କେନ୍ଦ୍ରରେ ‘ଫିର ଏକ ବାର ମୋଦି ସରକାର’, ଓଡିଶା ଚାହେଁ ‘ଡବଲ ଇଂଜିନ ସରକାର’: ଯୋଗୀ ଆଦିତ୍ୟନାଥ

ରାଉଲକେଲା/ଭୁୁବନେଶ୍ୱର: ଭାରତୀୟ ଜନତା ପାର୍ଟି ଓଡିଶାକୁ ଏକ ନୂଆ ଓ ବିକଶିତ ଓଡିଶା ରୂପେ ଗଢି ତୋଳିବାର ସଂକଳ୍ପ ନେଇ ଆଗକୁ ବଢୁଛନ୍ତି । ପୂରା ଦେଶ ଭିତରେ ବର୍ତମାନ ସବୁଠି ଏବଂ ସବୁଦିଗରେ ଗୋଟିଏ ସ୍ୱର । ଭାରତରେ ଏବେ ଲୋକଙ୍କ ମନରେ ଗୋଟିଏ କଥା ଗୋଟିଏ ଭାରତ, ଶ୍ରେଷ୍ଟ ଭାରତ, ସମୃଦ୍ଧ ଭାରତ ପ୍ରସ୍ତୁତ କରିବାକୁ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଉ ଥରେ ପ୍ରଧାନମନ୍ତ୍ରୀ କରିବାର ଅଛି । ଉତର, ଦକ୍ଷିଣ, ପୂର୍ବ,
 

ରାଉଲକେଲା/ଭୁୁବନେଶ୍ୱର: ଭାରତୀୟ ଜନତା ପାର୍ଟି ଓଡିଶାକୁ ଏକ ନୂଆ ଓ ବିକଶିତ ଓଡିଶା ରୂପେ ଗଢି ତୋଳିବାର ସଂକଳ୍ପ ନେଇ ଆଗକୁ ବଢୁଛନ୍ତି । ପୂରା ଦେଶ ଭିତରେ ବର୍ତମାନ ସବୁଠି ଏବଂ ସବୁଦିଗରେ ଗୋଟିଏ ସ୍ୱର । ଭାରତରେ ଏବେ ଲୋକଙ୍କ ମନରେ ଗୋଟିଏ କଥା ଗୋଟିଏ ଭାରତ, ଶ୍ରେଷ୍ଟ ଭାରତ, ସମୃଦ୍ଧ ଭାରତ ପ୍ରସ୍ତୁତ କରିବାକୁ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଉ ଥରେ ପ୍ରଧାନମନ୍ତ୍ରୀ କରିବାର ଅଛି । ଉତର, ଦକ୍ଷିଣ, ପୂର୍ବ, ପଶ୍ଚିମ ଏବଂ ଯୁବକ, ମହିଳା, ବୃଦ୍ଧା ସମସ୍ତଙ୍କର ଗୋଟିଏ ସ୍ୱର “ମୋଦି” ।

ଦେଶରେ କୋଟି କୋଟି ଗରିବ ଲୋକଙ୍କ ପାଖରେ ରହିବାକୁ ଘର ନଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ଲୋକଙ୍କୁ ପକ୍କା ଘର, ୯ କୋଟି ଲୋକଙ୍କୁ ଶୌଚାଳୟ, ଦେଶର ୭ କୋଟି ମହିଳାଙ୍କୁ ଉଜ୍ୱଳା ଯୋଜନାରେ ଗ୍ୟାସ, ବିଦ୍ୟୁତ ସଂଯୋଗ ନଥିବା ୪ କୋଟି ଲୋକଙ୍କ ଘରେ ବିଦ୍ୟୁତ ସଂଯୋଗ, ୧୨ କୋଟି ଚାଷୀ ପରିବାରକୁ କିଷାନ ନିଧି ଯୋଜନାରେ ବର୍ଷକୁ ୬ ହଜାର ଟଙ୍କା, ବ୍ୟାଙ୍କର ସୁବିଧା ପାଇନଥିବା ୩୭ କୋଟି ଗରିବ ଲୋକଙ୍କୁ ଜନଧନ ଯୋଜନାରେ ବ୍ୟାଙ୍କ ଆକାଉଟଂ, ୧୫ କୋଟି ଯୁବକ ଯୁବତୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଆର୍ଥିକ ସହାୟତା ଯୋଗାଇଛନ୍ତି ।

