ପଦ୍ମ ଧରିବେ ପୂର୍ବତନ ଡିଜି ପ୍ରକାଶ ମିଶ୍ର, ସେ କଟକ ଲୋକସଭା ଆସନରୁ ଲଢ଼ିବେ

ଭୁବନେଶ୍ୱର: ଜଣେ ସଚୋଟ, ନିର୍ମଳ ଭାବମୂର୍ତ୍ତି, ଦକ୍ଷ ପୋଲିସ ଅଫିସର ଭାବେ ପରିଚିତ ପୂର୍ବତନ ଡିଜି ତଥା ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର ବିଜେପି ଟିକେଟରେ କଟକ ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଲଢ଼ିବେ ବୋଲି ରାଜନୈତିକ ମହଲରୁ ଜଣାପଡିଛି । ସେ ଆଜି କିମ୍ବା ଆସନ୍ତାକାଲି ଭିତରେ ପଦ୍ମ ଧରିବେ । ବିଜେପିରେ ସେ ଅନୁଷ୍ଠାନିକ ଭାବେ ଯୋଗ ଦେବେ ଓ ଏଥିପାଇଁ ବିଜେପି ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ଜଣାପଡିଛି ଯେ, କଟକ
 

ଭୁବନେଶ୍ୱର: ଜଣେ ସଚୋଟ, ନିର୍ମଳ ଭାବମୂର୍ତ୍ତି, ଦକ୍ଷ ପୋଲିସ ଅଫିସର ଭାବେ ପରିଚିତ ପୂର୍ବତନ ଡିଜି ତଥା ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର ବିଜେପି ଟିକେଟରେ କଟକ ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଲଢ଼ିବେ ବୋଲି ରାଜନୈତିକ ମହଲରୁ ଜଣାପଡିଛି । ସେ ଆଜି କିମ୍ବା ଆସନ୍ତାକାଲି ଭିତରେ ପଦ୍ମ ଧରିବେ । ବିଜେପିରେ ସେ ଅନୁଷ୍ଠାନିକ ଭାବେ ଯୋଗ ଦେବେ ଓ ଏଥିପାଇଁ ବିଜେପି ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି ।

ଜଣାପଡିଛି ଯେ, କଟକ ଲୋକସଭା ଆସନରୁ ଆଶାୟୀ ଥିବା ଦଳର ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟଙ୍କୁ ରାଜ୍ୟ ଉପସଭାପତି ଭାବେ ଆଜି ପ୍ରତ୍ୟୁଷା ରାଜେଶ୍ୱରୀ ଓ ସୁବାସ ଚୌହାନଙ୍କ ସହ ଅବସ୍ଥାପିତ କରାଯାଇଛି । ପୀତାମ୍ବରଙ୍କୁ ଦଳର ଉପସଭାପତି ଭାବେ ନିଯୁକ୍ତି ଦିଆଯାଇ ଶ୍ରୀ ମିଶ୍ରଙ୍କୁ ଦଳୀୟ ଟିକେଟ ପକ୍କା କରାଯାଇଥିବା ଜଣାପଡ଼ିଛି ।

ଏ ସମ୍ପର୍କରେ ଶ୍ରୀ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ତାଙ୍କୁ କଟକରୁ ଲଢ଼ିବା ପାଇଁ ଦଳ ପକ୍ଷରୁ କୁହାଯାଇଛି । ତେବେ ସେ ଦଳରେ କେଉଁଦିନ ଆନୁଷ୍ଠାନିକ ଭାବେ ସାମିଲ ହେବେ ତାହା ଏପର୍ଯ୍ୟନ୍ତ କୁହାଯାଇନାହିଁ ।