ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅଫିସରମାନେ ଏକ ହୋଟେଲରେ ବିଜେଡି ଦଳର ରାଜନୈତିକ ବୈଠକ କରୁଛନ୍ତି: ବିଜେପି

ଭୁବନେଶ୍ୱର: ଭୁବନେଶ୍ୱରର ଏକ ନିର୍ଦ୍ଦିଷ୍ଟ ଘରୋଇ ହୋଟେଲରେ ବିଜେଡିର ନିର୍ବାଚନି ଭିଡିଓ ପ୍ରସ୍ତୁତି କରିବା ସହ ପ୍ରଚାରର ଦାୟୀତ୍ୱ ନେଇଥିବା ନୀଳମାଧବ ପଣ୍ଡାଙ୍କ ସହିତ ରାଜ୍ୟ ସରକାରଙ୍କର କିଛି ମୁଷ୍ଟିମେୟ ବରିଷ୍ଠ ପ୍ରଶାସନିକ ଅଫିସର ଏବଂ ଓଡିଶା କ୍ୟାଡରର ଆଇଏଏସ ଅଫିସରମାନେ ନିୟମିତ ବୈଠକ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟୀତ୍ୱରେ ଥିବା ଡିଆଇଜି ଆଶିଷ ସିଂ ଏବଂ ଗୋଇନ୍ଦା ବିଭାଗର ଡିଆଇଜି ଡି.ଏସ.କୁଟେ ପ୍ରମୁଖ ସମ୍ପୃକ୍ତ ହୋଟେଲକୁ ଆସି
 

ଭୁବନେଶ୍ୱର: ଭୁବନେଶ୍ୱରର ଏକ ନିର୍ଦ୍ଦିଷ୍ଟ ଘରୋଇ ହୋଟେଲରେ ବିଜେଡିର ନିର୍ବାଚନି ଭିଡିଓ ପ୍ରସ୍ତୁତି କରିବା ସହ ପ୍ରଚାରର ଦାୟୀତ୍ୱ ନେଇଥିବା ନୀଳମାଧବ ପଣ୍ଡାଙ୍କ ସହିତ ରାଜ୍ୟ ସରକାରଙ୍କର କିଛି ମୁଷ୍ଟିମେୟ ବରିଷ୍ଠ ପ୍ରଶାସନିକ ଅଫିସର ଏବଂ ଓଡିଶା କ୍ୟାଡରର ଆଇଏଏସ ଅଫିସରମାନେ ନିୟମିତ ବୈଠକ କରୁଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟୀତ୍ୱରେ ଥିବା ଡିଆଇଜି ଆଶିଷ ସିଂ ଏବଂ ଗୋଇନ୍ଦା ବିଭାଗର ଡିଆଇଜି ଡି.ଏସ.କୁଟେ ପ୍ରମୁଖ ସମ୍ପୃକ୍ତ ହୋଟେଲକୁ ଆସି ନୀଳମାଧବ ପଣ୍ଡାଙ୍କ ସହିତ ମିଶି ବିଜେଡି ଦଳ ପାଇଁ ନିର୍ବାଚନ ରଣକୌଶଳ ପ୍ରସ୍ତୁତ କରିବା ସହ, ଟିଭି ବିଜ୍ଞାପନକୁ ପ୍ରସ୍ତୁତ କରିବା, କେଉଁ ଯାଗାରେ କେତେ ଟଙ୍କା କାହା ମାଧ୍ୟମରେ ବଟାଂ ଯିବ ସେହି ବିଷୟରେ ଆଲୋଚନା କରାଯାଉଛି । ଏହି ତିନି ଅଫିସରଙ୍କ ବିରୋଧରେ ବିଜେପି ମୁଖ୍ୟ ନିର୍ବାଚନ ଅଧିକାରିଙ୍କ ପାଖରେ ବାରମ୍ଭାର ଅଭିଯୋଗ କରିବା ସତ୍ୱେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି । ସମ୍ପୃକ୍ତ ହୋଟେଲ ଉପରେ କଡା ନଜର ରଖିବା ସହ ରେଡ୍ କରିବାକୁ ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାବି କରିଛି ।

ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ଆଇନଜୀବୀ ରବି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।