ଯାହା କଂଗ୍ରେସ, ବିଜେଡି ବା ଅନ୍ୟ କୌଣସି ଦଳ କେବେ ବି ସ୍ୱପ୍ନରେ ଭାବି ନଥିଲେ । ଓଡିଶାର ବିକାଶ ପାଇଁ କେନ୍ଦ୍ରରେ ଓ ଓଡିଶା ଉଭୟରେ ବିଜେପିର ଡବଲ ଇଞ୍ଜନ ସରକାରର ଆବଶ୍ୟକତା ରହିଛି । ଏହା ଦ୍ୱାରା ଓଡିଶା ତଥା ଭାରତର ଗରିବ ଲୋକମାନଙ୍କର ବିକାଶ ହୋଇପାରିବ ବୋଲି ରାଉରକେଲାରେ ଅନୁଷ୍ଠିତ ବିଜୟ ସଙ୍କଳ୍ପ ସମାବେଶରେ ଯୋଗଦେଇ କହିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ମୋଦିଜୀଙ୍କ ପାଇଁ ଓଡିଶାକୁ ଦୁଇ ଦୁଇଟି ସ୍ମାର୍ଟ ସିଟି ମିଳିପାରିଛି । କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡର ଲୋକସଭା ପାର୍ଥୀ ଜୁଏଲ ଓରାମଙ୍କ ପାଇଁ ରାଉଲକେଲାକୁ ସ୍ମାର୍ଟ ସିଟିର ମାନ୍ୟତା ମିଳିଛି । ରାଉଲକେଲାର ବିମାନ ବନ୍ଦର ପୂର୍ବରୁ ଏକ ଛୋଟ ଟର୍ମିନାଲଟିଏ ଥିଲା । ଏବେ ଏହା ଏକ ବଡ ଟର୍ମିନାଲରେ ପରିଣତ ହେବାକୁ ଯାଉଛି ଯାହା ଉଡାନ ଯୋଜନାରେ ଅର୍ନ୍ତଭୁକ୍ତ ହେବ ଏବଂ ସାଧାରଣ ଏବଂ ଗରିବ ଲୋକମାନେ ବିମାନରେ ଉଡିବାର ସୁଯୋଗ ମିଳିପାରିବ । ବ୍ରାହ୍ମଣୀ ନଦୀରେ ଉପରେ ଆଉ ଏକ ସେତୁ ନିର୍ମାଣ କରିବା ପାଇଁ ମୋଦିଜୀଙ୍କ ସରକାର ଅର୍ଥ ମଂଜୁର କରି ସାରିଛନ୍ତି ବୋଲି ଯୋଗୀ କହିଛନ୍ତି ।

ଆଦିତ୍ୟନାଥ କହିଛନ୍ତି ଯେ ରାଉଲକେଲା ବାସୀଙ୍କ ପାଇଁ ସୁପର ସ୍ୱେଷାଲିଟି ହସପିଟାଲର ନିର୍ମାଣ କାର୍ଯ୍ୟ ଦୃତ ଗତିରେ ଚାଲିଛି । କେନ୍ଦ୍ର ସରକାରଙ୍କର ଏକଳବ୍ୟ ଯୋଜନାରେ ସୁନ୍ଦରଗଡକୁ ୪ଟି ଆବାସକ ବିଦ୍ୟାଳୟ ମିଳିଛି, ଯାହା ଆଦିବାସୀ ଅଂଚଳର ପିଲାମାନଙ୍କ ଶିକ୍ଷା କ୍ଷେତ୍ରରେ ସୁଧାର ଆଣିପାରିବ ଏବଂ ନିଜର ପ୍ରତିଭାକୁ ସାରା ଦେଶରେ ପରିଚିତ କରିପାରିବେ । ଓଡିଶାର ଭିତିଭୂମୀକୁ ଏବଂ ବିକାଶମୂଳକ କାର୍ଯ୍ୟ ଗୁଡିକୁ କେବଳ ମୋଦିଙ୍କ ନେତୃତ୍ୱରେ ବିଜେପି ହିଁ ସମ୍ଭବ କରିପାରିଛି ।

କଂଗ୍ରେସର ସରକାର ସମୟରେ ଚୀନ ଭାରତର ସୀମାକୁ ବାରମ୍ଭାର ଉଲ୍ଲଘଂନ କରୁଥିଲା ଏବଂ ପାକିସ୍ତାନ ଆମ ଯବାନ ମାନଙ୍କ ମୁଣ୍ଡ କାଟୁଥିଲା । କିନ୍ତୁ ମୋଦିଜୀ ପ୍ରଧାନମନ୍ତ୍ରୀ ହେବା ପରେ ଚୀନ ଭାରତ ସୀମାରେ ପସିବାକୁ ଦୁଃସାହସ କରିପାରୁନି । ପାକିସ୍ତାନକୁ ଫୁଲୱାମା ଆତଙ୍କି ହମଲାର ଜବାବ ମିଳିଛି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ ବିଜେପି ସରକାର ଦେଶର ବିକାଶ ପାଇଁ ସବକା ସାଥ୍ ସବକା ବିକାଶ ମନୋଭାବ ରଖି କାର୍ଯ୍ୟ କରୁଛି । ଉଭୟ କଂଗ୍ରେସ ଏବଂ ବିଜେଡି ନିଜର ନକରାତ୍ମକ, ଦେଶଦ୍ରୋହି ଚିନ୍ତାଧାରା, ଦେଶଦ୍ରୋହିଙ୍କ ବିରୋଧୀ ପ୍ରତି ନରମ ପନ୍ଥା ଆପଣାଇଛନ୍ତି । ଏମାନଙ୍କ ପାଖରେ ବିକାଶ, ଗରିବ ଏବଂ ଯୁବ ପିଢୀଙ୍କ ପାଇଁ କୌଣସି ଏଜେଣ୍ଡା ନାହିଁ । ବିଜେପି ଏକମାତ୍ର ଦଳ ଯିଏ ଆତଙ୍କବାଦୀଙ୍କ ଜିରୋ ଟଲରାନ୍ସ ନୀତି ଆପଣାଇଛିି ।

ଓଡିଶାର ବିକାଶ ପାଇଁ କେନ୍ଦ୍ର ଦେଇଥିବା ଅର୍ଥକୁ ବିଜେଡି ସରକାର ଉପଯୋଗ କରୁପାରୁ ନାହାନ୍ତି । ଓଡିଶାରେ ଥିବା ସରକାର ଚିଟଫଣ୍ଡ ଘୋଟାଲା ଏବଂ ଅନେକ ଘୋଟାଲାରେ ଲିପ୍ତ ଅଛନ୍ତି । କେନ୍ଦ୍ରର ଆୟୁଷ୍ମାନ ଯୋଜନାରେ ୫ ଲକ୍ଷର ବିମାର ସୁବିଧାରୁ ନବୀନବାବୁଙ୍କ ସରକାର ଗରିବ ଓଡିଆ ଲୋକମାନଙ୍କୁ ବଂଚିତ କଲେ । ଉଭୟ ଓଡିଶାରେ ଏବଂ କେନ୍ଦ୍ରରେ ବିଜେପିର ଡବଲ ଇଂଜିନ ସରକାର ଆସିଲେ ଓଡିଶାର ଲୋକମାନଙ୍କୁ ଆୟୁଷ୍ମାନ ଯୋଜନାର ଲାଭ ମିଳିପାରିବ ବୋଲି ଆଦିତ୍ୟନାଥ କହିଛନ୍ତି ।

ଓଡିଶାରେ ଯଦି ବିଜେପି ସରକାର ଥାଆନ୍ତା ଗରିବ ଲୋକଙ୍କୁ ଘର ଏବଂ ବିଦ୍ୟୁତ ସଂଯୋଗ ମିଳିଥାନ୍ତା, ଓଡିଆ ଯୁବକମାନଙ୍କୁ ରୋଜଗାର ଏବଂ ନିଯୁକ୍ତି ମିଳିଥାନ୍ତା । ଓଡିଶାରେ ନକ୍ସଲ ମାନଙ୍କୁ ନିପାତ କରାଯାଇଥାନ୍ତା । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କର ଏଥିପ୍ରତି ଧ୍ୟାନ ଦେଉନଥିବା ବେଳେ ବିଜେଡି ସରକାରକୁ ଗରିବର ଚିନ୍ତା ନାହିଁ, ଚାଷୀମାନଙ୍କ ଚିନ୍ତା ନାହିଁ, ଯୁବପିଢୀଙ୍କ ପାଇଁ ଚିନ୍ତା ନାହିଁ ।

ସୁନ୍ଦରଗଡର ବିକାଶ ସହ ଓଡିଶାର ବିକାଶ ପାଇଁ ସୁନ୍ଦରଗଡର ସାଂସଦ ପାର୍ଥୀ ଜୁଏଲ ଓରାମଙ୍କୁ ସାଂସଦ ଭାବରେ ଜିତାଇବା ସହ ତଳସରାର ବିଧାୟକ ପାର୍ଥୀ ଭବାନି ଭୋଇ, ସୁନ୍ଦରଗଡର ବିଧାୟକ ପାର୍ଥୀ କୁସୁମ ଟେଟେ, ବିରମିତ୍ରପୁରର ବିଧାୟକ ପାର୍ଥୀ ଶଙ୍କର ଓରାମ, ରଘୁନାଥପାଲିର ବିଧାୟକ ପାର୍ଥୀ ଜଗବନ୍ଧୁ ବେହେରା, ରାଉରକେଲାର ବିଧାୟକ ପାର୍ଥୀ ନିହାର ରାୟ, ରାଜଗାଙ୍ଗପୁରର ବିଧାୟକ ପାର୍ଥୀ ନାର୍ସିଙ୍ଗ ମିଂଜ, ବଣାଇର ବିଧାୟକ ପାର୍ଥୀ ଅନିଲ ବର୍ଲାଙ୍କୁ ଜିତାଇବା ପାଇଁ ଯୋଗିଜି ଆହ୍ୱାନ ଦେଇଥିଲେ ।