବସିଛନ୍ତି । ବିଜେଡି ହେଭିୱେଟଙ୍କ ନେତୃତ୍ୱରେ ଏଠାରେ ଏକ ବଡ ସମାବେଶ ହେବକୁ ରହିଛି । ଯେଉଁଠି ଆଜି ମୁଖ୍ୟମନ୍ତ୍ରୀ ଯୋଗ ଦେବେ । ପାଖାପାଖି ୫୦ ରୁ ୬୦ ହଜାର ଲୋକ ଯୋଗ ଦେବେ ବୋଲି ସୂଚନା ମିଳିଛି । ଏହି ବିଶାଳ ସମାବେଶରେ ଯୋଗ
 

ଭୁବନେଶ୍ୱର: ୨୦୧୯ ପ୍ରଥମ ପର୍ଯ୍ୟାୟ ପ୍ରଚାର ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୟାଗଡ ଗସ୍ତରେ ଯିବେ । ଏଥିପାଇଁ ନୟାଗଡବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତକୁ ଚାହିଁ ବସିଛନ୍ତି । ବିଜେଡି ହେଭିୱେଟଙ୍କ ନେତୃତ୍ୱରେ ଏଠାରେ ଏକ ବଡ ସମାବେଶ ହେବକୁ ରହିଛି । ଯେଉଁଠି ଆଜି ମୁଖ୍ୟମନ୍ତ୍ରୀ ଯୋଗ ଦେବେ । ପାଖାପାଖି ୫୦ ରୁ ୬୦ ହଜାର ଲୋକ ଯୋଗ ଦେବେ ବୋଲି ସୂଚନା ମିଳିଛି ।

ଏହି ବିଶାଳ ସମାବେଶରେ ଯୋଗ ଦେବେ ବିଜେଡି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ନୟାଗଡ ବିଧାୟକ ଡ଼. ଅରୁଣ ସାହୁ, ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକ ଓ ଟିକେଟ ପାଇଥିବା ଦଶପଲ୍ଲା ବିଧାୟକ ପ୍ରାର୍ଥୀ ରମେଶ ବେହେରା ଓ ବହୁତ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।