ଆରମ୍ଭ ହେଲା ବିଜେପିର ସାଇକେଲ ଶୋଭାଯାତ୍ରା, ଘରେ ଘରେ ପହଂଚିବ ବିଜେପିର ସଂକଳ୍ପପତ୍ର

ଭୁୁବନେଶ୍ୱର: ଫିର ଏକ ବାର ମୋଦି ସରକାର, ଓଡିଶାରେ ରାଜ୍ୟ ସରକାର ବଦଳିବା ଦରକାର ନେଇ ବିଜେପି ଜାରି କରିଥିବା ସଙ୍କଳ୍ପ ପତ୍ରରେ ଯେଉଁ ୯ଟି ମୁଖ୍ୟ ସଂକଳ୍ପ ଅଛି ତାର ବାର୍ତାକୁ ନେଇ ୩୦ ଜଣ ଯୁବକ ରାଜଧାନୀର ସମସ୍ତ ଗଳି, ବସ୍ତି ଏବଂ ବିଭିନ୍ନ ସ୍ଥାନକୁ ସାଇକେଲରେ ବୁଲି ଏହି ବାର୍ତା ଗୁଡିକୁ ନେଇ ରାଜଧାନୀର ଭୋଟର ମାନଙ୍କର ପାଖରେ ପହଂଚାଇବେ ଏବଂ ଅଡିଓ ରେର୍କଡିଙ୍ଗକୁ ଘରେ ଘରେ ଶୁଣାଇବେ । ଆଗାମୀ ଦିନରେ
 

ଭୁୁବନେଶ୍ୱର: ଫିର ଏକ ବାର ମୋଦି ସରକାର, ଓଡିଶାରେ ରାଜ୍ୟ ସରକାର ବଦଳିବା ଦରକାର ନେଇ ବିଜେପି ଜାରି କରିଥିବା ସଙ୍କଳ୍ପ ପତ୍ରରେ ଯେଉଁ ୯ଟି ମୁଖ୍ୟ ସଂକଳ୍ପ ଅଛି ତାର ବାର୍ତାକୁ ନେଇ ୩୦ ଜଣ ଯୁବକ ରାଜଧାନୀର ସମସ୍ତ ଗଳି, ବସ୍ତି ଏବଂ ବିଭିନ୍ନ ସ୍ଥାନକୁ ସାଇକେଲରେ ବୁଲି ଏହି ବାର୍ତା ଗୁଡିକୁ ନେଇ ରାଜଧାନୀର ଭୋଟର ମାନଙ୍କର ପାଖରେ ପହଂଚାଇବେ ଏବଂ ଅଡିଓ ରେର୍କଡିଙ୍ଗକୁ ଘରେ ଘରେ ଶୁଣାଇବେ ।

ଆଗାମୀ ଦିନରେ ସୁନାର ଭାରତ ଏବଂ ଶକ୍ତିଶାଳୀ ଭାରତ ଗଠନ କରିବାରେ ଏହି ଯୁବ ବନ୍ଧୁମାନେ ସାହାଯ୍ୟ କରିବେ ବୋଲି ସାଇକେଲ ଶୋଭାଯାତ୍ରା ଉଦଘାଟନ ଅବସରରେ ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟଠାରେ ମହାନ୍ତି ସମସ୍ତ ସାଇକେଲ ଚାଳକଙ୍କୁ ଦଳୀୟ ପତକା ଦେଖାଇ ଏହି କାର୍ଯ୍ୟକ୍ରମର ଉଦ୍ଘାଟନ କରିବା ସହ ଯୁବପିଢୀମାନେ ମୋଦିଙ୍କ ନେତୃତ୍ୱକୁ ଆସ୍ଥା ପ୍ରକଟ କରି ବୁଲି ବୁଲି ଲୋକମାନଙ୍କୁ ସଚେତନ କରାଇବା ସହ ଦେଶରେ ଆଉଥରେ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରାଇବା ପାଇଁ ପ୍ରଚାର କରିବେ ଏବଂ ଘରେ ଘରେ ବିଜେପିର ସଂକଳ୍ପପତ୍ରକୁ ପହଂଚାଇବେ । ଏହିଥିରେ ସାମିଲ ଥିବା ସମସ୍ତ ଯୁବ କର୍ମୀମାନଙ୍କୁ ସ୍ୱାଗତ ଏବଂ ଧନ୍ୟବାଦ ଅର୍ପଣ କରି ସେମାନଙ୍କ ଯାତ୍ରା ସଫଳ ହେବ ବୋଲି ଶ୍ରୀ ମହାନ୍ତି ଏହି ଅବସରରେ କହିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ଆଜି ଭୁବନେଶ୍ୱରେ ଏହା ଆରମ୍ଭ ହୋଇଛି । ଆଗାମୀ ଦିନରେ କଟକ, ପୁରୀ, ସମ୍ବଲପୁର ଏବଂ ବ୍ରହ୍ମପୁର ହେବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ଯୁବ ମୋର୍ଚ୍ଚାର ଉପସଭାପତି ଠାକୁର ରଂଜିତ ଦାସ ଏବଂ ରାଜ୍ୟ କୃଷକ ମୋର୍ଚ୍ଚାର ସାଧାରଣ ସଂପାଦକ ସୁରଥ ବିଶ୍ୱାଳ ଉପସ୍ଥିତ ଥିଲେ ।