ବିଜେଡି ଛାଡ଼ିଲେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ପୂର୍ବତନ ଅଧ୍ୟକ୍ଷା ବାସନ୍ତୀ ପ୍ରଧାନ

ଭୁବନେଶ୍ୱର: ବିଜେଡି ଛାଡ଼ିଲେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ପୂର୍ବତନ ଅଧ୍ୟକ୍ଷା ବାସନ୍ତୀ ପ୍ରଧାନ । ଜଗତସିଂହପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହେବାକୁ ସେ ଆଶା କରିଥିଲେ । ଦଳ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲେ ବି ଶେଷ ମୁହୂର୍ତ୍ତରେ ତାଙ୍କୁ ଟିକେଟ ଦିଆଯାଇନଥିଲା। ଶେଷରେ କ୍ଷୁବ୍ଧ ହୋଇ ଦଳରୁ ସେ ଇସ୍ତଫା ଦେଇଛନ୍ତି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ଦଳ ବିରୋଧରେ ବିଷୋଦଗାର କରିଛନ୍ତି ବାସନ୍ତୀ । ବାସନ୍ତୀ ୨୦୦୭ରୁ ୨୦୧୨ ଯାଏ ବ୍ଲକ
 

ଭୁବନେଶ୍ୱର: ବିଜେଡି ଛାଡ଼ିଲେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକର ପୂର୍ବତନ ଅଧ୍ୟକ୍ଷା ବାସନ୍ତୀ ପ୍ରଧାନ । ଜଗତସିଂହପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହେବାକୁ ସେ ଆଶା କରିଥିଲେ । ଦଳ ପକ୍ଷରୁ ପ୍ରତିଶ୍ରୁତି ମିଳିଥିଲେ ବି ଶେଷ ମୁହୂର୍ତ୍ତରେ ତାଙ୍କୁ ଟିକେଟ ଦିଆଯାଇନଥିଲା। ଶେଷରେ କ୍ଷୁବ୍ଧ ହୋଇ ଦଳରୁ ସେ ଇସ୍ତଫା ଦେଇଛନ୍ତି ।

ଏନେଇ ସାମ୍ବାଦିକ ସମ୍ମିଳନୀ କରି ଦଳ ବିରୋଧରେ ବିଷୋଦଗାର କରିଛନ୍ତି ବାସନ୍ତୀ । ବାସନ୍ତୀ ୨୦୦୭ରୁ ୨୦୧୨ ଯାଏ ବ୍ଲକ ଅଧ୍ୟକ୍ଷା ଥିଲେ । ଏହା ପୂର୍ବରୁ ଜିଲ୍ଲା ପରିଷଦ ସଦସ୍ୟା ମଧ୍ୟ ହୋଇଥିଲେ । ସମର୍ଥକଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।