କେନ୍ଦ୍ରାପଡ଼ାରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ, ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡ଼ି

ଭୁବନେଶ୍ୱର: କେନ୍ଦ୍ରାପଡ଼ା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନର ଗୁରୁତର ଅଭିଯୋଗ ଆଣିଛି ବିଜେଡ଼ି । ନିର୍ବାଚନ କମିଶନଙ୍କ ବିନା ଅନୁମତିରେ କେନ୍ଦ୍ରାପଡ଼ା ଜିଲ୍ଲାରେ ବୈଜୟନ୍ତ ପଣ୍ଡା ସଂଖ୍ୟାଧିକ ଭିଡ଼ିଓ ଭ୍ୟାନ୍ ବୁଲାଇ ନିଜର ପ୍ରଚାର କରୁଛନ୍ତି ବୋଲି ଅଭିଯୋଗ ଆଣିଛି ବିଜେଡି । ନିର୍ବାଚନ ଆଦର୍ଶ ଆଚରଣ ବିଧି ମୁତାବକ ନିର୍ବାଚନରେ ପ୍ରଚାର ଗାଡ଼ି ବ୍ୟବହାର ପାଇଁ କମିଶନଙ୍କ ଅନୁମତି ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ବୈଜୟନ୍ତ ତାହା କରିନାହାନ୍ତି
 

ଭୁବନେଶ୍ୱର: କେନ୍ଦ୍ରାପଡ଼ା ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନର ଗୁରୁତର ଅଭିଯୋଗ ଆଣିଛି ବିଜେଡ଼ି । ନିର୍ବାଚନ କମିଶନଙ୍କ ବିନା ଅନୁମତିରେ କେନ୍ଦ୍ରାପଡ଼ା ଜିଲ୍ଲାରେ ବୈଜୟନ୍ତ ପଣ୍ଡା ସଂଖ୍ୟାଧିକ ଭିଡ଼ିଓ ଭ୍ୟାନ୍ ବୁଲାଇ ନିଜର ପ୍ରଚାର କରୁଛନ୍ତି ବୋଲି ଅଭିଯୋଗ ଆଣିଛି ବିଜେଡି ।

ନିର୍ବାଚନ ଆଦର୍ଶ ଆଚରଣ ବିଧି ମୁତାବକ ନିର୍ବାଚନରେ ପ୍ରଚାର ଗାଡ଼ି ବ୍ୟବହାର ପାଇଁ କମିଶନଙ୍କ ଅନୁମତି ବାଧ୍ୟତାମୂଳକ ହୋଇଥିଲେ ମଧ୍ୟ ବୈଜୟନ୍ତ ତାହା କରିନାହାନ୍ତି । ନିର୍ବାଚନ କମିଶନ ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡ଼ି ମୁଖପାତ୍ର ଡ. ସସ୍ମିତ୍ ପାତ୍ର ଦାବି କରିଛନ୍ତି ।