ସରକାରୀ ବିଜ୍ଞାପନକୁ ବେଆଇନ ଭାବେ ପ୍ରସାରଣ କରିବା ପ୍ରସଙ୍ଗ: ଟିଭି ଚ୍ୟାନେଲର ଏଡିଟର ଓ ନିଦ୍ଦେର୍ଶକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେପି

ଭୁବନେଶ୍ୱର: ଆର୍ଦଶ ନିର୍ବାଚନ ଆଚରଣ ବିଧି ଲାଗୁ ପରେ ଟିଭି ଚ୍ୟାନେଲମାନେ ସରକାରଙ୍କର କୌଣସି ବିଜ୍ଞାପନକୁ ପ୍ରସାରଣ କରିପାରବେନି । କିନ୍ତୁ ଦୀର୍ଘ ୩ ମାସ ଆଗରୁ ଚାଲୁଥିବା ରାଜ୍ୟ ସରକାରଙ୍କର ମିଶନ ଶକ୍ତି ବିଜ୍ଞାପନକୁ କନ୍ଧମାଳର ବିଜେଡି ସାଂସଦ ପ୍ରାର୍ଥୀ ହୋଇଥିବା ଅଚ୍ୟୁତ ସାମନ୍ତଙ୍କର ମାଲିକାନାରେ ଥିବା ଟିଭି ଚ୍ୟାନେଲ “କଳିଙ୍ଗ ଟିଭି”ରେ ବାରମ୍ବାର ପ୍ରସାରଣ ହେଉଛି । ଏହା ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଖୋଲା ଖୋଲି ଭାବେ ଉଲ୍ଲଘଂନ ହେଉଛି । ମିଶନ
 

ଭୁବନେଶ୍ୱର: ଆର୍ଦଶ ନିର୍ବାଚନ ଆଚରଣ ବିଧି ଲାଗୁ ପରେ ଟିଭି ଚ୍ୟାନେଲମାନେ ସରକାରଙ୍କର କୌଣସି ବିଜ୍ଞାପନକୁ ପ୍ରସାରଣ କରିପାରବେନି । କିନ୍ତୁ ଦୀର୍ଘ ୩ ମାସ ଆଗରୁ ଚାଲୁଥିବା ରାଜ୍ୟ ସରକାରଙ୍କର ମିଶନ ଶକ୍ତି ବିଜ୍ଞାପନକୁ କନ୍ଧମାଳର ବିଜେଡି ସାଂସଦ ପ୍ରାର୍ଥୀ ହୋଇଥିବା ଅଚ୍ୟୁତ ସାମନ୍ତଙ୍କର ମାଲିକାନାରେ ଥିବା ଟିଭି ଚ୍ୟାନେଲ “କଳିଙ୍ଗ ଟିଭି”ରେ ବାରମ୍ବାର ପ୍ରସାରଣ ହେଉଛି । ଏହା ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଖୋଲା ଖୋଲି ଭାବେ ଉଲ୍ଲଘଂନ ହେଉଛି । ମିଶନ ଶକ୍ତିର ଗୀତକୁ ସମ୍ପୃକ୍ତ ଟିଭିରେ ବାରମ୍ବାର ପ୍ରଚାର ଏବଂ ପ୍ରସାର କରାଯାଉଛି । ଏହାର ପ୍ରତିବାଦରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।

ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରଙ୍କୁ ଭେଟି ଏହି ଘଟଣାର ଯଥାର୍ଥ ତଦନ୍ତ କରିବା ସହ ଏହି ଘଟଣାରେ କନ୍ଧମାଳର ବିଜେଡି ସାଂସଦ ପ୍ରାର୍ଥୀ, ନିର୍ଦ୍ଧିଷ୍ଟ ଘରେଇ ଚ୍ୟାନେଲର ସଂପାଦକ ଏବଂ ପରିଚାଳକଙ୍କ ବିରୋଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି ।

ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିୟମ ୫୦୯/୭୫/୨୦୦୪/ଜିଏସକୁ ଅବମାନନା କରି ସମ୍ପୃକ୍ତ ଟିଭି ଚ୍ୟାନେଲ ଲଗାତାର ଭାବରେ ମିଶନ ଶକ୍ତି ଗୀତର ଅଡିଓ ଏବଂ ଭିଡିଓକୁ ପ୍ରସାରଣ କରୁଛି । ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି ଦଳର ପ୍ରଚାର କରି ଏହି ଟିଭି ଚ୍ୟାନେଲ ଆଦର୍ଶ ନିର୍ବାଚନ ଆଚରଣ ବିଧିକୁ ଖୋଲା ଖୋଲି ଭାବେ ଉଲ୍ଲଂଘନ କରିବା ସହ ସୁପ୍ରିମ କୋର୍ଟ ଟିଭି ଚ୍ୟାନେଲର ରାଜନୀତି ସର୍ମ୍ପକିତ ଖବର ପ୍ରସାରଣକୁ ନେଇ ୧୩/୦୪/୨୦୧୪ ତାରିଖରେ ଦେଇଥିବା ଆଦେଶ ତାରିଖ ସଂଖ୍ୟା ୬୬୭୯/୨୦୦୪ର ଉଲଙ୍ଘନ ହେଉଛି ।

ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ପ୍ରବକ୍ତା ଶ୍ରୀ ଜୀବନ ସାହୁ ଏବଂ ନିର୍ବାଚନ ପ୍ରକୋଷ୍ଠର ସଂଯୋଜକ ଶ୍ରୀ ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।