ବିହାରରେ ମହାମେଣ୍ଟ ନିଜ ପ୍ରାର୍ଥୀ ତାଲିକା ଘୋଷଣା କଲା, ପଢ଼ନ୍ତୁ କାହାକୁ ମିଳିଛି ଟିକେଟ

ବିହାରରେ ମହାମେଣ୍ଟ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଆରଜେଡି, କଂଗ୍ରେସ, ଆରଏଲଏସପି, ହାମ୍, ଭିଆଇପି ଏବଂ ସିପିଆଇ- ଏମଏଲକୁ ନେଇ ଗଠନ ହୋଇଥିବା ମହାମେଣ୍ଟ ମଧ୍ୟରେ ସିଟ୍ ବୁଝାମଣା ହୋଇଛି । ଏହା ପରେ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ବିହାରର ସମସ୍ତ ୪୦ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ମହାମେଣ୍ଟର ନେତୃତ୍ୱ ନେଇଥିବା ଲାଲୁ ପ୍ରସାଦଙ୍କ ଆରଜେଡିକୁ ୧୯ଟି ଆସନରେ ନର୍ବାଚନ ଲଢ଼ିବ । କଂଗ୍ରେସ
 

ବିହାରରେ ମହାମେଣ୍ଟ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଆରଜେଡି, କଂଗ୍ରେସ, ଆରଏଲଏସପି, ହାମ୍‌, ଭିଆଇପି ଏବଂ ସିପିଆଇ- ଏମଏଲକୁ ନେଇ ଗଠନ ହୋଇଥିବା ମହାମେଣ୍ଟ ମଧ୍ୟରେ ସିଟ୍‌ ବୁଝାମଣା ହୋଇଛି । ଏହା ପରେ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ବିହାରର ସମସ୍ତ ୪୦ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି ।

ମହାମେଣ୍ଟର ନେତୃତ୍ୱ ନେଇଥିବା ଲାଲୁ ପ୍ରସାଦଙ୍କ ଆରଜେଡିକୁ ୧୯ଟି ଆସନରେ ନର୍ବାଚନ ଲଢ଼ିବ । କଂଗ୍ରେସ ୯ଟି ଆସନରେ ନିଜ ପ୍ରାର୍ଥୀଙ୍କୁ ମଇଦାନକୁ ଓଲ୍ହାଇବ । ସେହିଭଳି ଜୀତନ ରାମ ମାଞ୍ଝିଙ୍କ ହାମ୍‌ ୩, ଭିଆଇପି ୩ ଏବଂ ସିପିଆଇଏମଏଲ ଗୋଟିଏ ଆସନରେ ନିର୍ବାଚନ ଲଢ଼ିବ ।

ଜେଡିୟୁର ବିଦ୍ରୋହୀ ନେତା ଶରଦ ଯାଦବଙ୍କୁ ମଧେପୁରାର ଲୋକସଭା ଆସନ ଲାଗି ଟିକଟ ଦେଇଛି ଆରଜେଡି । ସେହିଭଳି ଗୁରୁତ୍ୱପୂର୍ଣ୍ଣ ପାଟ୍ଟଳୀପୂତ୍ର ଆସନରୁ ନିର୍ବାଚନ ଲଢ଼ିବେ ଲାଲୁ ପ୍ରସାଦଙ୍କ ଝିଅ ମୀସା ଭାରତୀ ।

ଆରାରିଆରୁ ସରଫରାଜ ଆଲମ, ସୀତାମାଢ଼ୀରୁ ଅର୍ଜୁନ ରୟ ନିର୍ବାଚନ ମଇଦାନକୁ ଆସିଛନ୍ତି । କଂଗ୍ରେସର ମହମ୍ମଦ ଜାଭେଦଙ୍କୁ କିସାନଗଞ୍ଜ ଆସନ ଲାଗି ଟିକଟ ଦିଆଯାଇଛି । ସେହିଭଳି ବରିଷ୍ଠ କଂଗ୍ରେସ ନେତା ତାରିକ ଅନୱରଙ୍କୁ କଟିଆରରୁ ପ୍ରାର୍ଥୀ କରାଯାଇଛି । ହାମ୍‌ ପାର୍ଟି ମୁଖ୍ୟ ଜୀତନ ରାମ ମାଞ୍ଝି ଗୟା ଆସନରୁ ନିର୍ବାଚନ ଲଢ଼ିବେ ।