ବିଜେଡିରୁ ଇସ୍ତଫା ଦେଲେ ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀ, ବିଜେପିରେ ସାମିଲ

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଲେ ଭଦ୍ରକ ସାଂସଦ ତଥା ବରିଷ୍ଠ ନେତା ଅର୍ଜୁନ ଚରଣ ସେଠୀ । ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ଦଳରୁ ଇସ୍ତଫା ଦେବା ସହ ବିଷୋଦଗାର କରିଛନ୍ତି ଅର୍ଜୁନ । ବିଜେଡି ଦଳ ଛାଡିବା ପରେ ଅର୍ଜୁନ ଆଜି ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ଭଦ୍ରକ ଲୋକସଭା ଆସନ ପାଇଁ ତାଙ୍କୁ ଟିକେଟ ଦିଆ ନଯିବା ନେଇ ଅସନ୍ତୁଷ୍ଟ ଥିବା ଅର୍ଜୁନ ପୁଅ ଅଭିମନ୍ୟୁଙ୍କୁ ଟିକେଟ ଦେବାକୁ ଦାବି
 

ଭୁବନେଶ୍ୱର: ବିଜେଡିରୁ ଇସ୍ତଫା ଦେଲେ ଭଦ୍ରକ ସାଂସଦ ତଥା ବରିଷ୍ଠ ନେତା ଅର୍ଜୁନ ଚରଣ ସେଠୀ । ପ୍ରାର୍ଥୀ ଚୟନରେ ଅସନ୍ତୋଷ ପ୍ରକାଶ କରି ଦଳରୁ ଇସ୍ତଫା ଦେବା ସହ ବିଷୋଦଗାର କରିଛନ୍ତି ଅର୍ଜୁନ । ବିଜେଡି ଦଳ ଛାଡିବା ପରେ ଅର୍ଜୁନ ଆଜି ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ।

ଭଦ୍ରକ ଲୋକସଭା ଆସନ ପାଇଁ ତାଙ୍କୁ ଟିକେଟ ଦିଆ ନଯିବା ନେଇ ଅସନ୍ତୁଷ୍ଟ ଥିବା ଅର୍ଜୁନ ପୁଅ ଅଭିମନ୍ୟୁଙ୍କୁ ଟିକେଟ ଦେବାକୁ ଦାବି କରିଥିଲେ । ହେଲେ ଏନେଇ ଦଳର ହାଇକମାଣ୍ଡଙ୍କଠାରୁ କୌଣସି ପ୍ରତିଶ୍ରୁତି ନମିଳିବାରୁ ସେ କ୍ଷୁବ୍ଧ ହୋଇଛନ୍ତି ।

ଯୋଗ୍ୟତା ନଥିବା ଲୋକଙ୍କୁ ଦଳ ଟିକେଟ ଦେଉଥିବା ବେଳେ ତାଙ୍କୁ କିମ୍ବା ତାଙ୍କ ପୁଅଙ୍କୁ ଟିକେଟ ଦିଆଯାଇନଥିବାରୁ ସେ ମର୍ମାହତ ବୋଲି କହିଛନ୍ତି । ପ୍ରାର୍ଥୀ ଚୟନରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି । ପୁଅଙ୍କ ପାଇଁ ଲବି କରିଥିଲେ ଓ ମୁଖ୍ୟମନ୍ତ୍ରୀ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହେଲେଶେଷରେ ତାଙ୍କୁ କିମ୍ବା ପୁଅଙ୍କୁ ଟିକେଟ ଦିଆଗଲା ନାହିଁ ବୋଲି ଅର୍ଜୁନ କହିଛନ୍ତି ।

ଭଦ୍ରକରୁ ୮ ଥର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ହୋଇଥିବା ଅର୍ଜୁନଙ୍କୁ ଦଳ ଏଥର ଟିକେଟ ଦେଇନାହିଁ । ତାଙ୍କ ବଦଳରେ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ସ୍ତ୍ରୀ ମଞ୍ଜୁଲତଚା ମଣ୍ଡଳଙ୍କୁ ଦଳ ସାଂସଦ ପ୍ରାର୍ଥୀ କରିଛି । ସେପଟେ ଧାମନଗର ବିଧାନସଭା ଆସନ ପାଇଁ ପୁଅ ଅଭିମନ୍ୟୁଙ୍କୁ ପ୍ରାର୍ଥୀ କରାଯିବ ବୋଲି ଶୁଣାଯାଉଥିଲା । ଯଦିଓ ପ୍ରାର୍ଥୀ ଘୋଷଣା ହୋଇନାହିଁ, ତଥାପି ପୁଅଙ୍କୁ ଟିକେଟ ମିଳୁନଥିବା ଆଶଙ୍କା କରି ସେ ଦଳ ଛାଡ଼ିଛନ୍ତି । ଅର୍ଜୁନଙ୍କ ଇସ୍ତଫା ପୂର୍ବରୁ ତାଙ୍କ ସହଯୋଗୀ ତଥା ଜିଲ୍ଲା ଯୁବ ବିଜେଡି ସଭାପତି ଦୁର୍ଗା ପ୍ରସନ୍ନ ଦାସ ଦଳ ଛାଡ଼ିଛନ୍ତି ।