ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ଭୋଟ, ନିର୍ଦ୍ଧାରିତ ହେବ ୪ ଲୋକସଭା ଓ ୨୮ ବିଧାନସଭା ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ପ୍ରଚାର ଶେଷ ହୋଇଛି । ଆସନ୍ତାକାଲି ହେବ ପ୍ରଥମ ପର୍ଯ୍ୟାୟ ମତଦାନ ।ଏଥିପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଚୂଡ଼ାନ୍ତ ହୋଇଛି ସମସ୍ତ ପ୍ରସ୍ତୁତି । ଓଡ଼ିଶାର ୪ ଲୋକସଭା ଆସନ ଵ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ସହିତ ଏହାର ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରିତ କରିବେ ୬୦ ଲକ୍ଷ ୩ହଜାର ମତଦାତା । ସକାଳ ୭ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ
 

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମଙ୍ଗଳବାର ପ୍ରଚାର ଶେଷ ହୋଇଛି । ଆସନ୍ତାକାଲି ହେବ ପ୍ରଥମ ପର୍ଯ୍ୟାୟ ମତଦାନ ।ଏଥିପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଚୂଡ଼ାନ୍ତ ହୋଇଛି ସମସ୍ତ ପ୍ରସ୍ତୁତି । ଓଡ଼ିଶାର ୪ ଲୋକସଭା ଆସନ ଵ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ସହିତ ଏହାର ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରିତ କରିବେ ୬୦ ଲକ୍ଷ ୩ହଜାର ମତଦାତା ।

ସକାଳ ୭ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ । କିନ୍ତୁ ନକ୍ସଲ ଉପଦ୍ରୁତ ଅଞ୍ଚଳରେ ସକାଳ ୭ଟାରୁ ୩ଟା, ୪ଟା, ଓ ୫ଟା ମଧ୍ୟରେ ଭୋଟ ଗ୍ରହଣ କରାଯିବ । ମତଦାନର ଦେଢ଼ ଘଣ୍ଟା ପୂର୍ବରୁ ମକପୋଲିଙ୍ଗ ହେବ ବୋଲି ମୁଖ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

୮ଟି ଜିଲ୍ଲାର ମୁଖ୍ୟାଳୟରୁ ପୋଲିଂ ଟିମ ବୁଥ ଅଭିମୁଖେ ବହାରିଯାଇଛନ୍ତି କିନ୍ତୁ ନୂଆପଡା ଓ ମାଲକାନଗିରି ଜିଲ୍ଲାରେ ପୋଲିଂ ଟିମ ଓ ମତଦାନ ସହ ଜଡିତ ସାମଗ୍ରୀ ପରିବହନ ପାଇଁ ୨ଟି ହେଲିକପ୍ଟର ନିୟୋଜିତ କରାଯାଇଛି । ବିଧାନସଭା ଆସନ ପାଇଁ ୧୯୧ ଜଣ ଓ ଲୋକସଭା ଆସନ ପାଇଁ ୨୬ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଚାଲିଛି ।