ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନର ଅଭିଯୋଗ ଆଣିଲା ବିଜେଡ଼ି, ‘ସ୍କିଲ୍ ଇଣ୍ଡିଆ’ର ପ୍ରସାର କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ କେନ୍ଦ୍ର ଦକ୍ଷତା ବିକାଶ ବିଭାଗର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍କିଲ୍ ମିଶନ ଅଭିଯାନ ଜାରି ରଖିଛନ୍ତି । ତାଙ୍କ ସଭାରେ ଲାଗୁଛି ‘ସ୍କିଲ୍ ଇଣ୍ଡିଆ’ ଲୋଗୋ । ୱାର୍କସପ୍ ଜରିଆରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମକୁ ଲୋକପ୍ରିୟ କରିବାକୁ ଉଦ୍ୟମ କରାଯାଇଛି । ଆଜି ଭୁବନେଶ୍ୱରର ଇଡକଲ୍ ଅଡ଼ିଟୋରିୟମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମର ଫଟୋଚିତ୍ର ଧରି ବିଜୁ ଜନତା ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ
 

ଭୁବନେଶ୍ୱର: ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ କେନ୍ଦ୍ର ଦକ୍ଷତା ବିକାଶ ବିଭାଗର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍କିଲ୍ ମିଶନ ଅଭିଯାନ ଜାରି ରଖିଛନ୍ତି । ତାଙ୍କ ସଭାରେ ଲାଗୁଛି ‘ସ୍କିଲ୍ ଇଣ୍ଡିଆ’ ଲୋଗୋ । ୱାର୍କସପ୍ ଜରିଆରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମକୁ ଲୋକପ୍ରିୟ କରିବାକୁ ଉଦ୍ୟମ କରାଯାଇଛି । ଆଜି ଭୁବନେଶ୍ୱରର ଇଡକଲ୍ ଅଡ଼ିଟୋରିୟମରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମର ଫଟୋଚିତ୍ର ଧରି ବିଜୁ ଜନତା ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଛି । ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧ଼ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।

ବିଜେଡ଼ି ପକ୍ଷରୁ ଦର୍ଶାଯାଇଛି ଯେ ଆଜି ରାଜ୍ୟ ଘରୋଇ ଆଇଟିଆଇ ସଂଘ ପକ୍ଷରୁ ଇଡ଼କଲ ଅଡିଟୋରିୟମରେ ଏକ ୱାର୍କସପ୍ ଅନୁଷ୍ଠିତ ହୋଇଥିଲା । ଯାହାର ଶୀର୍ଷକ ଥିଲା ‘ରୋଲ୍ ଅଫ ସ୍କିଲ୍ ଇଣ୍ଡିଆ ଇନ୍ ମଡର୍ଣ୍ଣ ଏରା’ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିରେ ଯୋଗଦେଇଥିଲେ । ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ସତ୍ତ୍ୱେ କେନ୍ଦ୍ରମନ୍ତ୍ରୀ ତାଙ୍କ ଭାଷଣରେ ରାଜ୍ୟ ଘରୋଇ ଆଇଟିଆଇ ଅନୁଷ୍ଠାନଗୁଡ଼ିକୁ କେନ୍ଦ୍ର ସରକାରଙ୍କ ଯୋଜନା ଜରିଆରେ ପ୍ରଭାବିତ କରିବାକୁ ଉଦ୍ୟମ କରିଥିଲେ ।

କେନ୍ଦ୍ର ସରକାରଙ୍କ ସ୍କିଲ୍ ମିଶନ୍ ଅଭିଯାନରେ ବ୍ୟବହୃତ ‘ସ୍କିଲ୍ ଇଣ୍ଡିଆ’ ସରକାରୀ ଲୋଗୋ ମଧ୍ୟ ଏହି ୱାର୍କସପରେ ବ୍ୟବହାର କରାଯାଇଥିଲା । ଏହା ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ ହୋଇଥିବାରୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୃଷ୍ଟି ଆକର୍ଷଣ କରାଯାଇଛି ।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିବା ପ୍ରତିନିଧି ଦଳରେ ବିଜେଡ଼ି ମୁଖପାତ୍ର ସୁଲୋଚନା ଦାସ, ଲେଲିନ୍ ମହାନ୍ତି ଏବଂ ଡ. ସସ୍ମିତ୍ ପାତ୍ର ସାମିଲ ଥିଲେ ।