ବିଜେଡି କର୍ମୀମାନେ ବିଜେପି ପୋଷ୍ଟରକୁ ବିକୃତ କରୁଛନ୍ତି: ଡିସିପିଙ୍କ ଆଗରେ ଫେରାଦ ହେଲା ବିଜେପି

ଭୁୁବନେଶ୍ୱର: ବିଜେଡିକୁ ନିର୍ବାଚନ ହାରିବା ଭୟ ଘାରିଛି । ସେଥିଲାଗି ବିଜେଡି କର୍ମୀମାନେ ବିଜେପି ଦଳର ନେତାମାନଙ୍କୁ ବଦନାମ କରିବା ପାଇଁ ଅପପ୍ରଚାର କରୁଛନ୍ତି । ଭୁବନେଶ୍ୱରରେ ଲାଗିଥିବା ବିଜେପି ପୋଷ୍ଟର ଗୁଡିକୁ ବିଜେଡି କର୍ମୀମାନେ ବିକୃତ କରିଛନ୍ତି । ଏହାର ପ୍ରତିବାଦରେ ରାଜ୍ୟ ବିଜେପି ଆଇନ ପ୍ରକୋଷ୍ଠର ଆବାହାକ ଆଇନିଜୀବୀ ରବି ଶଙ୍କର ପଟ୍ଟନାୟକ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ଭୁବନେଶ୍ୱର ଡିସିପ ଅନୁପ ସାହୁଙ୍କୁ ଭେଟି ଘଟଣା ସଂପର୍କ ଅବଗତ କରାଇବା ସହ ଦୋଷୀମାନଙ୍କ
 

ଭୁୁବନେଶ୍ୱର: ବିଜେଡିକୁ ନିର୍ବାଚନ ହାରିବା ଭୟ ଘାରିଛି । ସେଥିଲାଗି ବିଜେଡି କର୍ମୀମାନେ ବିଜେପି ଦଳର ନେତାମାନଙ୍କୁ ବଦନାମ କରିବା ପାଇଁ ଅପପ୍ରଚାର କରୁଛନ୍ତି । ଭୁବନେଶ୍ୱରରେ ଲାଗିଥିବା ବିଜେପି ପୋଷ୍ଟର ଗୁଡିକୁ ବିଜେଡି କର୍ମୀମାନେ ବିକୃତ କରିଛନ୍ତି । ଏହାର ପ୍ରତିବାଦରେ ରାଜ୍ୟ ବିଜେପି ଆଇନ ପ୍ରକୋଷ୍ଠର ଆବାହାକ ଆଇନିଜୀବୀ ରବି ଶଙ୍କର ପଟ୍ଟନାୟକ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ଭୁବନେଶ୍ୱର ଡିସିପ ଅନୁପ ସାହୁଙ୍କୁ ଭେଟି ଘଟଣା ସଂପର୍କ ଅବଗତ କରାଇବା ସହ ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।

ବିଜେପି ପୋଷ୍ଟରର ଦଳୀୟ ଚିହ୍ନ ଉପରେ ନୀରବ ମୋଦି, ବିଜୟା ମାଲ୍ୟାଙ୍କ ସହ ବିଜେପି ରାଷ୍ଟ୍ରୀୟ ଉପସଭାପତି ଓ ରାଷ୍ଟ୍ରୀୟ ପ୍ରବକ୍ତା ବୈଜୟନ୍ତ ପଣ୍ଡାଙ୍କ ଫଟୋ ଲଗାଇ ଶାସକ ବିଜେଡି ପୋଷ୍ଟରକୁ ବିକୃତ କରିଛି । ଭୁବନେଶ୍ୱର ନନ୍ଦନକାନନ ରାସ୍ତାରେ ଲାଗିଥିବା ହୋଡିଂରେ ଏଭଳି ବିକୃତ ଫଟୋ ଲଗାଇ ଦଳକୁ ଏବଂ ପ୍ରାର୍ଥୀଙ୍କୁ ବଦନାମ କରାଯାଉଛି । ଭାରତୀୟ ଦଣ୍ଡ ବିଧାନ ଆଇନ ଧାରା ୪୨୫, ୪୮୯, ୪୯୯, ୫୦୪, ୫୦୬ ଓ ୩୪ ଅନୁଯାୟୀ ଏହା ଦଣ୍ଡନୀୟ ଅପରାଧ । ଏଭଳି ଅପରାଧ କରିଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ଗିରଫ କରାଯାଉ ବୋଲି ପ୍ରତିନିଧୀ ଦଳ ଦାବି କରିଛି ।

ଏହି ପ୍ରତିନିଧୀ ଦଳରେ ଆଇନ ଏବଂ ଅଭିଯୋଗ ପ୍ରକୋଷ୍ଠର ଆବାହକ ସୂର୍ଯ୍ୟ ଦାସ ଏବଂ ନିର୍ବାଚନ ପ୍ରକୋଷ୍ଠର ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ରହି ଡିସିପଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ।